ବଲାଙ୍ଗୀର: ଉତ୍କଳ ଦିବସକୁ ପାଳିଲେ କଳା ଦିବସ ଭାବେ । ବଲାଙ୍ଗୀରରେ ଉତ୍କଳ ଦିବସକୁ କଳା ଦିବସ ଭାବରେ ପାଳନ କଲା ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବି କରୁଥିବା କୋଶଳ ସମନ୍ବୟ ସମିତି। ମହାମାରୀ କୋରୋନା ଯୋଗୁଁ ନିଜ ଘରେ ଘରେ କଳାବ୍ୟାଚ ପରିଧାନ କରି ବିରୋଧ କରିଛନ୍ତି ।
କୋଶଳ ସମନ୍ବୟ ସମିତି ଦୀର୍ଘ ବର୍ଷ ହେବ ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବି ନେଇ ଆନ୍ଦୋଳନ କରି ଆସୁଛି। ଏହି କ୍ରମରେ ଏମାନେ ଓଡ଼ିଶାରେ କୋଶଳ ରାଜ୍ୟ ମିଶିବାକୁ ତଥା ଉତ୍କଳ ଦିବସକୁ କଡା ବିରୋଧ କରି ଆସିଛନ୍ତି। ଏହିଭଳି ଆଜି ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ଦିବସକୁ ନିଜ ନିଜ ଘରେ କଳା ପତାକା ଉଡାଇବା ସହ କଲାବ୍ୟାଚ ପରିଧାନ କରି ଦିବସକୁ ଜୋରଦାର ବିରୋଧ କରିଛନ୍ତି। ଏହା ସହ ଜନସାଧାରଣଙ୍କୁ ଏହି ଦିନକୁ କଳାଦିବସ ପାଳନ କରିବା ପାଇଁ ଆହ୍ବାନ କରିଛନ୍ତି। ତେବେ ଯେପର୍ଯ୍ୟନ୍ତ କୋଶଳ ରାଜ୍ୟ ଗଠନ ନହୋଇଛି ସେ ଦିନ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କୋଶଳ ସମନ୍ବୟ ସମିତି ଅଧ୍ୟକ୍ଷ କହିଛନ୍ତି।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ