ETV Bharat / state

ବ୍ୟାଙ୍କ କର୍ମଚାରୀଙ୍କ ଠୁ 3 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ - ବଲାଙ୍ଗୀର ଲୁଟ

ବଲାଙ୍ଗୀରରେ ବ୍ୟାଙ୍କ କର୍ମଚାରୀଙ୍କ ଠୁ ଲୁଟ । ମରଣାନ୍ତକ ଆକ୍ରମଣ କରି 3 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇ ଲୁଟେରା ଫେରାର । ପୋଲିସର ତଦନ୍ତ ଜାରି । ଅଧିକ ପଢ଼ନ୍ତୁ...

Loot from bank employees in Balangir
ବ୍ୟାଙ୍କ କର୍ମଚାରୀଙ୍କଠୁ 3 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ
author img

By

Published : Oct 23, 2020, 8:02 PM IST

ବଲାଙ୍ଗୀର: ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଲୁଟ । ମରଣାନ୍ତକ ଆକ୍ରମଣ କରି 3 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଲେ ଲୁଟେରା । ବଲାଙ୍ଗୀର ପାଟଣାଗଡ଼ରେ ଶୁକ୍ରବାର ଘଟିଛି ଏହି ଘଟଣା । ପାଖ ଧନ୍ଦା ମୁଣ୍ଡା ଗ୍ରାମରେ ଥିବା କିଓସ୍କ ବ୍ୟାଙ୍କର ଜଣେ କର୍ମଚାରୀ ଓ ତାଙ୍କ ସହଯୋଗୀ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଲୁଟର ଶିକାର ହୋଇଛନ୍ତି । ମରଣାନ୍ତକ ଆକ୍ରମଣ ଫଳରେ ଉଭୟ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ବ୍ୟାଙ୍କ କର୍ମଚାରୀଙ୍କଠୁ 3 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ

ସୂଚନା ଅନୁଯାୟୀ, ପାଟଣାଗଡ଼ ଧନ୍ଦା ମୁଣ୍ଡା ଗ୍ରାମରେ ଥିବା କିଓସ୍କ ବ୍ୟାଙ୍କର କର୍ମଚାରୀ ସାଇରାମ ସାହୁ ଓ ତାଙ୍କ ସାଥୀ ନିକଟସ୍ଥ ଏସବିଆଇ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ବାଟରେ ଲୁଟର ଶିକାର ହୋଇଛନ୍ତି । କିଛି ଦୁର୍ବୃତ୍ତ ସେମାନଙ୍କ ମରଣାନ୍ତକ ଆକ୍ରମଣ କରି 3 ଲକ୍ଷ 20 ହଜାର ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି । ଗୁରୁତର ଅବସ୍ଥାରେ ପଟଣାଗଡ଼ ପୋଲିସ ଦୁଇ ଆହତଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତେବେ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ସେପଟେ ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଏ ଯାଏଁ ବି ଦୁର୍ବୃତ୍ତମାନଙ୍କ ଟେର ମିଳିନାହିଁ ।

ବଲାଙ୍ଗୀରୁରୁ ଶେଖ ମହମ୍ମଦ ଓ୍ବାଇଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.