ETV Bharat / state

ଆନ୍ଧ୍ରରେ ଫସିଛନ୍ତି ଦାଦନ, ଭୋଟ୍‌ ଦେବାକୁ ଆକୁଳ ନିବେଦନ - ଓଡିଶା ରାଜନୀତି

ସବୁବେଳେ ଦାଦନ ଶ୍ରମିକଙ୍କ ପାଇଁ ଚର୍ଚ୍ଚାରେ ରହୁଥିବା ବଲାଙ୍ଗୀରରେ ଦେଖାଦେଇଛି ଆଉ ଏକ ଦାଦନ ସମସ୍ୟା । ନିର୍ବାଚନ ଆଉ ଦିନ କେଇଟା ଥିବାବେଳେ ଏଥର ପୁଣି ଲକ୍ଷାଧିକ ଦାଦନ ଏଠି ଭୋଟ୍‌ ଦେବାରୁ ବଞ୍ଚିତ ହେବାର ସମ୍ଭାବନା ଦେଖାଦେଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Apr 12, 2019, 8:44 PM IST

ବଲାଙ୍ଗୀର: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ସପ୍ତାହେରୁ କମ ସମୟ । ଏଥିପାଇଁ ଚଳଚଞ୍ଚଳ ଜିଲ୍ଲା । ପ୍ରଚାର ସରିଛି ପ୍ରଶାସନ ସଜାଗ ରହିଛି । ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବାକୁ ଉତ୍ସାହିତ ଅଛନ୍ତି ଭୋଟର । ମାଳମାଳ ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଛନ୍ତି ସମସ୍ତ ପ୍ରାର୍ଥୀ । କିନ୍ତୁ ନିର୍ବାଚନୀ ମାହୋଲରେ ନେତା, ପ୍ରାର୍ଥୀ ଓ ପ୍ରଶାସନ ସମସ୍ତେ ଭୁଲି ଯାଇଛନ୍ତି ଜିଲ୍ଲାର ପାରମ୍ପରିକ ଦାଦନ ଦୁଃଖକୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ସବୁବେଳେ ଦାଦନ ଶ୍ରମିକଙ୍କ ପାଇଁ ଚର୍ଚ୍ଚାରେ ରହୁଥିବା ବଲାଙ୍ଗୀରରେ ଦେଖାଦେଇଛି ଆଉ ଏକ ଦାଦନ ସମସ୍ୟା । ନିର୍ବାଚନ ଆଉ ଦିନ କେଇଟା ଥିବାବେଳେ ଏଥର ପୁଣି ଲକ୍ଷାଧିକ ଦାଦନ ଏଠି ଭୋଟ୍‌ ଦେବାରୁ ବଞ୍ଚିତ ହେବାର ସମ୍ଭାବନା ଦେଖାଦେଇଛି । କାମଧନ୍ଦା ଅଭାବରୁ ନୂଆଖାଇ ପରଠାରୁ ବାହାର ରାଜ୍ୟକୁ କାମ ଅନ୍ବେଷଣରେ ଯାଇଥିବା କିଛି ଦାଦନ ଶ୍ରମିକ ଏଥର ଭୋଟ୍‌ ନ ଦେଇପାରନ୍ତି । ପଡୋଶୀ ରାଜ୍ୟରେ ଫସିଥିବା ଏପରି କିଛି ଦାଦନଙ୍କ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି ।

ସୂଚନାନୁସାରେ ଜିଲ୍ଲାର ସଇଁନ୍ତଳା ବ୍ଲକ ଅଞ୍ଚଳର କୁର୍ଲୁବାହାଲ ଏବଂ ଚନାବାହାଲ ଗ୍ରାମର ୩୦ରୁ ଉର୍ଦ୍ଧ୍ବ ଦାଦନ ଶ୍ରମିକ ଆନ୍ଧ୍ର ପ୍ରଦେଶରେ ଫସି ରହିଛନ୍ତି । ଏଠାରେ କାମ ମିଳୁନଥିବାରୁ ନିଜ ଭିଟା ମାଟି ଛାଡି ଦଲାଲ ସାହାଯ୍ୟରେ ଆନ୍ଧ୍ରର ଇଟା ଭାଟିରେ କାମ କରିବାକୁ ଯାଇଥିଲେ । ତେବେ ଭୋଟ ଦେବା ପାଇଁ ସେମାନେ ଇଚ୍ଛୁକ ଥିବାବେଳେ ତାଙ୍କ ଇଟା ଭାଟି ମାଲିକ କିମ୍ବା ଦଲାଲ ଚନ୍ଦନ କେହି ମଧ୍ୟ ସେମାନଙ୍କୁ ଘରକୁ ଛାଡିବାକୁ ପ୍ରସ୍ତୁତ ନଥିବାର ଜଣାପଡିଛି ।

ଭୋଟ୍‌ ପାଇଁ ଛୁଟି ମାଗିଲେ ଏମାନଙ୍କୁ ଗାଲିଗୁଲଜ ଓ ମାଡ ଦିଆଯାଉଥିବା ଅଭିଯୋଗ କରିଛନ୍ତି । ମତଦାନ କରିବା ପାଇଁ ସେମାନେ ଅନେକ ଇଚ୍ଛାପ୍ରକାଶ କରିଥିବାବେଳେ କିନ୍ତୁ ଏଥିପ୍ରତି କେହି କର୍ଣ୍ଣପାତ କରୁନଥିବା ସେମାନେ ଦୁଃଖପ୍ରକାଶ କରି କହିଛନ୍ତି । ଗୋଟିଏ ପଟେ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ବାହାରେ ଦାଦନ ଦୂର ପାଇଁ ବଡ ବଡ ପୋଷ୍ଟର ଲାଗିଛି । ଅନ୍ୟପଟେ ଶ୍ରମିକଙ୍କ ଦୁଃଖ ନକହିଲେ ନସରେ । ଏକ ଭିଡିଓ ବନାଇ ସେମାନଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ଏହି ଶ୍ରମିକ ଆକୁଳ ନିବେଦନ କରିଛନ୍ତି ।

ତେବେ ଏହି ଅଭିଯୋଗ ପରେ ଶ୍ରମିକଙ୍କ ଭିଡିଓ ନେଇ ଆମ ପ୍ରତିନିଧି ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିଥିଲେ । ଭିଡିଓର ସତ୍ୟତା ଯାଞ୍ଚ କରି ଏମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ କରାଯିବ ବୋଲି ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାର କହି କ୍ୟାମେରା ସାମନାରେ ଆଉ କିଛି କହିବାକୁ ସେ ମନା କରିଥିଲେ ।

ବଲାଙ୍ଗିରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:Body:

ddghd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.