ETV Bharat / state

ନିଖୋଜ ବ୍ୟାଙ୍କ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ - ବରଗଡ଼ରେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

10 ତାରିଖରୁ ନିଖୋଜ ଥିବା ବ୍ୟାଙ୍କ କୃଷି ମେନେଜରଙ୍କ ମୃତଦେହ ନଦୀରୁ ଉଦ୍ଧାର ହୋଇଛି । ଅଧିକ ପଢ଼ନ୍ତୁ

missing bank manager dead body found from bargarh
ନିଖୋଜ ପରେ ବ୍ୟାଙ୍କ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର
author img

By

Published : Aug 14, 2022, 7:06 AM IST

ବଲାଙ୍ଗୀର: ଗତ 10 ତାରିଖରୁ ନିଖୋଜ ଥିବା କୃଷି ବ୍ୟାଙ୍କ ମେନେଜରଙ୍କ ମୃତଦେହ ନଦୀରୁ ଉଦ୍ଧାର ହୋଇଛି । ମୃତକ ଜଣକ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ଶାନ୍ତି ପଡ଼ାର ଦିବ୍ୟରଞ୍ଜନ ମିଶ୍ର । ମୃତ ଦିବ୍ୟରଞ୍ଜନ ବରଗଡ ଜିଲ୍ଲା ଅନ୍ତର୍ଗତ ପରପାଲି ଗ୍ରାମର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ କୃଷି ମ୍ୟାନେଜର ଭାବରେ କାର୍ଯ୍ୟରତ ଥିଲେ ।

ବ୍ୟାଙ୍କରୁ ଘରକୁ ଫେରିବା ବାଟରେ ବରଗଡ ବୋରିଗୁମ୍ମା 26 ନଂ ଜାତୀୟ ରାଜପଥ ସ୍ଥିତ ଚେରୁପାଲିଠାରୁ ଗତ 10 ତାରିଖରୁ ନିଖୋଜ ଥିଲେ। ଅଙ୍ଗ ନଦୀ ବ୍ରିଜ ଉପରୁ ତାଙ୍କର ବାଇକ ଓ ହେଲମେଟ ମିଳିଥିଲା, ମାତ୍ର ତାଙ୍କର କୌଣସି ପତ୍ତା ମିଲିନଥିଲା । ସେପଟେ ପରିବାର ଲୋକଙ୍କ ଅଭିଯୋଗ ପରେ ଅଗ୍ନିଶମ ପୋଲିସ ଓ ଓଡ୍ରାଫ ଟିମ ନଦୀରେ ଖୋଜାଖୋଜି କରି ବିଫଳ ହୋଇଥିଲେ । ତେବେ ଶନିବାର ତାଙ୍କର ମୃତଦେହ ଲଛିପୂର ଗ୍ରାମ ଅଙ୍ଗ ନଦୀ ତଟରୁ ଉଦ୍ଧାର କରାଯାଇଛି । ସେ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ପୋଲିସ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଥିବା ବେଳେ ସେ କୌଣସି ଏକ ଯୁବତୀ ଓ ଯୁବକଙ୍କୁ ଲକ୍ଷାଧିକ ଟଙ୍କା ପ୍ରଦାନ କରିଥିବାର ଜଣାପଡ଼ିଥିଲା । ଯାହାପରେ ଏହା ଏକ ସାଇବର କ୍ରାଇମ ଜାଲରେ ସେ ପଡିଥିବାର ସନ୍ଦେହ କରାଯାଉଛି । ତେବେ ପୋଲିସ ଘଟଣାର ତଦନ୍ତ କରୁଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.