ETV Bharat / state

ବଲାଙ୍ଗୀରରେ ବଢୁଛି ହାତୀ-ମଣିଷ ଲଢେଇ, 12ବର୍ଷରେ ଗଲାଣି 24ଜୀବନ

author img

By ETV Bharat Odisha Team

Published : Aug 29, 2023, 3:21 PM IST

ଦିନକୁ ଦିନ ହାତୀ-ମଣିଷ ଲଢେଇ ବଢୁଛି । କେତେବେଳେ ହାତୀ ଆକ୍ରମଣରେ ମଣିଷର ଜୀବନ ଯାଉଛି ତ ଆଉ କେତେବେଳେ ଶିକାରୀ ଗୁଳି ଓ ଅନ୍ୟ ମନୃଷ୍ୟକୃତ କାରଣ ପାଇଁ ହାତୀର ମୃତ୍ୟୁ ହେଉଛି । ବଲାଙ୍ଗୀର ଜିଲ୍ଲା ଗଲା 12 ବର୍ଷରେ 12ଟି ହାତୀ ମରିଥିବା ବେଳେ 24ଜଣ ଲୋକଙ୍କ ପ୍ରାଣହାନି ଘଟିଛି l ଅଧିକ ପଢନ୍ତୁ

ବଲାଙ୍ଗୀରରେ ବଢୁଛି ହାତୀ-ମଣିଷ ଲଢେଇ
human elephant conflict
ବଲାଙ୍ଗୀରରେ ବଢୁଛି ହାତୀ-ମଣିଷ ଲଢେଇ

ବଲାଙ୍ଗୀର: ଜିଲ୍ଲାରେ ହାତୀ-ମଣିଷ ଲଢେଇ ବଢିବାକୁ ଲାଗିଛି । ବନ ବିଭାଗ ଏହା ଉପରେ ବ୍ରେକ ଦେବାକୁ ଆଧୁନିକ ଜ୍ଞାନ କୌଶଳର ସହାୟତା ନେଉଛି ତଥାପି ଏହା ଉପରେ ରୋକ ଲାଗି ପାରୁନାହିଁ । ହାତୀ ମଣିଷ ସଂଘର୍ଷରେ ଗତ 12 ବର୍ଷ ମଧ୍ୟରେ 12ଟି ହାତୀ ଓ 24 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବଲାଙ୍ଗୀରରେ ବିପଦରେ ଉଭୟ ମଣିଷ ଓ ଗଜରାଜ୍। ଜିଲ୍ଲାରେ ଉଭୟ ମଣିଷ ଓ ହାତୀ କେମିତି ରହିବେ ସୁରକ୍ଷିତ ତାକୁ ନେଇ ଏବେ ବଡ ପ୍ରଶ୍ନ ଉଠିଛି ।

ବଣ ପାହାଡ ଘେରା ଜିଲ୍ଲା ବଲାଙ୍ଗୀର । ପାଖ ପଡୋଶୀ ଜିଲ୍ଲାର ହାତୀ ଏହି ଜିଲ୍ଲାକୁ ନିୟମିତ ଆସିଥାନ୍ତି। ପୂର୍ବରୁ ବଲାଙ୍ଗୀର ଜିଲ୍ଲା କେବଳ ହାତୀ ଚଲାପଥ ହୋଇଥିବା ବେଳେ ଏବେ ଏଥିରେ ବ୍ୟତିକ୍ରମ ଦେଖିବାରେ ମିଳିଛି । ହାତୀ ପଲ ଏବେ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ମାସ ମାସ ଧରି ରହୁଛନ୍ତି । ତେବେ କଳାହାଣ୍ଡି, ଫୁଲବାଣୀ ଅଞ୍ଚଳର ହାତୀ ପଲ ବଲାଙ୍ଗୀର ଜିଲ୍ଲା ଗୁଡ଼ଦ୍ଭେଲା ବ୍ଲକ ଦେଇ ଜିଲ୍ଲାକୁ ପ୍ରବେଶ କରିଥାନ୍ତି। ସେହିପରି ନୂଆପଡ଼ା ଖରୀଆର ଅଞ୍ଚଳର ହାତୀ ପାଟଣାଗଡ଼ କଣ୍ଟାବାଞ୍ଜି ଦେଇ ଜିଲ୍ଲାକୁ ପ୍ରବେଶ କରିଥାନ୍ତି । ଏହାଛଡା ଦଶପଲ୍ଲା ସୋନପୁର ମହାନଦୀ ଡେଇଁ ହାତୀ ପଲ ବଲାଙ୍ଗୀର ପୁଇନ୍ତଲା ବ୍ଲକ ଓ ଲୋଇସିଂହା ବ୍ଲକକୁ ଆସିଥାନ୍ତି । ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ଥିବା ସମୟରେ ଏମାନେ ବ୍ୟାପକ ଫସଲ ହାନି କରିବା ସହ ଘରଦ୍ୱାର ମଧ୍ୟ ଭାଙ୍ଗି ଥାଆନ୍ତି । ସେହିପରି ଏମାନଙ୍କ ସହ ମଣିଷର ଲଢେଇ ମଧ୍ୟ ହୋଇଥାଏ । ଏଥିରେ ଉଭୟଙ୍କ ଜୀବନ ଯାଇଛି ।

ବଢୁଛି ହାତୀ- ମଣିଷ ଲଢେଇ: ଜଙ୍ଗଲ ବିଭାଗର ସୂଚନା ଅନୁସାରେ ଗତ 2012 ମସିହାରୁ ଏ ଯାଏଁ 12 ଟି ହାତୀ ଓ 24 ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଯେଉଁଥିରେ କେତେବେଳେ ବିଦ୍ୟୁତ୍ ଆଘାତରେ କିମ୍ବା କେତେବେଳେ ବରାହ ଫାଶରେ ପଡ଼ି ଏମାନଙ୍କର ମୃତ୍ୟୁ ହୋଇଛି । ସର୍ବାଧିକ 7ଟି ହାତୀର ମୃତ୍ୟୁ କେବଳ ଲୋଇସିଂହା ବନ ଖଣ୍ଡରେ ହୋଇଥିବାର ରେକର୍ଡ ରହିଛି । ତେବେ ବର୍ଷ ହିସାବରେ ଏହାକୁ ନଜର ପକାଇଲେ 2011ରେ ପାଟଣାଗଡ଼ରେ ଗୋଟିଏ ହାତୀ, 2013ରୁ 2018 ମଧ୍ୟରେ ଲୋଇସିଂହାର 4ଟି ହାତୀର ମୃତ୍ୟୁ ହୋଇଥିଲା । ସେହିପରି 2020- 21ରେ 2ଟି ହାତୀର ମୃତ୍ୟୁ ହୋଇଥିଲା । ସେହିପରି 2009 ରୁ ଆଜି ଯାଏଁ 24 ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଯେଉଁଥିରେ 2009 ରେ 2ଜଣ, 2010ରେ ଜଣେ, 2011 3 ଜଣ, 2017ରେ 2 ଜଣ, 2019 ରେ ଜଣେ 2020 ରେ 3 ଜଣ, 2021 ରେ 3 ଜଣ, 2022ରେ 3 ଜଣ ଓ 2023ରେ ଏଯାବତ୍ 2 ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ହାତୀ ଦ୍ଵାରା ହୋଇଥିବା ଫସଲ ହାନି ଓ ମୃତାହତଙ୍କ ସଂଖ୍ୟା ବଢ଼ିଥିବା ବେଳେ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏଯାବତ୍ 6174 ହେକ୍ଟର ଫସଲ ନଷ୍ଟ ହୋଇଛି । ସେହିପରି କ୍ଷତି ପୂରଣ ବାବଦରେ ବିଭାଗ ମୋଟ 42 ଲକ୍ଷ 86 ହଜାର 660 ଟଙ୍କା ଲୋକଙ୍କୁ ପ୍ରଦାନ କରିଥିବାର ଜଣାପଡ଼ିଛି ।

ଏହା ବି ପଢନ୍ତୁ...ବଢୁଛି ହାତୀ-ମଣିଷ ଲଢେଇ: ହାତୀ ସୁରକ୍ଷାରେ ଫେଲ୍ ସରକାର; ଲୋପ ପାଇଯିବ କି ହାତୀ ବଂଶ !

ଜିଲ୍ଲାରେ ହାତୀ-ମଣିଷ ଲଢେଇ ନେଇ ସ୍ଥାନୀୟ ବାସିନ୍ଦା ପୂର୍ଣ୍ଣ ପଣ୍ଡା କହିଛନ୍ତି ,''ହାତୀଙ୍କ ପ୍ରାକୃତିକ ଆବାସ କମିଛି । ଖାଦ୍ୟ ଓ ଆବାସ ପାଇଁ ହାତୀ ଏବେ ଗାଁମୁହାଁ ହେଉଛନ୍ତି । ଲୋକଙ୍କ ସହିତ ତାଙ୍କର ଜୀବନ ମଧ୍ୟ ଏଥିରେ ଯାଉଛି । ତେବେ ଜଙ୍ଗଲ ବିଭାଗ ଉଚିତ୍ ପଦକ୍ଷେପ ନେଲେ ଏହି ସଂଖ୍ୟା କମିବ ନିଶ୍ଚୟ ।'' ସେପଟେ ଏଭଳି ପରିସ୍ଥିତିକୁ ନେଇ ଡିଏଫଓ କହିଛନ୍ତି, ''ବଲାଙ୍ଗୀର ବନ ବିଭାଗ ସ୍ବତନ୍ତ୍ର ଯୋଜନା ହାତକୁ ନେଇଛି । ଯେଉଁଥିରେ ବନ ବିଭାଗ ହାତୀଙ୍କୁ ଚଳାପଥକୁ କଡା ନଜରରେ ରଖିଛି । ଆଧୁନିକ ଜ୍ଞାନ କୌଶଳ ସାହାଯ୍ୟରେ ଏମାନଙ୍କର ଟ୍ରାକିଂ କରିବା ଆରମ୍ଭ କରିଛି । ଯେଉଁଥିରେ ଥର୍ମାଲ ଓ ଇନ୍ଫରା ରେଡ ଟ୍ରକିଙ୍ଗ ଆରମ୍ଭ କରି ହାତୀର ଗତି ପଥ ଉପରେ ନଜର ରଖା ଯାଉଛି ।''

ତେବେ ଏଠି ପ୍ରଶ୍ନ ଉଠୁଛି ଆଧୁନିକ ଜ୍ଞାନ କୌଶଳ, ସଚେତନ ଓ ଗଜସାଥୀ ନିୟୋଜିତ ପରେ ବି କାହିଁକି ଏହି ଲଢେଇରେ ବିରାମ ଲାଗି ପାରୁନାହିଁ । ବନ ବିଭାଗରେ କଣ କମି ରହିଯାଇଛି । ତେବେ ସରକାର ଏ ଦିଗରେ ତ୍ବରତି ପଦକ୍ଷେପ କଲେ ଏହି ଭୟଙ୍କର ସ୍ଥିତିକୁ ଏଡାଯାଇପାରିବ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.