ETV Bharat / state

ସ୍ମାର୍ଟସ୍କୁଲ ନିର୍ମାଣରେ ଦୁର୍ନୀତିର ଗନ୍ଧ - ବଲାଙ୍ଗୀରରେ ୫T ସ୍କୁଲ ରୂପାନ୍ତରଣ

୫T ସ୍କୁଲ ରୂପାନ୍ତର ବିକାଶ କାମରେ ମହାଦୁର୍ନୀତି ଅଭିଯୋଗ । ବଲାଙ୍ଗୀର ସର୍ଗଡ ଠାରେ ଥିବା ଏକ ସ୍କୁଲର ବିକାଶ କାମ ନକହିବା ଭଲ । ନିମ୍ନମାନର କାମ ହୋଇଥିବା ଅଭିଯୋଗ ଆଣିଲେ ଅଞ୍ଚଳବାସୀ । ଅଧିକ ପଢନ୍ତୁ

ବଲାଙ୍ଗୀରରେ ୫T  ସ୍କୁଲ ରୂପାନ୍ତର ବିକାଶ କାମରେ ମହାଦୁର୍ନୀତି

author img

By

Published : Feb 9, 2022, 1:44 PM IST

ବଲାଙ୍ଗୀର: ୫T ସ୍କୁଲ ରୂପାନ୍ତର ବିକାଶ କାମରେ ମହାଦୁର୍ନୀତି ଅଭିଯୋଗ । ବଲାଙ୍ଗୀର ସର୍ଗଡ ଠାରେ ଥିବା ଏକ ସ୍କୁଲର ବିକାଶ କାମ ନକହିବା ଭଲ । ଓଡ଼ିଶାରେ ଶିକ୍ଷାର ବିକାଶ ପାଇଁ ସରକାର ପଦକ୍ଷେପ ନେଉଥିବା ବେଳେ ୫Tରେ ସ୍କୁଲ ମାନଙ୍କର ରୂପାନ୍ତର ଚାଲିଛି । ସେହି ପରିପ୍ରକ୍ଷୀରେ ବଲାଙ୍ଗୀର ସର୍ବ ପୁରାତନ ସରକାରୀ ଲାଲବାହଦୂର୍ ନୋଡାଲ ଉଚ୍ଚ ମାଧ୍ୟମିକ ସ୍କୁଲରେ ରୂପାନ୍ତର କାମ ଚାଲିଛି । ହେଲେ ବିକାଶ କାମରେ ବ୍ୟାପକ ଅନୀୟମିତତା ହୋଇଥିବା ଅଭିଯୋଗ ଆସିଛି ।

ବଲାଙ୍ଗୀରରେ ୫T ସ୍କୁଲ ରୂପାନ୍ତର ବିକାଶ କାମରେ ମହାଦୁର୍ନୀତି

ଏଥିସହ କାମ ଅତି ନିମ୍ନ ମାନର ହୋଇଥିବା ବେଳେ ସିମେଣ୍ଟ ବଦଳରେ କେବଳ ବାଲି ବ୍ୟବହାର ଓ ଅତି ନିମ୍ନ ମାନର ସାମଗ୍ରୀ ବ୍ୟବହାର ହେଉଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଏହି ସର୍ବ ପୁରାତନ ସ୍କୁଲ ଉପରେ ସୀମାନ୍ତ ବରଗଡ ଜିଲ୍ଲାର ଛାତ୍ର ଛାତ୍ରୀ ସହ ଆଖାପାଖ ୧୫ଟି ଗ୍ରାମର ସାତ ଶହରୁ ଅଧିକ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି ।

କିନ୍ତୁ ଠିକାଦାର ଓ ସରକାରୀ ବାବୁଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସ୍କୁଲ ବିକାଶ କାମ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ସେପଟେ ସ୍କୁଲର ଦୃଶ୍ୟ ଦେଖିଲେ ନିର୍ମାଣରେ ଏବେ ଦୁର୍ନୀତିର ଗନ୍ଧ ମଧ୍ୟ ବାରି ହୋଇପଡୁଛି । ସାରଗାଡ ଗ୍ରାମବାସୀ କାମକୁ ବନ୍ଦ କରିବା ସହ ସ୍କୁଲ ସମ୍ମୁଖରେ ଧାରଣାରେ ବସିଛନ୍ତି ଏବଂ ପ୍ରଶାସନ ତାଙ୍କ ସହ ଆଲୋଚନା ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.