ETV Bharat / state

Manoj Mishra Controversy: ନଭେମ୍ବର 15ରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା

ଉଗ୍ର ରୂପ ନେବାରେ ଲାଗିଛି ଓଲିଉଡ଼ ଓ ମନୋଜ ମିଶ୍ର କଳି । ଆସନ୍ତା 15 ତାରିଖ କୋଶଳ ମହାବନ୍ଦ ଡାକରା ଦେଇଛି କୋଶଳ ରାଜ୍ୟ ମିଳିତ କ୍ରିୟାଅନୁଷ୍ଠାନ କମିଟି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Oct 30, 2023, 4:59 PM IST

ollywood Manoj Mishra controversy
ollywood Manoj Mishra controversy
ollywood Manoj Mishra controversy

ବଲାଙ୍ଗୀର : ଉଗ୍ର ରୂପ ନେବାରେ ଲାଗିଛି ଓଲିଉଡ଼ ଓ ମନୋଜ ମିଶ୍ର କଳି । ଗୋଟିଏ ପଟେ ବିବାଦକୁ ନେଇ ନେତା, ଅଭିନେତା ଓ ସଂଗଠନମାନେ ମୁହାଁମୁହିଁ ହେଉଥିବା ବେଳେ ଏହି ସମୟରେ କୋଶଳ ରାଜ୍ୟ ମିଳିତ କ୍ରିୟାଅନୁଷ୍ଠାନ କମିଟି ଆସନ୍ତା 15 ତାରିଖ କୋଶଳ ମହାବନ୍ଦ ଡାକରା ଦେଇଛି । ଯେଉଁଥିରେ ପଶ୍ଚିମ ଓଡ଼ିଶା ଜିଲ୍ଲା ଗୁଡିକ ସମ୍ପୂର୍ଣ୍ଣ ବନ୍ଦ ହେବ ବୋଲି ବଲାଙ୍ଗୀରରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛି କମିଟି ।

ତେବେ ଆଜି କୋଶଳ ରାଜ୍ୟ ମିଳିତ କ୍ରିୟାଅନୁଷ୍ଠାନ କମିଟି ପକ୍ଷରୁ ବଲାଙ୍ଗୀର ଏକ ସାମ୍ବାଦିକ ସମ୍ମିଳନୀ କରା ଯାଇଥିଲା । ଯେଉଁଥିରେ କୋଶଳ ସେନା, କୋଶଳ ମୁକ୍ତି ମୋର୍ଚା ଓ ଅନ୍ୟାନ୍ୟ କୋଶଳ ବାଦୀ ସଂଗଠନର ନେତା ସାମିଲ ହୋଇଥିଲେ । ପଶ୍ଚିମ ଓଡ଼ିଶାକୁ ରାଜ୍ୟ ସରକାର ସବୁ ବେଳେ ଅବହେଳା କରିବା ସହ ବୈମାତୃକ ମନୋଭାବ ପୋଷଣ କରୁଥିବାର କମିଟି ଅଭିଯୋଗ କରିଛି । 1947 ମସିହାରୁ ସରକାର ପଶ୍ଚିମ ଓଡ଼ିଶା ପାଇଁ ପାତରଅନ୍ତର ନୀତି ଆପଣେଇ ଆସୁଛନ୍ତି । ଏପରିକି ଏଠିକାର ଖେଳାଳି, କଳାକାର, ଛାତ୍ରଛାତ୍ରୀ ସମସ୍ତଙ୍କୁ ହେୟଜ୍ଞାନ କରାଯାଉଛି । ସେହିପରି ଏଠିକାର କଲକାରଖାନା ବନ୍ଦ, ଜଳସେଚନ ତିନି ପ୍ରତିଶତ, ଦୁର୍ନୀତି ଯୋଗୁଁ ଲୋକେ ବାହାର ରାଜ୍ୟକୁ ଯାଉଛନ୍ତି । ମନୋଜ ମିଶ୍ରଙ୍କୁ ବ୍ୟାନ କରିବା ଏହାର ଏକ ବଡ଼ ଉଦାହରଣ । ତେଣୁ ଆସନ୍ତା ନଭେମ୍ବର 15 ତାରିଖରେ କ୍ରିୟାଅନୁଷ୍ଠାନ କମିଟି କୋଶଳ ମହାବନ୍ଦ ଡାକରା ଦେଇଛି । ଯେଉଁଥିରେ ଜରୁରୀ ସେବାକୁ ଛାଡି ଅନ୍ୟ ସବୁ ବନ୍ଦ ରହିବ ବୋଲି କମିଟି କହିଛି । ଏହାସହ ଯେ ପର୍ଯ୍ୟନ୍ତ ଅଲଗା କୋଶଳ ରାଜ୍ୟ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ଦେଇଛି କମିଟି ।

ଏହା ମଧ୍ୟ ପଢ଼ନ୍ତୁ......Manoj Mishra Ban: ଓଡିଆ ଫିଲ୍ମକୁ ବିରୋଧ, ଭବାନୀପାଟଣାରେ ଗର୍ଜିଲା କୋଶଳ ମୁକ୍ତି ମୋର୍ଚ୍ଚା

ସେହିପରି ଏହି ପ୍ରସଙ୍ଗରେ ନରସିଂହ ମିଶ୍ର ଓ ମୁକେଶ ମହାଲିଙ୍ଗଙ୍କୁ ଧନ୍ୟବାଦ ଦେଇଛି କମିଟି । ତେବେ କୋଶଳ ସେନା ସଭାପତି କସ୍ତୁର୍ବ ସାହୁ କହିଛନ୍ତି "କୋଶଳ ସଙ୍ଗଠନକୁ ଜିତୁ ମଙ୍ଗରାଜ ରାବଣ ସେନା ବୋଲି କହିବା ଓ ତାଙ୍କୁ ହେୟଜ୍ଞାନ କରିବା ତାଙ୍କୁ ମହଙ୍ଗା ପଡିବ । କୋଶଳ ସେନା କ'ଣ କରି ପାରେ ତାହା ଆଗାମୀ ଦିନରେ ଜାଣିବେ । ଏହି ବନ୍ଦକୁ ସେମାନେ ଜୋରଦାର ଭାବରେ ସଫଳ କେରିବେ ।" ସେପଟେ କୋଶଳ ମୁକ୍ତି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ସିପୁନ ଖମାରି କହିଛନ୍ତି, "ରାଜ୍ୟ ସରକାର ସବୁ ବେଳେ ପଶ୍ଚିମ ଓଡିଶା ପ୍ରତି ବୈମାତୃକ ମନୋଭାବ ଗ୍ରହଣ କରି ଆସୁଛନ୍ତି । ନିକଟରେ ମନୋଜ ମିଶ୍ରଙ୍କୁ ବ୍ୟାନ କରିବା ଏହାର ଏକ ପ୍ରତିଫଳନ । ଆସନ୍ତା 15 ନଭେମ୍ବର ସମ୍ପୁର୍ଣ୍ଣ କୋଶଳ ମହାବନ୍ଦ କରାଯିବ ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.