ETV Bharat / state

ସ୍ବାଧୀନତା ସଂଗ୍ରାମୀ ଧରମ ସିଂହ ମାନ୍ଧତାଙ୍କୁ ଅଣଦେଖା, ସମ୍ମାନ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର

author img

By

Published : Jun 1, 2023, 12:28 PM IST

ବ୍ରିଟିଶ ସହ ଲଢେ଼ଇ କରି ଶହୀଦ ହୋଇଥିଲେ ସ୍ବାଧୀନତା ସଂଗ୍ରାମୀ ଧରମ ସିଂହ ମାନ୍ଧତା ତାଙ୍କ ବଳିଦାନକୁ ମନେ ପକାଇ ତାଙ୍କୁ ଉଚିତ ସମ୍ମାନ ଦେବାକୁ ଦାବି କରିଛି ଭିମ ପାହାଡ କମିିଟି । ଅଧିକ ପଢନ୍ତୁ

ସ୍ବାଧୀନତା ସଂଗ୍ରାମୀ ଧରମ ସିଂହ ମାନ୍ଧତାଙ୍କୁ ଅଣଦେଖା
memorandum to collector
ସ୍ବାଧୀନତା ସଂଗ୍ରାମୀ ଧରମ ସିଂହ ମାନ୍ଧତାଙ୍କୁ ଅଣଦେଖା

ବଲାଙ୍ଗୀର: ଦେଶ ସ୍ବାଧୀନ ହେବା ପଛରେ ଅନେକ ବୀର ସ୍ବାଧୀନତା ସଂଗ୍ରାମୀ ସଂଗ୍ରାମ କରିଛନ୍ତି । ସେହି ସଂଗ୍ରାମୀଙ୍କ ବଳିଦାନ ପାଇଁ ଆମେ ସ୍ବାଧୀନତାର ସ୍ବାଦ ଚାଖିଛୁ । ସେମିତି ଜଣେ ସଂଗ୍ରାମୀ ହେଉଛନ୍ତି ଧରମ ସିଂହ ମାନ୍ଧାତା । ମନେ ହେଉଛି ଆଜି ବଲାଙ୍ଗୀର ଇତିହାସରୁ ଯେପରି ସ୍ବାଧୀନତା ସଂଗ୍ରାମୀ ଧରମ ସିଂହ ମାନ୍ଧାତା ହଜି ଯାଇଛନ୍ତି । ତାଙ୍କର ଗାଥା କେବଳ ପାଟଣା ଗେଜେଟରେ ସୀମିତ ଥିବା ବେଳେ ଇତିହାସରେ ତାଙ୍କୁ ସ୍ଥାନ ମିଳି ପାରି ନାହିଁ । ତାଙ୍କ ବଳିଦାନକୁ ମନେ ପକାଇ ତାଙ୍କୁ ଉଚିତ ସମ୍ମାନ ଓ ଲୋକ ଲୋଚନକୁ ଆଣିବାକୁ ପାଇଁ ଅଣ୍ଟା ଭିଡ଼ିଛି ଭିମ ପାହାଡ଼ କମିଟି । ଏନେଇ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କ ପାଖରେ ଏକ ଦାବିପତ୍ର ପ୍ରଦାନ କରିଛି କମିଟି ।

ବଲାଙ୍ଗୀର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ଧରମ ସିଂହ ମାନ୍ଧାତା । ଦିନେ ବ୍ରିଟିଶ ବିରୋଧରେ ଲଢ଼ି ସେ ଶହୀଦ ହୋଇଥିଲେ । ହେଲେ ଇତିହାସରେ ତାଙ୍କୁ ସ୍ଥାନ ମିଳିନାହିଁ । ତାଙ୍କର ବଳିଦାନକୁ କିନ୍ତୁ ସ୍ଥାନୀୟ ଲୋକେ ମନେ ରଖିଛନ୍ତି । ତାଙ୍କୁ ସବୁଠି ସ୍ୱୀକୃତି ଦିଆଯାଉ ବୋଲି ଏମାନେ ଦୀର୍ଘ ବର୍ଷରୁ ଦାବି କରି ଆସୁଛନ୍ତି । ବଲାଙ୍ଗୀର ଭିମ୍ ପାହାଡ଼ କମିଟି ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ଦାବି ପତ୍ର ଦେଇଛନ୍ତି । ତାଙ୍କର କର୍ମ ସ୍ଥଳୀରେ ତାଙ୍କର ପ୍ରତିମୂର୍ତ୍ତୀ ସ୍ଥାପନ ଦାବି କରିଛନ୍ତି । ବଲାଙ୍ଗୀରର ଆଠଗାଁ ଜମିନଦାର ଥିବା ବେଳେ 1854 ମସିହାରେ କନ୍ଧ ନେତା ରିଣ୍ଡୋ ମାଝୀ ଓ ଚକ୍ରା ବିଶୋଇଙ୍କ ସହିତ ମିଶି ବ୍ରିଟିଶ ଶାସନ ବିରୋଧରେ ଲଢ଼ିଥିଲେ । ଏହାର ମୁକ ସାକ୍ଷୀ ବଲାଙ୍ଗୀର ଭିମ ପାହାଡ଼ । ଯେଉଁଠି ଥିବା ପ୍ରାକୃତିକ ଗୁମ୍ଫାମାନ ଥିଲା ଚକ୍ରା ବିଶୋଇ ଓ ଧରମ ସିଂହ ମାନ୍ଧାତା କର୍ମସ୍ଥଳୀ । ଏଠି ଏମାନେ ଘର କରି ଇଂରେଜ ବିରୋଧରେ ଲଢେଇ କରୁଥିଲେ ।

ପରବର୍ତ୍ତୀ ସମୟରେ ଇଂରେଜ ଧରମ ସିଂହ ମାନ୍ଧାତାଙ୍କୁ ଗିରଫ କରିଥିଲେ । ସେହିଦିନ ତାଙ୍କର ଖୋଜ ଖବର ମିଳିନଥିଲା । ତାଙ୍କର ଏହି ଗୌରବ ମୟ ସଂଘର୍ଷ କିନ୍ତୁ ଇତିହାସରେ ଲିପିବଦ୍ଧ ହୋଇ ପାରିନାହିଁ । ତାଙ୍କର ଗାଥା କେବଳ ପାଟଣା ଗେଜେଟରେ ଲିପିବଦ୍ଧ ହୋଇ ରହିଛି । ତାଙ୍କୁ ସ୍ୱୀକୃତି ଦେବା ସହ ତାଙ୍କ ଗାଥା ଲୋକ ଲୋଚନକୁ ଆଣିବା ପାଇଁ ଭିମ୍ ପାହାଡ଼ କମିଟି ଓ ବଲାଙ୍ଗୀର ବାସୀ ଅନେକ ଚେଷ୍ଟା କରି ଆସୁଛନ୍ତି । ତେବେ ଏହି କ୍ରମରେ ରାଜ୍ୟ ସରକାର ତାଙ୍କର କର୍ମଭୂମିକୁ ମାନ୍ୟତା ଦେଇ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଭାବରେ ଘୋଷଣା କରି ତାର ବିକାଶ କରିଛନ୍ତି । ହେଲେ ଏଯାଏଁ ସ୍ବାଧୀନତା ଲଢ଼େଇର ପୁରୁଧା ଧରମ ସିଂହ ମାନ୍ଧାତାଙ୍କୁ ନେଇ କୌଣସି ପଦକ୍ଷେପ ନିଆଯାଇନାହିଁ ।

ତାଙ୍କର ବାସ ସ୍ଥାନ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ଏହାର ପୁନରୁଦ୍ଧାର ସାଙ୍ଗକୁ ତାଙ୍କୁ ସଠିକ ଭାବରେ ସବୁଠି ସ୍ଥାନ ଦେବାକୁ ଦାବି ହୋଇ ଆସୁଛି । ଭିମ୍ ପାହାଡ଼ କମିଟିର ସଦସ୍ୟ ମାନେ ଜିଲ୍ଲାପାଲଙ୍କ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି । ଜିଲ୍ଲାପାଳଙ୍କୁ ଭେଟି ଧରମ ସିଂହ ମାନ୍ଧାତାଙ୍କ ପ୍ରତିମୂର୍ତ୍ତି ଭିମ ପାହାଡ଼ ପାଦ ଦେଶରେ ସ୍ଥାପିତ କରିବା ପାଇଁ ଦାବି କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.