ETV Bharat / state

MBBS Student Dies: ଡିନଙ୍କ ବହିଷ୍କାର ଦାବି କଲେ ବିଭିନ୍ନ ସଂଗଠନ

author img

By

Published : Apr 25, 2022, 3:22 PM IST

ଭୀମ ଭୋଇ ମେଡିକାଲ କଲେଜରେ ଡାକ୍ତରୀ ଛାତ୍ର ମୃତ୍ୟୁ ଘଟଣାରେ ଡିନଙ୍କ ବହିଷ୍କାର ଦାବି କଲେ ବଲାଙ୍ଗୀରର ବିଭିନ୍ନ ସଂଗଠନ । ଅଧିକ ପଢନ୍ତୁ

MBBS Student Dies:ଡିନଙ୍କ ବହିଷ୍କାର ଦାବି କଲେ ବିଭିନ୍ନ ସଂଗଠନ

ବଲାଙ୍ଗୀର : ଭୀମ ଭୋଇ ମେଡିକାଲ କଲେଜରେ ଡାକ୍ତରୀ ଛାତ୍ର ମୃତ୍ୟୁ ଘଟଣା । ନିଶାନ୍ତ କୁମାରଙ୍କ ମୃତ୍ୟୁକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବିରେ ବିଭିନ୍ନ ସଂଗଠନ ଆଗକୁ ଆସିଛନ୍ତି । ବଲାଙ୍ଗୀର ନାଗରିକ କମିଟି, ସଚେତନ ନାଗରିକ, ବଲାଙ୍ଗୀର କ୍ରିୟାନୁଷ୍ଠାନ କମିଟି ଓ ବରିଷ୍ଠ ଡ଼ାକ୍ତର ମାନେ ଆଜି ମେଡିକାଲ କଲେଜକୁ ଯାଇ ଡିନ ସହ ଆଲୋଚନା କରିଥିଲେ। ଏଥି ସହ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା ମଧ୍ୟ କରିଥିଲେ ।

ଗୋଟିଏ ବର୍ଷ ମଧ୍ୟରେ ଏହି କଲେଜରେ ଦୁଇ ଜଣଙ୍କ ଛାତ୍ର ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଏଥିପାଇଁ ଦାୟୀଥିବା କଲେଜ କର୍ତ୍ତୃପକ୍ଷ ଓ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ । ତେବେ କଲେଜରେ ରାଗିଂ ହେଉଥିବାର ସ୍ପଷ୍ଟ ହୋଇଥିବା ବେଳେ ଏହା ଦ୍ୱାରା ଦୁଇ ଜଣ ନିରିହ ଜୀବନ ଯାଇ ସାରିଛି। ଏବଂ ଏହାର ଦାୟୀ ସେମାନେ କଲେଜର ଡିନକୁ କରିଛନ୍ତି ।

ସେହିପରି ବଲାଙ୍ଗୀରରେ ବହୁ ପ୍ରତୀକ୍ଷା ପରେ ମେଡିକାଲ କଲେଜ ହୋଇଥିବା ବେଳେ ଏଭଳି ଘଟଣା ଏହାର ପ୍ରତିଷ୍ଠା ଉପରେ ପ୍ରଭାବ ପକାଇବା ସହ ଏଠି ଛାତ୍ର ଛାତ୍ରୀ ପଢିବାକୁ ଇଚ୍ଛୁକ ନହେବ ବୋଲି କହିଛନ୍ତି ସଂଗଠନ ଗୁଡିକ । ଶୀଘ୍ର ଏଠିକାର ଡିନଙ୍କୁ ବହିଷ୍କାର କରିବାର ଦାବି କରିଥିଲେ । ଏଥି ସହ ଛାତ୍ର ମୃତ୍ୟୁ ଘଟଣାର ଉଚ୍ଚ ସ୍ଥରୀୟ ତଦନ୍ତ ପାଇଁ ମଧ୍ୟ ଦାବି ଜଣାଇଥିଲେ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.