ETV Bharat / state

ବାହାର ରାଜ୍ୟକୁ ଚାଲାଣବେଳେ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ, ଦଲାଲ ଅଟକ

ବଲାଙ୍ଗୀରରୁ ବେଆଇନ ଦାଦନ ଶ୍ରମିକ ଚାଲାଣବେଳେ 42 ଦାଦନ ଶ୍ରମିକ ଉଦ୍ଧାର । ଜଣେ ଦଲାଲ ଅଟକ । ଅଧିକ ପଢନ୍ତୁ …

author img

By

Published : Oct 18, 2021, 9:08 PM IST

migrant labour rescue by kantabanji police
ବାହାର ରାଜ୍ୟକୁ ଚାଲାଣବେଳେ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ, ଦଲାଲ ଅଟକ

ବଲାଙ୍ଗୀର: ବେଆଇନ ଭାବରେ ବାହାର ରାଜ୍ୟକୁ ଚାଲାଣବେଳେ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା କଣ୍ଟାବାଞ୍ଝି ପୋଲିସ । ମୋଟ ୪୨ ଦାଦନ ଶ୍ରମିକକୁ ଉଦ୍ଧାର କରାଯାଇଛି ।

ଦାଦନ ଶ୍ରମିକମାନେ କଣ୍ଟାବାଞ୍ଝି ରେଳଷ୍ଟେସନରୁ ଲିଙ୍କ୍ ଟ୍ରେନରେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯିବା ବ୍ୟବସ୍ଥା କରାଯାଇ ଥିଲା । କୌଣସି ସୂତ୍ରରୁ ପୋଲିସ ଖବର ପାଇ ଚଢାଉ କରିଥିଲା। ଦାଦନ ଶ୍ରମିକ ସମେତ ଦଲାଲକୁ ଥାନାରେ ଅଟକ ରଖିଛି ପୋଲିସ । ତେବେ ଆଜି ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଖବର ପାଇଥିଲା, ଯେଉଁଥିରେ ଖପ୍ରାଖୋଲ ଅଞ୍ଚଳର ଦାଦନ ଶ୍ରମିକମାନେ କଣ୍ଟାବାଞ୍ଝି ରେଳ ଷ୍ଟେସନକୁ ଯାଉଛନ୍ତି । ୩ଗୋଟି ବୋଲେରୋ ଗାଡିରେ ଉକ୍ତ ଶ୍ରମିକମାନେ ଯାଉଥିବା ପୋଲିସ ଜାଣିଥିଲା । ଏହି ଶ୍ରମିକଙ୍କୁ ଚଟୁଅନକା ଗାଁ ପାଖ ରାସ୍ତା ନିକଟର ପୋଲିସ ଠାବ କରିଥିଲା ।

ଶ୍ରମିକମାନେ ଖପ୍ରାଖୋଲ ଅଞ୍ଚଳର, ଟେମରିମାଲ,ପାଇକମାଲ,ବାହାବଲ,ମହୁଲପଡା, ଜଲିଆବାହାଲ ଗାଁ ମାନଙ୍କର ହୋଇଥିବାବେଳେ ଏଥିରେ ମୋଟ ୪୨ ଜଣ ଶ୍ରମିକଙ୍କ ମଧ୍ୟରେ ୨୪ ପୁରୁଷ, ୧୫ ମହିଳା ଓ ୩ ଜଣ ଶିଶୁ ଥିବା ଜଣାପଡିଛି । ଏହି ଶ୍ରମିକଙ୍କୁ ବେଆଇନ ଭାବେ ରାଜ୍ୟ ବାହାରକୁ ନେବାର ଯୋଜନା ଥିଲା । ସେପଟେ ପୋଲିସ୍ ଉଦ୍ଧାର ସମସ୍ତ ଶ୍ରମିକଙ୍କୁ ତାଙ୍କର ନିଜ ଗାଁରେ ଛାଡ଼ି ଥିବା ଜଣାପଡ଼ିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.