ETV Bharat / state

ମମିତା ହତ୍ୟାକାଣ୍ଡ; ଜାମିନ ଆବେଦନ ଖାରଜ, ଜେଲ୍ ଗଲା ଗୋବିନ୍ଦ - କୋର୍ଟରେ ହାଜର ଗୋବିନ୍ଦ

ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ରିମାଣ୍ଡ ଶେଷ ହୋଇଛି । ଆଜି ପୋଲିସ୍ ଗଣମାଧ୍ୟମକୁ ଲୁଚାଇ ତାକୁ କୋର୍ଟରେ ହାଜର କରିଛି । ଅଧିକ ପଢନ୍ତୁ...

କୋର୍ଟରେ ହାଜର ହେଲା ଗୋବିନ୍ଦ
କୋର୍ଟରେ ହାଜର ହେଲା ଗୋବିନ୍ଦ
author img

By

Published : Oct 25, 2021, 9:33 AM IST

Updated : Oct 25, 2021, 8:18 PM IST

ବଲାଙ୍ଗୀର: ମମିତା ମେହେର ହତ୍ୟା ମାମଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ରିମାଣ୍ଡ ଶେଷ ହୋଇଛି । ଆଜି ପୋଲିସ୍ ଗଣମାଧ୍ୟମକୁ ଲୁଚାଇ ତାକୁ କୋର୍ଟରେ ହାଜର କରିବା ପରେ କୋର୍ଟ ଗୋବିନ୍ଦକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ସଙ୍ଗୀନ ଦଫା ଲାଗିଥିବାରୁ କୋର୍ଟ ଗୋବିନ୍ଦର ଜାମିନ ନାମଞ୍ଜୁର କରିଛନ୍ତି ।

ମମିତା ମର୍ଡର ମିଷ୍ଟ୍ରି, ଜାମିନ ଆବେଦନ ଖାରଜ, ଜେଲ୍ ଗଲା ଗୋବିନ୍ଦ

ସେପଟେ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗୋବିନ୍ଦ ସହ ତର ସହଯୋଗୀ ରାଧେ ଚଣ୍ଡୀ ସାମିଲ ଥିବା କଥା ସ୍ପଷ୍ଟ କରିଛି ପୋଲିସ । ଗୋବିନ୍ଦର ୫ ଦିନିଆ ରିମାଣ୍ଡ ଶେଷ ହେବାପରେ ତାକୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ହାଜର ହେବାପୂର୍ବରୁ ତାର କୋଭିଡ ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଥିଲା ।

ଗୋବିନ୍ଦ ପୋଲିସ ହେପାଜତରୁ ଫେରାର ହୋଇଥିଲା । ଭଉଣୀ ଘର ଆଖୁ କିଆରିରେ ଲୁଚି ଥିବାବେଳେ ପୋଲିସ ପୁଣି ତାକୁ ଗିରଫ କରିଥିଲା । ମମିତା ମେହେର ହତ୍ୟାକାଣ୍ଡରେ ପୋଲିସ ଗୋବିନ୍ଦ ଉପରେ IPC ଦଫା 302 ହତ୍ୟା, 366 ମହିଳାଙ୍କୁ ଅପହରଣ, 201 ପ୍ରମାଣ ନଷ୍ଟ ଓ 120 ବି ପୂର୍ବ ଯୋଜନା ମୁତାବକ ଅପରାଧ ଭଳି ସଙ୍ଗୀନ ଦଫା ଲଗାଇଛି । ସେପଟେ ଅଭିଯୁକ୍ତକୁ ଫାଶୀ ଦେବାକୁ ଦେବାକୁ ମମିତାଙ୍କ ପରିବାର ଲୋକେ ଦାବି କରିଛନ୍ତି ।

ଏହାପରେ କୋର୍ଟ ତାକୁ ବିଚାର ବିଭାଗୀୟ ହଜାତକୁ ପଠାଇ ଦେଇଛନ୍ତି । ଗୋବିନ୍ଦର ଠିକଣା ଏବେ କଣ୍ଟାବାଞ୍ଜି ଉପକାରାଗାର ହୋଇଛି। ପୋଲିସ୍ ପାଞ୍ଚ ଦିନରେ ଗୋବିନ୍ଦକୁ ନେଇ ହତ୍ୟାକାଣ୍ଡର ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲା । ଘଟଣାସ୍ଥଳକୁ ଯାଇ ସିନ ରିକ୍ରିଏସନ କରିଥିଲା । ତା ସହିତ ଏ ଘଟଣାରେ ଆଉ କିଏ ସାମିଲ ଅଛନ୍ତି ତାର ମଧ୍ୟ ପୋଲିସ୍ ତଦନ୍ତ କରୁଥିବାର ଜଣାପଡ଼ିଛି। ତେବେ ମାମଲାରେ ଗୋବିନ୍ଦ ସାହୁ ଓ ତାର ଡ୍ରାଇଭର ରାଧେକୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିବା ପରେ ଜେଲ ପଠାଇ ଦିଆଯାଇଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Oct 25, 2021, 8:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.