ETV Bharat / state

କାମ ଦେବା ବଦଳରେ ମାଡ଼ ମାରିଲେ ସରପଞ୍ଚ, ଜିଲ୍ଲାପାଳଙ୍କ ଦ୍ବାରସ୍ତ ହେଲେ ପୀଡିତ

author img

By

Published : Mar 7, 2023, 6:48 AM IST

ଶ୍ରମିକଙ୍କୁ କର୍ମ ନିଯୁକ୍ତି ଯୋଜନାରେ କାମ ଦେବା ବଦଳରେ ସରପଞ୍ଚ ମାଡ ମାରିଥି୍ବା ଅଭିଯୋଗ । କାମ ଦେବା ବଦଳରେ ମାଡ଼ ଥିବାରୁ ଜିଲ୍ଲାପାଳଙ୍କ ଦ୍ବାରସ୍ତ ହେଲେ ପୀଡିତ । ଅଧିକ ପଢ଼ନ୍ତୁ

କାମ ଦେବା ବଦଳରେ ସରପଞ୍ଚ  ମାରିଥିଲେ  ମାଡ଼
କାମ ଦେବା ବଦଳରେ ସରପଞ୍ଚ ମାରିଥିଲେ ମାଡ଼
କାମ ଦେବା ବଦଳରେ ସରପଞ୍ଚ ମାରିଥିଲେ ମାଡ଼

ବଲାଙ୍ଗୀର: ବଲାଙ୍ଗୀର ଜଣେ ଶ୍ରମିକଙ୍କୁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ ମାଗି ମାଡ଼ ଖାଇବାକୁ ପଡ଼ିଛି । ସ୍ଥାନୀୟ ସରପଞ୍ଚ କାମ ଦେବା ବଦଳରେ ମାଡ଼ ଥିବାରୁ ଜିଲ୍ଲାପାଳଙ୍କ ଦ୍ବାରସ୍ତ ହେଲେ ପୀଡିତ । ସେପଟେ କର୍ମ ନିଯୁକ୍ତି ଯୋଜନାରେ ମିଳୁନ ଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ କୂଳତା ପଡା ପଞ୍ଚାୟତରୁ ଏଭଳି ଅଭିଯୋଗ ଆସିଛି ।

ତେବେ ଅଭିଯୋଗ ଅନୁସାରେ ହେମନ୍ତ ଗଡତିଆ ଓ ତାଙ୍କ ସ୍ତ୍ରୀ ଦିନ ମଜୁରିଆ ଭାବରେ କାମ କରି ନିଜ ପରିବାର ପୋଷଣ କରନ୍ତି । ତେବେ ସେ ଗତ ମାର୍ଚ୍ଚ 1 ତାରିଖରେ ସ୍ଥାନୀୟ ସରପଞ୍ଚଙ୍କ ନିକଟକୁ ଜବ୍‌କାର୍ଡ ଧରି କାମ ମାଗିବାକୁ ଯାଇଥିଲେ । କାର୍ଯ୍ୟ ପାଇଁ ବାରମ୍ବାର ଗୁହାରି କରିଥିଲେ । ସ୍ଥାନୀୟ ସରପଞ୍ଚ ଦୁଷ୍ମନ୍ତ ସାହୁ ତାଙ୍କୁ କାମ ଦେବା ବଦଳରେ ଗୋଇଠା ବିଧା ମାରିଥିଲେ ବୋଲି ଶ୍ରମିକ ହେମନ୍ତ ଗଡତିଆ ଅଭିଯୋଗ କରିଛନ୍ତି ।

ଶ୍ରମିକ ହେମନ୍ତ ଗଡତିଆ ଏଥିରେ ଗୁରୁତର ହୋଇ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜରେ ଚାରି ଦିନ ପାଇଁ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଥିଲେ । ତେବେ ସେଠୁ ଆସିବା ପରେ ସେ ତୁସୁରା ଥାନାରେ ଏହାକୁ ନେଇ ଲିଖିତ ଅଭିଯୋଗ କରିଥିଲେ । ହେଲେ ପୋଲିସ କୌଣସି ପଦକ୍ଷେପ ନନେବାରୁ ସେ ଓ ତାଙ୍କ ପରିବାର ସହ ସୋମବାର ଜିଲ୍ଲାପାଳଙ୍କ ଦ୍ବାରସ୍ତ ହୋଇଥିଲେ । ଜବ କାର୍ଡରେ କାମ ଦେବା ସହ ସମ୍ପୃକ୍ତ ସରପଞ୍ଚ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପୀଡିତ ଶ୍ରମିକ ।

ଅନ୍ୟପଟେ ଗ୍ରାମବାସୀ ମଧ୍ୟ ସରପଞ୍ଚଙ୍କ ନାଁରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଛନ୍ତି । ଦାଦନ ଖଟି ଯାଇଥିବା ଯୁବକମାନଙ୍କ ନାଁରେ କାମ ବିଲ୍‌ ହେଉଥିବା ବେଳେ ସେମାନେ ସେଠି ଥାଇ ଟଙ୍କା ଦୁଇ ଭାଗ କରି ଗୋଟିଏ ଭାଗ ସରପଞ୍ଚ ଓ ଗାଁ ସାଥିକୁ ଦେଇ ଥାଆନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେହିପରି ଗାଁରେ ଥିବା ଉଚ୍ଚ ଶିକ୍ଷିତ ବହୁ ଝିଅଙ୍କ ନାଁରେ ମଧ୍ୟ କାମ ବିଲ ଉଠା ଯାଉଛି । ଯେଉଁମାନେ କେବେ କାମ କରନ୍ତି ନାହିଁ କିନ୍ତୁ ବିଲ୍‌ ଟଙ୍କା ଘରେ ବସି ଭାଗ ପାଆନ୍ତି ବୋଲି ସେ କହିଛନ୍ତି । ପ୍ରକୃତ ହିତାଧିକାରୀ କାମ ନପାଇ ଭୋକ ଉପାସରେ ଦିନ କାଟୁଥିବାର ସେ କହିଛନ୍ତି । ତେବେ ଏହା ଉପରେ ତଦନ୍ତ ଜରୁରୀ ବୋଲି ଦାବି କହିଛନ୍ତି ଗ୍ରାମବସୀ । ସେପଟେ ଏହାକୁ ନେଇ ପୋଲସ କିମ୍ବା ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.