ETV Bharat / state

ଦମ୍ପତ୍ତିଙ୍କୁ ନିଆଁରେ ପୋଡି ହତ୍ୟା ଉଦ୍ୟମ ଅଭିଯୋଗ - ଭରୁଆଁ ମୁଣ୍ଡା ଗ୍ରାମର ଭାରତ ଭୁଇଁସାଲ

ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକରେ ଦମ୍ପତ୍ତି ଘରେ ଶୋଇ ଥିବା ବେଳେ ନିଆଁରେ ତାଙ୍କୁ ପୋଡ଼ି ହତ୍ୟା ଉଦ୍ୟମ ଅଭିଯୋଗ। ଗୁରୁତର ଦମ୍ପତ୍ତିଙ୍କୁ ବଲାଙ୍ଗୀର ମେଡିକାଲ୍ ରେ ଭର୍ତ୍ତି। ଅଧିକ ପଢନ୍ତୁ

ଦମ୍ପତ୍ତିଙ୍କୁ ନିଆଁରେ ପୋଡି ହତ୍ୟା ଉଦ୍ୟମ ଅଭିଯୋଗ

author img

By

Published : Dec 16, 2022, 5:52 PM IST

ଦମ୍ପତ୍ତିଙ୍କୁ ନିଆଁରେ ପୋଡି ହତ୍ୟା ଉଦ୍ୟମ ଅଭିଯୋଗ

ବଲାଙ୍ଗୀର: ଦମ୍ପତିଙ୍କୁ ନିଆଁରେ ପୋଡି ହତ୍ୟା ଉଦ୍ୟମ । ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକରେ ଏଭଳି ଘଟଣା ଘଟିଛି । ଦମ୍ପତି ଘରେ ଶୋଇ ଥିବା ବେଳେ ନିଆଁରେ ତାଙ୍କୁ ପୋଡ଼ି ହତ୍ୟା ଉଦ୍ୟମ ଅଭିଯୋଗ । ଏନେଇ ଗୁରୁତର ଦମ୍ପତ୍ତିଙ୍କୁ ବଲାଙ୍ଗୀର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।

ଅଭିଯୋଗ ଅନୁସାରେ ବଲାଙ୍ଗୀରର ଭରୁଆଁ ମୁଣ୍ଡା ଗ୍ରାମର ଭାରତ ଭୁଇଁସାଲ ଓ ତାଙ୍କ ପତ୍ନୀ କଳ୍ପନା ଭୁଇଁସାଲ୍ ଗତ ରାତିରେ ତାଙ୍କ କୁଡିଆ ଘରେ ଶୋଇଥିଲେ । ତେବେ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଙ୍କ ଘର ଉପରେ କିରାସିନି ଢ଼ାଳି ନିଆଁ ଲଗାଇ ଥିବା ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଏଥିରେ ଉଭୟ ପତି ଓ ପତ୍ନୀ ନିଆଁରେ ପୋଡ଼ି ଗୁରୁତର ହୋଇଥିବା ବେଳେ ତାଙ୍କୁ ଗ୍ରାମବାସୀ ଉଦ୍ଧାର କରିଥିଲେ । ଏହାପରେ ତାଙ୍କୁ ପ୍ରଥମେ ବେଲେପଡା ଡାକ୍ତରଖାନା ଓ ପରେ ପାଟଣାଗଡ ଉପଖଣ୍ଡିୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପତ୍ନୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ୍ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଏହାର କୌଣସି ଅଭିଯୋଗ ପୋଲିସ୍ ପାଖରେ ହୋଇନଥିବାର ଜଣା ପଡ଼ିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.