ବଲାଙ୍ଗୀର: ଜିଲ୍ଲାରୁ ପୁଇନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଗ୍ରାମର ସରକାରୀ ଜବାହାର ଉଚ୍ଚ ବିଦ୍ୟାଳୟ ଲକ୍ଷାଧିକ ଟଙ୍କାର କାଠ ଜବତ କରାଯାଇଛି । ବନବିଭାଗ ସମସ୍ତ କାଠକୁ ଜବତ କରିବା ସହତି ଅଧିକ ତଦନ୍ତ ଜାରି ରଖିଛି ।
ଏହି କାଠଗୁଡିକ ବେଞ୍ଚ ଡେସ୍କ ତିଆରି ପାଇଁ ବିଦ୍ୟାଳୟରେ ବେଆଇନ ଭାବେ ଗଛକୁ କଟାଯାଇ କାଠ ରଖାଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି । ତେବେ ଏହି ଜବତ କାଠକୁ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ବିଦ୍ୟାଳୟରେ ଏକ ପୁରୁଣା ଗଛ ଥିଲା ଏବଂ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ବେଞ୍ଚ ଡେସ୍କର ଅଭାବ ଥିବା ବେଳେ ଏହି ଗଛକୁ କଟାଯାଇ ତିଆରି ପାଇଁ ରଖାଯାଇଥିବା ସ୍କୁଲ ପ୍ରଶାସନ କହିଛି ।
ତେବେ ଏହି ଗଛକଟା ପାଇଁ ବିଦ୍ୟାଳୟ କମିଟି ବୈଠକ କରି ସହମତି ଦେଇଥିବା କୁହାଯାଇଛି । ସେପଟେ ବିଦ୍ୟାଳୟ ପ୍ରଶାସନ କିମ୍ବା କମିଟିକୁ ବେଆଇନ ଗଛ କାଟିବା ଅଧିକାର କିଏ ଦେଲା ତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି। ଅନ୍ୟପଟେ ବନ ବିଭାଗ ସମସ୍ତ କାଠକୁ ଜବତ କରିଥିବା ବେଳେ ତଦନ୍ତ ଜାରି ରହିଥିବା କହିଛି । ତେବେ ଏହି ମାମଲାରେ କାହାରିକୁ ଗିରଫ କରାଯାଇ ନ ଥିବା ବନ ବିଭାଗ ସୂଚନା ଦେଇଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ