ETV Bharat / state

ସରକାରୀ କାର୍ଯ୍ୟରେ ଦଳୀୟ ଚିହ୍ନ ବ୍ୟବହାରକୁ ବିରୋଧ - ବଲାଙ୍ଗୀରରେ ସରକାରୀ କାମରେ ଦଳୀୟ ଚିହ୍ନ ବ୍ୟବହାରକୁ ବିରୋଧ

ବଲାଙ୍ଗୀରରେ କମ୍ୟୁନିଷ୍ଟ ସେଣ୍ଟର ନିର୍ମାଣ କାର୍ଯ୍ୟରେ ବିଜେଡିର ଦଳୀୟ ଚିହ୍ନ ବ୍ୟବହାରକୁ ସ୍ଥାନୀୟ ଲୋକଙ୍କ ବିରୋଧ । ଅଧିକ ପଢନ୍ତୁ...

ସରକାରୀ କାର୍ଯ୍ୟରେ ଦଳୀୟ ଚିହ୍ନ ବ୍ୟବହାରକୁ ବିରୋଧ

author img

By

Published : May 14, 2021, 8:55 AM IST

ବଲାଙ୍ଗୀର: ଜିଲ୍ଲାରେ ଏବେ 'ଆମ ଗାଁ ଆମ ବିକାଶ' କାର୍ଯ୍ୟକ୍ରମ ହାତକୁ ନେଇ ବିଭିନ୍ନ ଉନ୍ନୟନମୂଳକ କାମ ଆରମ୍ଭ ହୋଇଛି । କାର୍ଯ୍ୟକ୍ରମରେ କିଛି ସ୍ଥାନରେ ଦଳୀୟ ଚିହ୍ନ ବ୍ୟବହାରକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ସରକାରୀ କାର୍ଯ୍ୟରେ ଦଳୀୟ ଚିହ୍ନ ବ୍ୟବହାରକୁ ବିରୋଧ

ସୂଚନା ଅନୁଯାୟୀ ବଲାଙ୍ଗୀର ବେଲପଡ଼ା ବ୍ଲକ ଅନ୍ତର୍ଗତ ଜଳିଆ ଗ୍ରାମରେ 3 ଲକ୍ଷ ଟଙ୍କା ବ୍ୟୟରେ ଏକ କମ୍ୟୁନିଟି ସେଣ୍ଟର୍ ନିର୍ମାଣ ଚାଲିଛି । ବେଲପଡ଼ା ପଞ୍ଚାୟତ ସମିତି ପକ୍ଷରୁ ଏହି କାମ ହେଉ ଥିବାବେଳେ ଏଠି ବିଜେଡିର ଦଳୀୟ ଚିହ୍ନକୁ ସୂଚନା ଫଳକରେ ବ୍ୟବହାର କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଏହା ସରକାରୀ କାମ ହୋଇ ଥିବାବେଳେ କାହିଁକି ଏଠି ଦଳୀୟ ଚିହ୍ନ ବ୍ୟବହାର ହେଲା ତାକୁ ନେଇ ଲୋକେ ପ୍ରଶ୍ନ କରିବା ସହ ବିରୋଧ ମଧ୍ୟ କରିଛନ୍ତି । ତୁରନ୍ତ ଏହାକୁ ଉଚ୍ଛେଦ କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.