ETV Bharat / state

ମମିତାଙ୍କୁ କାରରେ ହତ୍ୟା କରିଛି ଗୋବିନ୍ଦ, ପରକିୟା ପ୍ରୀତି କାରଣ କହିଲା ପୋଲିସ - ମମିତା ମେହର

ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ସ୍ପଷ୍ଟୀକରଣ ଦେଲା ବଲାଙ୍ଗୀର ପୋଲିସ । ଗୋବନ୍ଦ ହିଁ ମମିତାଙ୍କୁ କାରରେ ହତ୍ୟା କରିଛି । ପରକୀୟା ପ୍ରତି ପାଇଁ ହତ୍ୟାକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

ମମିତାଙ୍କୁ କାରରେ ହତ୍ୟା କରିଛି ମୁଖ୍ୟ ଅଭିଯୁକ୍ତ, ହତ୍ୟା ପଛରେ ପରକିୟା ପ୍ରୀତି

author img

By

Published : Oct 20, 2021, 6:25 PM IST

Updated : Oct 20, 2021, 7:28 PM IST

ବଲାଙ୍ଗୀର: ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ପ୍ରତିକ୍ରିୟା ରଖିଛି ବଲାଙ୍ଗୀର ପୋଲିସ ପ୍ରଶାସନ । ଏହି ଜଘନ୍ୟ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସ୍କୁଲ ପରିଚାଳକ ଗୋବିନ୍ଦ ସାହୁ ନିଜେ ହିଁ ମମିତାଙ୍କ ହତ୍ୟାକାରୀ ବୋଲି ପୋଲିସ ସ୍ପଷ୍ଟ କରିଛି । ତେବେ ଗୋବିନ୍ଦ ସାହୁଙ୍କ ପରକିୟା ପ୍ରୀତି ବିଷୟରେ ମମିତା ଜାଣିଥିବାରୁ ଗୋବିନ୍ଦ ସାହୁ ଯୋଜନା ବଦ୍ଧ ଭାବରେ ତାଙ୍କୁ ପ୍ରଥମେ ଅପହରଣ ଓ ପରେ ନିଜ କାରରେ ହତ୍ୟା କରିଥିବା ପ୍ରାଥମିକ ଭାବେ ଜାଣିବାକୁ ପାଇଥିବା କହିଛି ପୋଲିସ । ଆଜି ଏନେଇ ଉତ୍ତରାଞ୍ଚଳ ଡିଆଇଜି ଦିପକ କୁମାର ପ୍ରେସମିଟରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି ।

ମମିତାଙ୍କୁ କାରରେ ହତ୍ୟା କରିଛି ମୁଖ୍ୟ ଅଭିଯୁକ୍ତ, ହତ୍ୟା ପଛରେ ପରକିୟା ପ୍ରୀତି

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ପରିଚାଳକ ଗୋବିନ୍ଦ ସାହୁ ଅନ୍ୟ ଯୁବତୀ ଓ ମହିଳାଙ୍କ ସହ ସମ୍ପର୍କ ରଖିଥିବାର ମମିତା ଜାଣିଥିଲେ। ତାଙ୍କର ଏହି ସବୁ ରହସ୍ୟ ସାଧାରଣରେ ପ୍ରଘଟ କରିଦେବା ନେଇ ଅଭିଯୁକ୍ତ ଗୋବିନ୍ଦକୁ ଧମକ ଦେଉଥିଲେ ମମିତା । ତେବେ କୌଶଳକ୍ରମେ ତାକୁ ଘରୁ ଗତ ୮ତାରିଖରେ ସ୍କୁଲକୁ ଡାକିଥିଲା ଅଭିଯୁକ୍ତ ଗୋବିନ୍ଦ। ଅଧାବାଟରେ ମମିତାଙ୍କୁ ନିଜ କାରରେ ନେଇଯାଇ ସେହି କାରରେ ହିଁ ହତ୍ୟା କରିଥିବା ପୋଲିସ କହିଛି ।

ହତ୍ୟା ଷଡଯନ୍ତ୍ରକୁ ସଫଳ କରିବା ପରେ ପୂର୍ବ ଯୋଜନା ମୁତାବକ ପ୍ରସ୍ତୁତ ଥିବା ମହାଲିଙ୍ଗ ଖେଳ ପଡ଼ିଆରେ ମମିତାଙ୍କ ମୃତଦେହକୁ ପୋଡାଯାଇଥିଲା । ପରେ ଉକ୍ତ ଷ୍ଟାଡିୟମ ପରିସରରେ ଏକ ୮ ଫୁଟ ଗଭୀର ଗାତ ଖୋଳି ମୃତଦେହକୁ ପୋତି ଦିଆଯାଇଥିଲା । ତେବେ ଏହି ଘଟଣା ପରେ ମମିତା ସ୍କୁଲ ଆସି ନଥିବା ପରିବାର ଲୋକଙ୍କୁ ଜଣାଇଥିଲା ଗୋବିନ୍ଦ । ମମତାଙ୍କ ପତ୍ତା ନଳିବା ପରେ ପରିବାର ଲୋକେ ସିନ୍ଧେକେଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ୍ ଏହାର ତଦନ୍ତ ଆରମ୍ଭ କରି 45 କିମି ମଧ୍ୟରେ ଥିବା ସବୁ ସିସିଟିଭି ଫୁଟେଜ ସଂଗ୍ରହ କରିବା ସହ ୭-୮ ଜଣଙ୍କୁ ଅଟକ ରଖି ଜେରା କରିବା ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିଲା ।

ଏହି ପ୍ରକ୍ରିୟା ମଧ୍ୟରେ ପୋଲିସ ବ୍ୟବସ୍ଥାର ଅବହେଳାର ସୁଯୋଗ ନେଇ ପୋଲିସ୍ ହେପାଜତରୁ ଫେରାର ମାରିଥିଲା ଅଭିଯୁକ୍ତ ଗୋବିନ୍ଦ । ପୁଣି ୨ ଦିନ ପରେ ପୋଲିସ୍ ତାକୁ ବଙ୍ଗୋମୁଣ୍ଡା ଝରିଏଲ୍ ଠାରୁ ଗିରଫ କରିଥିଲା। ତେବେ ଏହି ଘଟଣାରେ ପୋଲିସ ଏବେ ତାର କାର ଡ୍ରାଇଭରକୁ ଏବେ ଅଟକ ରଖିଥିବାବେଳେ ତଦନ୍ତ କରୁଥିବାର କହିଛି।

ଗତକାଲି ଗୋବିନ୍ଦକୁ ଗିରଫ କରିବା ପରେ ତା ବିରୋଧରେ ସବୁ ତଥ୍ୟ ପ୍ରମାଣ ସହ ପୋଲିସ୍ ଆଜି ତାକୁ କୋର୍ଟ ଚାଲାଣ କରିଥିଲା । ତେବେ ଗୋବିନ୍ଦକୁ ପୋଲିସର ରିମାଣ୍ଡ ଆବେଦନ ମୁତାବକ ୫ ଦିନ ରିମାଣ୍ଡ ମଞ୍ଜୁର କରିଛନ୍ତି ବଲାଙ୍ଗୀର ଏସଡିଜେଏମ କୋର୍ଟ । ଏବେ ରିମାଣ୍ଡ ୫ଦିନ ପର୍ଯ୍ୟନ୍ତ ଅଭିଯୁକ୍ତ ଗୋବିନ୍ଦ ଠାରୁ ସସମ୍ତ ସତ ଓଗାଳିବା ସହ କ୍ରାଇମ ସିନ ରିକ୍ରିଏସନ ମଧ୍ୟ କରିବ ପୋଲିସ । ଏହି ମାମଲାକୁ ଗୁରୁତ୍ବର ସହ ନିଆଯାଇ ଶୀଘ୍ର ଏହାର ଚାର୍ଜସିଟ ଦାଖଲ କରାଯିବା ସହ ଫାଷ୍ଟଟ୍ରକ କୋର୍ଟରେ ଏହାର ବିଚାର ହେବ ବୋଲି କହିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ।

ବଲାଙ୍ଗୀରରୁ ଏସକେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

Last Updated : Oct 20, 2021, 7:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.