ETV Bharat / state

ନାବାଳିକା ଯୌନ ନିର୍ଯାତନା ଘଟଣା: ତଦନ୍ତ ପାଇଁ ପୀଡିତା ନାବାଳିକା ଓ ମା' କୁ କଳାହାଣ୍ଡି ନେଲା ପୋଲିସ - ପ୍ରୟାସ ଆଶ୍ରମ ଗୃହରେ ନାବାଳିକା ଅନ୍ତେବାସୀଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗ

ପ୍ରୟାସ ଆଶ୍ରମ ଗୃହରେ ନାବାଳିକା ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ସବୁଠି ତତ୍ପରତା ଦେଖାଦେଇଛି ପୋଲିସ ଓ ପ୍ରଶାସନ । ଘଟଣାର ତଦନ୍ତ ପାଇଁ ଅଭିଯୋଗକାରୀ ନାବାଳିକା ଓ ତାଙ୍କ ମାଙ୍କୁ ବଲାଙ୍ଗୀରରୁ କଳାହାଣ୍ଡି ନେଲା ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Jul 22, 2019, 3:23 PM IST

ବଲାଙ୍ଗୀର: ଭବାନୀପାଟଣାସ୍ଥିତ ଏକ ଆଶ୍ରମ ଗୃହରେ ନାବାଳିକା ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ସବୁଠି ତତ୍ପରତା ଦେଖାଦେଇଛି । ଅଭିଯୋଗକାରୀ ନାବାଳିକା ଓ ତାଙ୍କ ମାଙ୍କୁ ତଦନ୍ତ ପାଇଁ ବଲାଙ୍ଗୀରରୁ କଳାହାଣ୍ଡି ନେଇଛି କଳାହାଣ୍ଡି ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ସୂଚନାଯୋଗ୍ୟ, ଜନ୍ମରୁ ଏଚ୍ଆଇଭି ପୀଡିତ ଥିବା 2 ନାବାଳିକାଙ୍କୁ କଳାହାଣ୍ଡିର ଏକ ସେବାଶ୍ରମ ଗୃହରେ ରହୁଥିଲେ । ଯେଉଁଠି ସଂସ୍ଥାର ନିର୍ଦ୍ଦେଶକ ସରୋଜ ଦାସ ଜଣେ ନାବାଳିକାକୁ ଯୌନ ନିର୍ଯାତନା ଦେଇ ଆସିଥିଲେ । ଏହାପରେ ନାବାଳିକା ଜଣକ ଉକ୍ତ ସେବାଶ୍ରମ ଗୃହ ଛାଡି ବଲାଙ୍ଗୀର ପଳାଇ ଆସିଥିଲେ । ଏନେଇ ପୀଡିତା ନାବାଳିକାଙ୍କ ମା ବଲାଙ୍ଗୀର ଶିଶୁ ସୁରକ୍ଷା କମିଟିରେ ଅଭିଯୋଗ କରିଥିଲେ ।

ଘଟଣାକୁ ନେଇ ଶିଶୁ ସୁରକ୍ଷା କମିଟି ପକ୍ଷରୁ କୌଣସି ପଦକ୍ଷେପ ନେବା ଆଗରୁ କଳାହାଣ୍ଡି ପୋଲିସ ଓ ପ୍ରଶାସନ ପଦକ୍ଷେପ ନେଇ ସମ୍ପୃକ୍ତ ସଂସ୍ଥା ଉପରେ ଚଢ଼ାଉ କରିଥିଲେ । ମାମଲାର ଅଧିକ ତଦନ୍ତ ପାଇଁ କଳାହାଣ୍ଡି ପୋଲିସ ଆଜି ସମ୍ପୃକ୍ତ ନାବାଳିକାଙ୍କୁ କଳାହାଣ୍ଡି ନେଇଛନ୍ତି।

ଅମନ୍ୟପଟେ ବଲାଙ୍ଗୀରର ଶିଶୁ ସୁରକ୍ଷା କମିଟି ମାମଲାର ତଦନ୍ତ କରୁଥିବା ବେଳେ ତାଙ୍କୁ ନଜଣାଇ ନାବାଳିକାଙ୍କୁ ପୋଲିସ ନେଇଯିବା ସେମାନେ ଏହାକୁ ବିରୋଧ କରିଛନ୍ତି । ତେବେ ଏହି ଅଭିଯୋଗରେ ସତ୍ୟତା ରହିଛି ବୋଲି ଶିଶୁ ସୁରକ୍ଷା କମିଟି କହିଛି ।

ବଲାଙ୍ଗୀରରୁ ଏସ୍ କେ ୱାହିଦ୍, ଇଟିଭି ଭାରତ

Intro:ବଲାଂଗୀର ର ଏଚ ଆଇଭି ପୀଡିତ ନାବାଳିକାଙ୍କ ଯୌନ ବ୍ୟଭିଚାର ର ଗୁରୁତର ଅଭିଯୋଗ ପରେ ସବୁଠି ତତ୍ପରତା ଦେଖା ଦେଇଛି । ଏବଂ କଳାହାଣ୍ଡି ପୋଲିସ ବଲାଂଗୀରରୁ ଅଭିଯୋଗ କାରି ନାବାଳିକା ଓ ତାଙ୍କ ମାଙ୍କୁ ତଦନ୍ତ ପାଇଁ କଳାହାଣ୍ଡି ନେଇଛି । ସେପଟେ ଏହି ଘଟଣାରେ ଏଠିକାର ଶିଶୁ ସୁରକ୍ଷା କମିଟି ଏହାର ତଦନ୍ତ କରୁଥିବା ବେଳେ ତାଙ୍କୁ ନ ଜଣାଇ ନାବାଳିକା କୁ ପୋଲିସ ଏକ ତରଫା ନେଇଯିବାକୁ ଏମନେ ବିରୋଧ କରିଛନ୍ତି । ସେହିପରି ଏହି ଅଭିଯୋଗ ସତ୍ୟ ବୋଲି ଏଠିକାର ଶିଶୁ ସୁରକ୍ଷା କମିଟି କହିଛି ।

Body:ବଲାଂଗୀର ର ଏଚ ଆଇଭି ପୀଡିତ ନାବାଳିକାଙ୍କ ଯୌନ ବ୍ୟଭିଚାର ର ଗୁରୁତର ଅଭିଯୋଗ ପରେ ସବୁଠି ତତ୍ପରତା ଦେଖା ଦେଇଛି । ଏବଂ କଳାହାଣ୍ଡି ପୋଲିସ ବଲାଂଗୀରରୁ ଅଭିଯୋଗ କାରି ନାବାଳିକା ଓ ତାଙ୍କ ମାଙ୍କୁ ତଦନ୍ତ ପାଇଁ କଳାହାଣ୍ଡି ନେଇଛି । ତେବେ ବଲାଂଗୀର ର ଜନ୍ମରୁ ଏଚ ଆଇଭି ରେ ପୀଡିତ ଥିବା ଦୁଇ ନାବାଳିକାଙ୍କୁ କଳାହାଣ୍ଡି ସ୍ଥିତ ପ୍ରୟାସ ଗୃହରେ ରଖା ଯାଇଥିଲା । ଯେଉଁଠି ସଂସ୍ଥାର ନିର୍ଦେଶକ ସରୋଜ ଦାସ ଜଣେ ନାବାଳିକାଙ୍କୁ ଯୌନ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏପରିକି ନାବାଳିକା ସହ ଦୁଷ୍କର୍ମ ର ମଧ୍ୟ ସେ ଅଭିଯୋଗ ଆଣି ପ୍ରୟାସ ଗୃହ ଛାଡି ବଲାଂଗୀର ପଳାଇ ଆସିଥଲେ । ଏବଂ ଏହାର ଅଭିଯୋଗ ବଲାଂଗୀର ଶିଶୁ ସୁରକ୍ଷ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ହେଲେ ଶିଶୁ ସୁରକ୍ଷା କମିଟି କୌଣସି ପଦକ୍ଷେପ ନେବା ଆଗରୁ କଳାହାଣ୍ଡି ପୋଲିସ ଓ ପ୍ରଶାସନ ପଦକ୍ଷେପ ନେଇ ସମ୍ପୃକ୍ତ ସଂସ୍ଥା ଉପରେ ଚଢ଼ାଉ କରିଥିଲେ । ସେହିପରି ବଲାଂଗୀର ଆସି ସମ୍ପୃକ୍ତ ନାବାଳିକା ଙ୍କୁ ମଧ୍ୟ ଅଧିକ ତଦନ୍ତ ପାଇଁ କଳାହାଣ୍ଡି ନେଇଛନ୍ତି। ସେପଟେ ଏହି ଘଟଣାରେ ଏଠିକାର ଶିଶୁ ସୁରକ୍ଷା କମିଟି ଏହାର ତଦନ୍ତ କରୁଥିବା ବେଳେ ତାଙ୍କୁ ନ ଜଣାଇ ନାବାଳିକା କୁ ପୋଲିସ ଏକ ତରଫା ନେଇଯିବାକୁ ଏମନେ ବିରୋଧ କରିଛନ୍ତି । ସେହିପରି ଏହି ଅଭିଯୋଗ ସତ୍ୟ ବୋଲି ଏଠିକାର ଶିଶୁ ସୁରକ୍ଷା କମିଟି କହିଛି ।
ବାଇଟ ଯୋଗେଶ୍ୱର ମହାନ୍ତି ଅଧ୍ୟକ୍ଷ୍ୟ ଶିଶୁ ସୁରକ୍ଷା କମିଟି ବଲାଂଗୀର

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.