ETV Bharat / state

ହରିଶଙ୍କରରେ ଭୂସ୍ଖଳନ, ଅଳ୍ପକେ ବର୍ତ୍ତିଲେ ଶ୍ରଦ୍ଧାଳୁ - landslide in bolangir

ବଲାଙ୍ଗୀର ପ୍ରସିଦ୍ଧ ଶୈବପୀଠ ହରିଶଙ୍କରରେ ଭୂସ୍ଖଳନ । ଅଳ୍ପକେ ବର୍ତ୍ତିଲେ ହଜାର ହଜାର ଶ୍ରଦ୍ଧାଳୁ ।

ଶୈବପୀଠ ହରିଶଙ୍କରରେ ଭୂସ୍ଖଳନ
author img

By

Published : Aug 12, 2019, 10:43 PM IST

ବଲାଙ୍ଗୀର: ପ୍ରବଳ ବର୍ଷାରେ ବଲାଙ୍ଗୀର ପ୍ରସିଦ୍ଧ ଶୈବପୀଠ ହରିଶଙ୍କରରେ ଭୂସ୍ଖଳନ । ଅଳ୍ପକେ ବର୍ତ୍ତିଲେ ହଜାର ହଜାର ଶ୍ରଦ୍ଧାଳୁ ।

ଶୈବପୀଠ ହରିଶଙ୍କରରେ ଭୂସ୍ଖଳନ, ଅଳ୍ପକେ ବର୍ତ୍ତିଲେ ଭକ୍ତ

ଆଜି(ସୋମବାର) ଶ୍ରାବଣର ଶେଷ ସୋମବାର ହୋଇଥିବାବେଳେ ବଲାଙ୍ଗୀରର ଏହି ପ୍ରସିଦ୍ଧ ପୀଠରେ ମହାଦେବଙ୍କୁ ଜଳ ଲାଗି କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ତେବେ ଗତ ରାତିରୁ ବଲାଙ୍ଗୀରରେ ପ୍ରବଳ ବର୍ଷା ଜାରି ରହିଛି । ତେବେ ହରିଶଙ୍କରରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି । ଯେଉଁ କାରଣରୁ ସେଠାକାର ଝରଣାରେ ଅଚାନକ ଜଳସ୍ତର ବୃଦ୍ଧି ପାଇଥିଲା ।

ଆଜି(ସୋମବାର) ସକାଳ ସମୟରେ ଏହାର ଉପର ମୁଣ୍ଡରେ ଏକ ବଡ ଧରଣର ଭୂସ୍ଖଳନ ଘଟିଥିଲା। ଝରଣାରେ ମାଟି ଅତଡା ଖସିବା ସହ ପାଣି ଜୋରରେ ବହୁଥିବା ବେଳେ ତଳ ମୁଣ୍ଡରେ ପାଣି ନେଇଥିବା ଭକ୍ତ ଏଥିରୁ ଅଳ୍ପକେ ବର୍ତ୍ତିଛନ୍ତି । ତେବେ ଏବେବି ଏଠାରେ ପାଣି ଜୋରରେ ଚାଲୁଥିବାବେଳେ ଶ୍ରଦ୍ଧାଳୁଙ୍କୁ ଝରଣା ନିକଟକୁ ନଥିବା ପାଇଁ ପରାମର୍ଶ ଦିଆଯାଇଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

Intro:ପ୍ରବଳ ବର୍ଷାରେ ବଲାଙ୍ଗିର ପ୍ରସିଦ୍ଧ ଶୈବପୀଠ ହରିଶଙ୍କର ଠାରେ ଭୁଷ୍କଳନ୍ ଅଳ୍ପକେ ବର୍ତ୍ତିଯାଇଛନ୍ତି ହଜାର ହଜାର ଭକତBody:ପ୍ରବଳ ବର୍ଷାରେ ବଲାଙ୍ଗିର ପ୍ରସିଦ୍ଧ ଶୈବପୀଠ ହରିଶଙ୍କର ଠାରେ ଭୁଷ୍କଳନ୍ ଅଳ୍ପକେ ବର୍ତ୍ତିଯାଇଛନ୍ତି ହଜାର ହଜାର ଭକତ। ଆଜି ଶ୍ରାବଣ ର ଶେଷ ସୋମବାର ଥିଁବାବେଲେ ବଲାଙ୍ଗିର ର ଏହି ପ୍ରସିଦ୍ଧ ପିଠ ରେ ସିବାଙ୍କୁ ଜଳ ଲାଗି କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ତେବେ ଗତ ରାତିରୁ ବଲାଙ୍ଗୀରରେ ପ୍ରବଳ ବର୍ଷା ଜାରି ରହିଛି । ତେବେ ହରିଶଙ୍କର ରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଏଠିକାର ଝରଣାର ପାଣି ସ୍ତର ମଧ୍ୟ ବଢିଥିଲା । ଏବଂ ଆଜି ସକାଳେ ଦେଖୁ ଦେଖୁ ଏହାର ଉପର ମୁଣ୍ଡରେ ବାଦ୍ ଧରଣର ଭୁଷ୍କଲାନ୍ ଘଟିଥିଲା। ତେବେ ଝରଣାରେ ମାଟି ଅତଡ଼ା ପାଣି ଜୋରରେ ବହୁଥିବା ବେଳେ ଅଲପକେ ତଳ ମୁଣ୍ଡରେ ପାଣି ନେଇଥିବା ଭକ୍ତ ସବୁ ରକ୍ଷା ପାଇଛନ୍ତି । ତେବେ ଏବେବି ଏଠି ପାଣି ଜୋରରେ ବହୁଥିବା ବେଳେ ଲୋକଙ୍କୁ ତଥା ଭକ୍ତଙ୍କୁ ଝରଣା ନିକଟକୁ ଯିବା ପରାମର୍ଶ ଦିଆ ଯାଇଛି । Conclusion:null
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.