ETV Bharat / state

ମମିତା ମର୍ଡର ମିଷ୍ଟ୍ରି: ଗୋବିନ୍ଦ କୋଭିଡ ଟେଷ୍ଟ ରିପୋର୍ଟରେ ରହୁନି ତାଳମେଳ - ମମିତା

ଶିକ୍ଷୟିତ୍ରୀ ମମିତା ମେହେର ମର୍ଡର ମିଷ୍ଟ୍ରିର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କୋଭିଡ ରିପୋର୍ଟକୁ ନେଇ ଦ୍ବନ୍ଦ୍ବ । ଡାକ୍ତରଖାନା କର୍ତ୍ତୃପକ୍ଷ ଏବଂ ପୋଲିସ ମଧ୍ୟରେ ରହୁନି ତାଳମେଳ । ଅଧିକ ପଢନ୍ତୁ...

ମମିତା ମର୍ଡର ମିଷ୍ଟ୍ରି: ଗୋବିନ୍ଦ କୋଭିଡ ଟେଷ୍ଟ ରିପୋର୍ଟରେ ତାଳମେଳ ରହୁନିମମିତା ମର୍ଡର ମିଷ୍ଟ୍ରି: ଗୋବିନ୍ଦ କୋଭିଡ ଟେଷ୍ଟ ରିପୋର୍ଟରେ ତାଳମେଳ ରହୁନି
ମମିତା ମର୍ଡର ମିଷ୍ଟ୍ରି: ଗୋବିନ୍ଦ କୋଭିଡ ଟେଷ୍ଟ ରିପୋର୍ଟରେ ତାଳମେଳ ରହୁନି
author img

By

Published : Oct 26, 2021, 8:10 AM IST

ବଲାଙ୍ଗୀର: ଶିକ୍ଷୟତ୍ରୀ ମମିତା ମେହେର ମର୍ଡର ମିଷ୍ଟ୍ରିର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର କୋଭିଡ ଟେଷ୍ଟ ରିପୋର୍ଟକୁ ନେଇ ଉଠିଲା ପ୍ରଶ୍ନ । ମିଳିଥିବା ରିପୋର୍ଟ ଅନୁଯାୟୀ ଗୋବିନ୍ଦ ଫେରାର ଥିବା ସମୟର କୋଭିଡ ଟେଷ୍ଟ କରାଯାଇଛି, ଯାହାକୁ ନେଇ ପୋଲିସର ତଦନ୍ତ ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ମମିତା ମର୍ଡର ମିଷ୍ଟ୍ରି: ଗୋବିନ୍ଦ କୋଭିଡ ଟେଷ୍ଟ ରିପୋର୍ଟରେ ତାଳମେଳ ରହୁନି

ତେବେ ମମିତା ମେହେର ୮ ତାରିଖରେ ନିଖୋଜ ହୋଇଯାଇଥିଲେ । ଏନେଇ ବଲାଙ୍ଗୀର ସିନ୍ଧେକେଲା ଥାନାରେ ଗତ 12 ରେ ଲିଖିତ ଅଭିଯୋଗ ହୋଇଥିଲା । ପୋଲିସ 14 ରେ ଗୋବିନ୍ଦ ସାହୁକୁ ଅଟକ ରଖି ତଦନ୍ତ କରୁଥିବାବେଳେ ଗତ 17 ରାତିରେ ସେ ପୋଲିସ୍ ହେପାଜତରୁ ଫେରାର ହୋଇ ଯାଇଥିଲା । ପରେ ପୁଣି 19 ରେ ପୋଲିସ୍ ତାକୁ ଧରିଥିଲା ।

କିନ୍ତୁ ପୋଲିସ୍ ଗୋବିନ୍ଦ ସାହୁ ଫେରାର ହେବା ପୂର୍ବରୁ କୋଭିଡ ଟେଷ୍ଟ କରିଥିବା କହୁ ଥିବାବେଳେ ଟିଟିଲାଗଡ ଡ଼ାକ୍ତରଖାନା ରେଜିଷ୍ଟରରେ 18 ତାରିଖ ଉଲ୍ଲେଖ ରହିଛି । ସେପଟେ ଏହାକୁ ନେଇ ଟିଟିଲାଗଡ ଏସଡିଏମଓ 17 ତାରିଖରେ ଟେଷ୍ଟ ହୋଇଥିବା କହୁଥିଲେ ମଧ୍ୟ ରେଜିଷ୍ଟରରେ 18 କେମିତି ଆସିଲା ସେନେଇ ଦ୍ବନ୍ଦ୍ବ ଉପୁଜିଛି ।

ଅନ୍ୟପଟେ ଉତ୍ତରାଞ୍ଚଳ ପୋଲିସ ଡିଆଇଜିଙ୍କ କହିବା ଅନୁସାରେ ଗୋବିନ୍ଦ ସାହୁର କୋଭିଡ ପରୀକ୍ଷା 17 ତାରିଖ ଅପରାହ୍ନରେ ହୋଇଛି । ଡାକ୍ତରଖାନାରେ ସେଦିନର ସ୍ଲଟ ସରିଥିବାରୁ ଆଗୁଆ 18 ତାରିଖ ସ୍ଲଟରେ ଟେଷ୍ଟ ହୋଇଛି । ତେବେ ପୋଲିସ୍ ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ କଥାରେ ତାଳମେଳ ରହୁନଥିବାରୁ ସନ୍ଦେହ ସୃଷ୍ଟି ହୋଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.