ETV Bharat / state

ସରକାରୀ ନିଷ୍ପତ୍ତିରେ ବଲାଙ୍ଗୀରକୁ ଅଣଦେଖା, ତାତିଲା କୋଶଳ ସମନ୍ବୟ ସମିତି

author img

By

Published : Oct 11, 2020, 11:49 AM IST

ନିକଟରେ ଓଡିଶା ସରକାର କୋରୋନାର ଚିକିତ୍ସା ପାଇଁ ଫାବିଫର ଔଷଧ ଡାକ୍ତରଖାନାଗୁଡିକରେ ମାଗଣାରେ ଦେବାର ଘୋଷଣା କରିଛନ୍ତି । ଯେଉଁଥିରେ ବଲାଙ୍ଗୀର ସମେତ ପଶ୍ଚିମ ଓଡିଶାର ଅନେକ ରାଜ୍ୟକୁ ଅଣଦେଖା କରାଯାଉଥିବାର ଆସିଛି ଅଭିଯୋଗ । ଅଧିକ ପଢନ୍ତୁ...

bolangir latest news, kosala samanyaya samiti, ignorance to bolangir in govt plan, ବଲାଙ୍ଗୀର ଲାଟେଷ୍ଟ ନ୍ୟୁଜ୍‌, ବଲାଙ୍ଗୀରରେ ଜନ ଅସନ୍ତୋଷ, କୋଶଳ ସମନ୍ବୟ ସମିତି, ସରକାରୀ ଯୋଜନାରେ ବଲାଙ୍ଗୀରକୁ ଅଣଦେଖା
ସରକାରୀ ନିଷ୍ପତ୍ତିରେ ବଲାଙ୍ଗୀରକୁ ଅଣଦେଖା, ତାତିଲା କୋଶଳ ସମନ୍ବୟ ସମିତି

ବଲାଙ୍ଗୀର: ନିକଟରେ ଓଡିଶା ସରକାର କୋରୋନାର ଚିକିତ୍ସା ପାଇଁ ଫାବିଫର ଔଷଧ ଡାକ୍ତରଖାନାଗୁଡିକରେ ମାଗଣାରେ ଦେବାର ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁଯାୟୀ ପ୍ରଥମେ କଟକ, ପୁରୀ ଓ ଭୁବନେଶ୍ବରରେ ଏହା ବଣ୍ଟାଯିବାର ନିଷ୍ପତ୍ତି ନିଆଯାଇଛି । ଯାହାକୁ ନେଇ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏନେଇ ଜିଲ୍ଲା କୋଶଳ ସମନ୍ବୟ ସମିତି ଆଞ୍ଚଳିକ ବୈଷମ୍ୟ ସୃଷ୍ଟି କରାଯାଉଥିବାର ଅଭିଯୋଗ ଆଣିଛି । ତେବେ ବଲାଙ୍ଗୀର ସମେତ ସାରା ପଶ୍ଚିମ ଓଡ଼ିଶାରେ କୋରୋନା ସ୍ଥିତି ଭୟଙ୍କର ହୋଇଥିବା ବେଳେ ଏଠି ମୃତ୍ୟୁ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି। ଏଭଳି ପରିସ୍ଥିତିରେ ସରକାର ଏ ଅଞ୍ଚଳକୁ ଅଣଦେଖା କରାଯାଉଛି ବୋଲି କୋଶଳ ସମନ୍ବୟ ସମିତି ଅଭିଯୋଗ ଆଣିଛି ।

ଯଦି ଆଗାମୀ ଦିନରେ ରାଜ୍ୟ ସରକାରୀ ଏହି ସମସ୍ୟା ପ୍ରତି ଦୃଷ୍ଟି ନଦିଅନ୍ତି ତେବେ ଏନେଇ ଆନ୍ଦୋଳନ ହେବ ବୋଲି ସମିତି ଚେତାବନୀ ମଧ୍ୟ ଦେଇଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.