ETV Bharat / state

ଦୁଇ ବନ୍ଧୁଙ୍କଠୁ 6 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ

author img

By

Published : Feb 5, 2023, 10:39 AM IST

ବ୍ୟାଙ୍କରୁ ଟଙ୍କା ଧରି ଫେରୁଥିବା ବେଳେ ଲୁଟର ଶିକାର ହେଲେ ଦୁଇ ଯୁବକ । 6 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଝାମ୍ପି ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

miscreants looted money
miscreants looted money
miscreants looted money

ବଲାଙ୍ଗୀର: ଜିଲ୍ଲାରେ ବଡ ଧରଣର ଡକାୟତି । ଜନ ଗହଳିପୂର୍ଣ୍ଣ ସ୍ଥାନରୁ ଦୁଇ ବନ୍ଧୁଙ୍କ ଠାରୁ 6 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟି ନେଇ ଚମ୍ପଟ ମାରିଲେ ଲୁଟେରା । ପାଟଣାଗଡ଼ ସହର ରାମପୁର ଛକରେ ଦୁଇ ବନ୍ଧୁ ଲୁଟର ଶିକାର ହେବା ପରେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଜାରି ରଖିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଲୁଟେରାଙ୍କ ପତ୍ତା ପାଇପାରିନାହିଁ ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ, ପାଟଣାଗଡ଼ ରାମପୁରର ଦୁଇ ବନ୍ଧୁ ଭୀଷ୍ମ ନାଗ ଓ ଧର୍ମେନ୍ଦ୍ର ନନ୍ଦ ଗତକାଲି(ଶନିବାର) ପାଟଣାଗଡ଼ ସହରର ବରୋଦା ବ୍ୟାଙ୍କଙ୍କୁ ଆସିଥିଲେ । ଏଠାରୁ ଦୁଇ ବନ୍ଧୁଙ୍କ ମଧ୍ୟରୁ ଜଣେ ତିନି ଲକ୍ଷ ଓ ଆଉ ଜଣେ ସାଢେ଼ ତିନି ଲକ୍ଷ ଟଙ୍କା ଉଠାଇ ଘରକୁ ବାଇକ ଯୋଗେ ଫେରୁଥିଲେ । ଏହି ସମୟରେ ବାଟରେ ରାମପୁର ଛକ ଠାରେ ଦୁଇଟି ବାଇକରେ ଚାରି ଜଣ ଯୁବକ ଆସି ଦୁଇ ବନ୍ଧୁଙ୍କୁ ଆକ୍ରମଣ କରିଥିଲେ । ଏହାପରେ ଉଭୟଙ୍କ ଠାରୁ ଟଙ୍କା ଥିବା ବ୍ୟାଗ ଛଡାଇ ନେଇ ଆଖି ପିଛୁଳାକେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଏନେଇ ଭୀଷ୍ମ ନାଗ ଓ ଧର୍ମେନ୍ଦ୍ର ନନ୍ଦ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସେପଟେ ପାଟଣାଗଡ଼ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି । ତେବେ ଡକାୟତିର ଶିକାର ହୋଇଥିବା ଦୁଇ ବନ୍ଧୁ ମଧ୍ୟରୁ ଭୀଷ୍ମ ନାଗ କହିବା ଅନୁସାରେ, ''ସେମାନେ ଦୁଇ ଜଣ ଶନିବାର ନିଜ କାମ ପାଇଁ ବ୍ୟାଙ୍କ ଅଫ ବରୋଦାକୁ ଆସିଥିଲେ। ଏବଂ ମୋଟ ସାଢେ଼ ଛଅ ଲକ୍ଷ ଟଙ୍କା ଉଠାଇ ନିଜ ଘରକୁ ଫେରୁଥିଲେ । ତେବେ ଫେରିବା ବାଟରେ ରାମପୁର ଜନ ଗହଳି ସ୍ଥାନରେ ଚାରି ଜଣ ଯୁବକ ତାଙ୍କୁ ଆକ୍ରମଣ ଟଙ୍କା ବ୍ୟାଗ ନେଇ ଫେରାର ହୋଇଯାଇଥିଲେ ।'' ତେବେ ବଲାଙ୍ଗୀର ଜିଲ୍ଲାରେ ଦିନକୁ ଦିନ ଲୁଟ ପାଟ ପରି ଘଟଣା ବଢିଚାଲିଛି । ପୋଲିସର ଅନେକ ପଦକ୍ଷେପ ସୁଦ୍ଧା ଲୁଟପାଟରେ ରୋକ ଲାଗୁନଥିବାରୁ ଲୋକଙ୍କ ମଧ୍ୟ ଅସନ୍ତୋଷ ଦେଖିବାକୁ ମିଳିଛି ।

ତେବେ ଗତ ଶୁକ୍ରବାର ଦିନ ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଦୁର୍ବୃତ୍ତ ମାନେଟଙ୍କା ଓ ସୁନା ଲୁଟ କରିଥିବା ଖବର ସାମ୍ନାକୁ ଆସିଥିଲା । ବ୍ୟାଙ୍କରେ ପଶି ସିସିଟିଭିକୁ ଗୁଳି ମାରିବା ସହ ଲୋକଙ୍କୁ ଭୟଭୀତ କରାଇ ଟଙ୍କା ଲୁଟ୍‌ କରି ଚମ୍ପଟ ମାରିଥିଲେ ଲୁଟେରା । ମହାବିରୋଡ଼ ଥାନା ଅନ୍ତର୍ଗତ ମହାବିରୋଡ଼ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଲୁଟେରା କରିଥିଲେ ଲୁଟପାଟ । ବ୍ୟାଙ୍କକୁ ଯାଇଥିବା ଗ୍ରାହକ ତଥା ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ମୁତାବକ ୫ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ବ୍ୟାଙ୍କରେ ପଶିଥିଲେ । ଏହାପରେ ବ୍ୟାଙ୍କ ଭିତରୁ ଏକ ଟଙ୍କା ବାକ୍ସ ଓ ସୁନା ଗହଣା ବାକ୍ସକୁ ଲୁଟି ନେଇ ବାଇକ ଯୋଗେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.