ETV Bharat / state

ମୋଷ୍ଟୱାଣ୍ଟେଡ୍‌ ଗୋବିନ୍ଦ ସାହୁ ଗିରଫ - ମମିତା ମେହେର ନିଖୋଜ ମାମଲା

ଅଭିଯୁକ୍ତ ଗୋବିନ୍ଦକୁ ଗିରଫ କରିଛି ବଲାଙ୍ଗୀର ପୋଲିସ । ଏନେଇ ବଲାଙ୍ଗୀର ଏସପି ଟ୍ବିଟ କରି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ମୋଷ୍ଟୱାଣ୍ଟେଡ୍‌ ଗୋବିନ୍ଦ ସାହୁ ଗିରଫ
ମୋଷ୍ଟୱାଣ୍ଟେଡ୍‌ ଗୋବିନ୍ଦ ସାହୁ ଗିରଫ
author img

By

Published : Oct 19, 2021, 5:27 PM IST

Updated : Oct 19, 2021, 7:06 PM IST

ବଲାଙ୍ଗୀର: କଳାହାଣ୍ଡି ସନସାଇନ୍ ସ୍କୁଲ ଅଧ୍ୟାପିକା ମମିତା ମେହେର ନିଖୋଜ ମାମଲାରେ ଫେରାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ । ପୁଣି ଥରେ ଗିରଫ ହୋଇଛି ଗୋବିନ୍ଦ ସାହୁ । ଅଭିଯୁକ୍ତ ଗୋବିନ୍ଦକୁ ଗିରଫ କରିଛି ବଲାଙ୍ଗୀର ପୋଲିସ । ଏନେଇ ବଲାଙ୍ଗୀର ଏସପି ଟ୍ବିଟ କରି ସୂଚନା ଦେଇଛନ୍ତି । ମମିତା ମେହେର ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରହିଛି ଗୋବିନ୍ଦ ।

ମୋଷ୍ଟୱାଣ୍ଟେଡ୍‌ ଗୋବିନ୍ଦ ସାହୁ ଗିରଫ

ଗୋବିନ୍ଦଙ୍କୁ ଧରାଇଲେ ଲକ୍ଷେ ଟଙ୍କା ମିଳିବ ବୋଲି ଘୋଷଣା କରିଥିଲା ବଲାଙ୍ଗୀର ପୋଲିସ । ଏହାକୁ ନେଇ ବିଭିନ୍ନ ସ୍ଥାନରେ ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁର ପୋଷ୍ଟର ଲଗାଯାଇଥିଲା ।

ବଲାଙ୍ଗୀର ପୋଲିସ ବାରାକରୁ ଚମ୍ପଟ୍‌ ମାରିଥିଲା ଗୋବିନ୍ଦ ସାହୁ । ଅଭିଯୁକ୍ତକୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ମଧ୍ୟ ଗଠନ କରାଯାଇଥିଲା । ଏପଟେ ଶିକ୍ଷୟିତ୍ରୀ ନିଖୋଜ ଘଟଣାର ତଦନ୍ତ ବେଳେ ସନ୍‌ସାଇନ୍ ପବ୍ଲିକ ସ୍କୁଲ ନିର୍ମାଣଧୀନ ମିନି ଷ୍ଟାଡିୟମ ମାଟି ତଳୁ ଏକ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଛି ପୋଲିସ । ତେବେ ଏହି ମୃତଦେହ କାହାର ତାହାକୁ କୌଣସି ସ୍ପଷ୍ଟୀକରଣ ମିଳି ପାରିନାହିଁ । ମମିତା ମେହେର ପିନ୍ଧିଥିବା ସୁନା ଚେନ, ବ୍ରେସ୍‌ଲେଟ ଗଳିତ ମୃତଦେହରୁ ଜବତ କରିଛି ପୋଲିସ । ବ୍ୟବଚ୍ଛେଦ ରିପୋର୍ଟ ପରେ ହିଁ ଏହି ମୃତଦେହ ବିଷୟରେ କିଛି ସୂଚନା ମିଳିପାରିବ ବୋଲି ପୋଲିସ କହିଛି ।

ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ଟିଟିଲାଗଡ ଥାନାରେ ଅଟକ ଥିବା ସ୍କୁଲ ମାଲିକ ଗୋବିନ୍ଦ ସାହୁ ପୋଲିସ ହେପାଜତରୁ ଫେରାର ହୋଇଥିଲା। ଅଭିଯୁକ୍ତକୁ ଧରିବାକୁ ପୋଲିସ ଚାରୋଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା। ସେପଟେ ଗୋବିନ୍ଦ ସାହୁ ବଙ୍ଗମୁଣ୍ଡାର ଏକ ଜଙ୍ଗଲରେ ଲୁଚି ଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ବଲାଙ୍ଗୀର ପୋଲିସ । ତେବେ ପୋଲିସ ସେହି ଜଙ୍ଗଲରେ ଚଢାଉ କରି ଗୋବିନ୍ଦକୁ ଗିରଫ କରିଛି। ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ଆଗକୁ ପୋଲିସ ଅଧିକ ତଦନ୍ତ କରି ନିସ୍କର୍ଷରେ ପହଞ୍ଚିପାରିବ ବୋଲି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର କହିଛନ୍ତି ।

କଳାହାଣ୍ଡି ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ମାମଲାରେ ବିରୋଧୀଙ୍କ ହୋହାଲ୍ଲାରେ ଉଠୁଛି ପଡ଼ୁଛି ରାଜ୍ୟ । ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ପରେ ବିରୋଧୀ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ।

ବଲାଙ୍ଗୀରରୁ ଏସ୍.କେ ୱାହିଦ, ଇଟିଭି ଭାରତ

Last Updated : Oct 19, 2021, 7:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.