ETV Bharat / state

ବଲାଙ୍ଗୀରରେ ସ୍ବଳ୍ପ ବୃଷ୍ଟି, ଚିନ୍ତାରେ ଚାଷୀ

ବଲାଙ୍ଗୀର ଜିଲ୍ଲାରେ ସ୍ବଳ୍ପ ବୃଷ୍ଟି । ଚିନ୍ତାରେ ଚାଷୀ । କମ୍ ବର୍ଷା ଯୋଗୁଁ ଏ ବର୍ଷ ଚାଷ କାମ ପଛେଇଛି । ଆଗକୁ ଭଲ ବର୍ଷା ନହେଲେ ପରିସ୍ଥିତି ସଙ୍ଗିନ ହେବ ବୋଲି କହିଛି ବଲାଙ୍ଗୀର କୃଷି ବିଭାଗ ।

author img

By

Published : Jul 6, 2019, 1:08 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ଜିଲ୍ଲାରେ ଏ ବର୍ଷ ବର୍ଷା ବିଳମ୍ବରେ ହୋଇଛି । ଗତ ଜୁନ ମାସରେ ଏଠି ବର୍ଷା ଆଦୌ ହୋଇନଥିବା ବେଳେ ଜୁଲାଇରେ ବର୍ଷା ଆରମ୍ଭ ହୋଇଛି । ତାହା ପୁଣି ସ୍ୱଳ୍ପ ବୃଷ୍ଟି । ଯାହା ଚାଷୀର ଚିନ୍ତା ବଢ଼ାଇ ଦେଇଛି । ସେପଟେ ଜିଲ୍ଲା କୃଷି ବିଭାଗ ମଧ୍ୟ ସ୍ୱଳ୍ପ ବୃଷ୍ଟିପାତକୁ ସ୍ୱୀକାର କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ମୈସୁମୀ ବର୍ଷା ଭଲ ହେବ ବୋଲି ପାଣିପାଗ ବିଭାଗର ଆକଳନରେ ଚାଷୀ ଖୁସି ହୋଇଥିଲେ । ହେଲେ ବଲାଙ୍ଗୀରରେ ଅକ୍ଷୟ ତୃତୀୟରୁ ସାଧାରଣତଃ ଚାଷ କାମ ଆରମ୍ଭ ହୋଉଥିବା ବେଳେ ଏଥର ତାହା ଗୋଟିଏ ମାସ ପଛରେ ପଡ଼ି ଯାଇଛି । ଏହି ସମୟରେ ଚାଷୀଙ୍କ ଧାନ ଗଜା ଲଗାଇବାର ସମୟ ଥିବା ବେଳେ ଏ ସମୟରେ ଚାଷୀମାନେ ବିଲରେ ବିହନ ବୁଣି ନାହାଁନ୍ତି । ତେବେ ଆଗକୁ ମଧ୍ୟ ଏଭଳି ବର୍ଷାର ଲୁଚକାଳି ଜାରି ରହେ ତାହା ହେଲେ ଏ ବର୍ଷର ଧାନ ଚାଷ ହୋଇ ପାରିବ ନାହିଁ ।

ବଲାଙ୍ଗୀରରେ ଜୁନ ମାସରେ 203 ମିମି ବର୍ଷା ହେବାର ଥିବା ବେଳେ ଏବର୍ଷ ସ୍ୱଳ୍ପ ବୃଷ୍ଟିପାତ ହୋଇ 103 ମିମି ବର୍ଷା ହୋଇଛି । ସେହିପରି ଜୁଲାଇ ମାସରେ ଏଠି 306 ମିମି ବର୍ଷା ହେବାର ହାରାହାରି ଅନୁପାତ ଥିବା ବେଳେ ଏ ଯାଏଁ 96 ମିମି ବର୍ଷା ହୋଇଛି । ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଏ ବର୍ଷ ଚାଷ କାମ ପଛେଇ ଯାଇଛି । ତେବେ ଆଗକୁ ଭଲ ବର୍ଷା ନହେଲେ ପରିସ୍ଥିତି ସଙ୍ଗିନ ହେବ ବୋଲି ବଲାଙ୍ଗୀର କୃଷି ବିଭାଗ କହିଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.