ETV Bharat / state

ଖୁବଶୀଘ୍ର ଶେଷ ହେବ ଲୋୟର ସୁକତେଲ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ

author img

By

Published : Aug 22, 2022, 2:59 PM IST

Updated : Aug 22, 2022, 3:29 PM IST

ବଲାଙ୍ଗୀର ଜିଲ୍ଲାର ଜୀବନ ଲୋୟର ସୁକତେଲ ପ୍ରକଳ୍ପ । ୨୦୨୩ ସେପ୍ଟେମ୍ବର ସୁଦ୍ଧା ଏହା ସମ୍ପୂର୍ଣ୍ଣ ଭାବରେ ତିଆରି ହେବା ସହ ଲୋକାର୍ପିତ ହେବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ । ଅଧିକ ପଢନ୍ତୁ

ଖୁବଶୀଘ୍ର ଶେଷ ହେବ ଲୋୟର ସୁକତେଲ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ
ଖୁବଶୀଘ୍ର ଶେଷ ହେବ ଲୋୟର ସୁକତେଲ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ପ୍ରକଳ୍ପ ନିର୍ମାଣ(Balangir Lower Suktel project) କାମ ଶୀଘ୍ର ଶେଷ ହେବାକୁ ଯାଉଛି । ଯାହା ଦ୍ବାରା ସମଗ୍ର ବଲାଙ୍ଗୀରର ବିକାଶ ହୋଇ ପାରିବ । ହେଲେ ଏହି ପ୍ରକଳ୍ପ ପାଇଁ ନିଜ ଭିଟାମାଟି ହରାଇଥିବା ବିସ୍ଥାପିତଙ୍କ ଦୁଃଖ କିନ୍ତୁ ଯାଇନାହିଁ । ଏହି ପ୍ରକଳ୍ପ ଦ୍ଵାରା ଏଠିକାର ୨୬ଟି ଗାଁର ଲୋକେ ବିସ୍ଥାପିତ ।

ତେବେ ଥଇଥାନ ନୀତି ଅନୁସାରେ ଏମାନଙ୍କୁ ଥଇଥାନ କରାଯାଉଥିବା ପାଇଁ କୁହାଯାଇଛି । ଏବଂ ସମ୍ପୂର୍ଣ ବୁଡ଼ିବାକୁ ଥିବା ୧୬ଟି ଗାଁର ଲୋକଙ୍କୁ ବିଭିନ୍ନ ସ୍ଥାନରେ ଥଇଥାନ କରାଯିବା କାର୍ଯ୍ୟ ଜାରି ରହିଛି । ତେବେ ଯେଉଁ ମାନଙ୍କର ଜମିଥିଲା ସେମାନେ ଥଇଥାନ ହେଉଥିବାବେଳେ, ଭୂମିହୀନ ଗରିବ ଲୋକ ଏଯାଏଁ ଉଚିତ୍ କ୍ଷତି ପୂରଣ ପାଇ ନ ଥିବା ଅଭିଯୋଗ ହୋଇଛି ।

ସେପଟେ ପ୍ରକଳ୍ପ ନିର୍ମାଣ କାମ ସାରିବାକୁ ଥିବାବେଳେ ଖୁବଶୀଘ୍ର ସବୁଠି ପାଣି ମାଡ଼ିବ । ତେବେ ଏଭଳି ଅବସ୍ଥାରେ ଏହି ଭୂମିହୀନ କେଉଁଠି ଓ କେମିତି ଥଇଥାନହେବେ ତାକୁ ନେଇ ସେମାନେ ଚିନ୍ତାରେ । ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପର ୧୯୯୬ ମସିହାରେ ପ୍ରସ୍ତାବ ନିଆଯାଇଥିବାବେଳେ, ୧୨ ବର୍ଷ ବିଳମ୍ବରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ବିସ୍ଥାପିତଙ୍କ ପ୍ରବଳ ବିରୋଧ ଓ ଆନ୍ଦୋଳନ ଯୋଗୁଁ ଏହା ଏବେ ୨୬ ବର୍ଷ ପରେ ନିର୍ମାଣ ସମ୍ପୂର୍ଣ ହେବାକୁ ଯାଇଛି ।

ତେବେ ବର୍ତ୍ତମାନ ସୁଦ୍ଧା, ଏହାର ମାଟି ଡ୍ୟାମ କାମ ୭୫ ପ୍ରତିଶତ ଶେଷହୋଇଥିବାବେଳେ, ସ୍ପିଲ ଓ୍ବେ କାମ ୯୫ ପ୍ରତିଶତ ସରିଛି । ସେହିପରି ୨୦୨୩ ସେପ୍ଟେମ୍ବର ସୁଦ୍ଧା ଏହା ସମ୍ପୂର୍ଣ୍ଣ ଭାବରେ ତିଆରି ହେବା ସହ ଲୋକାର୍ପିତ ହେବ ବୋଲି ପ୍ରକଳ୍ପର ବିଭାଗୀୟ ଅଧିକାରୀ କହିଛନ୍ତି । ସେହିପରି ଭୂତଳ ଜଳସେଚନ ମଧ୍ୟ ଶୀଘ୍ର ହେବ ବୋଲି ସୂଚନା ମିଳିଛି । ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ବିସ୍ଥାପିତଙ୍କ ଦାବି ତଥା ତାଙ୍କ ଉଚିତ ଥଇଥାନ ନିଶ୍ଚୟ କରାଯିବ ।

ତେବେ ରାଜ୍ୟ ସରକାର ସମସ୍ତଙ୍କର ହିତ ଦେଖୁଥିବାବେଳେ, ବିସ୍ଥାପିତଙ୍କ ସବୁ ସମସ୍ୟାକୁ ଗୁରୁତର ସହ ନେଇ ବିଭିନ୍ନ ପଦକ୍ଷେପ ନେଇଥିବାର ସେ କହିଛନ୍ତି । ଏବଂ ଏହି ପ୍ରକଳ୍ପକୁ ପୂର୍ବରୁ ବିରୋଧ ହେଉଥିବାବେଳେ ନବୀନ ସରକାରଙ୍କ ଜନହିତ କାର୍ଯ୍ୟ ଓ ଉଚିତ୍ ଥଇଥାନ ନୀତି ଯୋଗୁଁ ଲୋକେ ବିଶ୍ବାସ କରି ଏବେ ଏହାକୁ ସମର୍ଥନ ଦେବା ଫଳରେ ଆଜି ଏହି ପ୍ରକଳ୍ପ ସମ୍ପୂର୍ଣ ହେବାକୁ ଯାଉଛି ବୋଲି ସେ କହିଛନ୍ତି । ତେବେ ପ୍ରକଳ୍ପ ଦ୍ଵାରା ବଲାଙ୍ଗୀର ବିକାଶ ହେବ ନିଶ୍ଚୟ । ହେଲେ ଏହି ବିକାଶ ସାଙ୍ଗକୁ ବିସ୍ଥାପିତଙ୍କ ଉଚିତ୍ ଥଇଥାନ ମଧ୍ୟ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Aug 22, 2022, 3:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.