ETV Bharat / state

ପିଠିରେ ଛୁରା ମାରିଥିବା ଦଳ ସହ ମେଣ୍ଟ ହେବ ନାହିଁ: କେଭି ସିଂହଦେଓ

author img

By ETV Bharat Odisha Team

Published : Dec 26, 2023, 6:41 AM IST

Bjp Bjd alliance: 'ଓଡ଼ିଶାରେ ବିଜେପି ବିଜେଡ଼ି ମଧ୍ୟରେ ହେବ ନାହିଁ ମେଣ୍ଟ କହିଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ କେଭି ସିଂହଦେଓ । ବିଜେଡ଼ି ସହ କୌଣସି ବୁଝାବଣା ହୋଇନଥିବା ସେ ସ୍ପଷ୍ଟ କରିଛନ୍ତି । ଅଧିକ ପଢନ୍ତୁ

ପିଠିରେ ଛୁରା ମାରିଥିବା ଦଳ ସହ ମେଣ୍ଟ ହେବ ନାହିଁ: କେଭି ସିଂହ ଦେଓ

ବଲାଙ୍ଗୀର: ପାଖେଇ ଆସୁଛି ୨୦୨୪ ସାଧାରଣ ନିରର୍ବାଚନ । ବିରୋଧୀ ଅଭିଯୋଗ କରୁଛନ୍ତି ବିଜେପି ବିଜେଡ଼ି ଭାଇ ଭାଇ ବୋଲି । ହେଲେ ଏହାର ଜବାବ ରଖିଛନ୍ତି ବରିଷ୍ଠ ବିଜେପି ନେତା । ଓଡ଼ିଶାରେ କେବେ ବି ବିଜେଡି ବିଜେପି ମେଣ୍ଟ ହେବ ନାହିଁ । ପିଠିରେ ଛୁରା ମାରିଥିବା ଦଳ ସହ ମେଣ୍ଟ ହେବ ନାହିଁ ବୋଲି କହିଛନ୍ତି ବିଜେପି ନେତା କେଭି ସିଂହଦେଓ । ଆଜି ବଲାଙ୍ଗୀରରେ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ 99ତମ ଜନ୍ମ ଦିବସ ବିଭିନ୍ନ ସ୍ଥାନରେ ପାଳିତ ହୋଇଛି । ସେହିପରି ଆଜି ବଲାଙ୍ଗୀର ପାଟଣାଗଡ଼ରେ ମଧ୍ୟ ତାଙ୍କ ଜନ୍ମ ଦିବସ ପାଳିତ କରାଯାଇଛି । ଏହି ଅବସରରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ କେଭି ସିଂହଦେଓ ଓଡ଼ିଶାରେ ବିଜେପି ସହ ଆଗକୁ ଥିବା ନିର୍ବାଚନରେ କୌଣସି ମେଣ୍ଟ ସମ୍ଭାବନାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏହା ସହ ବିଜେଡ଼ି ସହ କୌଣସି ବୁଝାବଣା ହୋଇନଥିବା ସେ ସ୍ପଷ୍ଟ ଭାବେ କରିଛନ୍ତି ।

କେଭି ସିଂହ ଦେଓ କହିଛନ୍ତି ,"କୌଣସି ମତେ ରାଜ୍ୟରେ ବିଜେପି ବିଜେଡି ସହ ମେଣ୍ଟ କରିବ ନାହିଁ । ବିଜେପି ଏକା ନିର୍ବାଚନ ଲଢ଼ିବ ଓ ତା ପାଇଁ ସବୁ ପ୍ରସ୍ତୁତି ହୋଇ ସାରିଛି । ବିଜେପି ଏଥର ଓଡ଼ିଶାରେ ଭଲ ପ୍ରଦର୍ଶନ କରିବ ଓ ଅଧିକ ଆସନ ଜିତିବାରେ ସଫଲ ହେବ । ପିଠିରେ ଛୁରା ମାରିଥିବା ଦଳ ସହ ମେଣ୍ଟ ହେବ ନାହିଁ । ତେବେ ରାଜ୍ୟ ବିଜେଡି ଦଳକୁ ସେ ବିଶ୍ୱାସଘାତକ ଦଳ ବୋଲି କହିଛନ୍ତି । ଏପରିକି ଯେଉଁ ଦଳ ପିଠିରେ ଛୁରାମାଡ଼ କରିଛି ତା ସହ କୌଣସି ମେଣ୍ଟ ହେବ ନାହିଁ । ବିଧାନସଭା କିମ୍ବା ସାଂସଦ ସିଟ୍‌କୁ ନେଇ କୌଣସି ବୁଝାମଣା ହେବ ନାହିଁ । ସବୁଠି ବିଜେପି ଏକା ଲଢିବ ଓ ସଫଳ ହେବ ।"
ଏହା ମଧ୍ୟ ପଢନ୍ତୁ .....ନିର୍ବାଚନ ପୂର୍ବରୁ କଂଗ୍ରେସର ସମରସଜ୍ଜା; ପ୍ରଭାରୀ ବଦଳିଲେ, ବଦଳିବେ କି ପିସିସି ସଭାପତି

ତେବେ ପୂର୍ବରୁ ଏଠି ବିଜେପି ବିଜେଡ଼ି ମେଣ୍ଟ ହେବା ନେଇ ଚର୍ଚ୍ଚା ହେଉଥିଲା । ଏପରିକି ପୂର୍ବରୁ ରାଜ୍ୟସଭା ସିଟ୍ ବିଜେପିକୁ ବିଜେଡି ସ୍ଵଇଚ୍ଛାରେ ଦେବାକୁ ନେଇ ଏଭଳି ଚର୍ଚ୍ଚା ହୋଇ ଆସୁଥିଲା । ସେହିପରି କଂଗ୍ରେସ ଦଳ ମଧ୍ୟ ପୂର୍ବରୁ ବିଜେପି ବିଜେଡ଼ି ଭାଇ ଭାଇ ବୋଲି କହିବା ସହ ଭିତରିଆ ବୁଝାମଣା ଥିବାର ଅଭିଯୋଗ ଆଣି ଆସୁଛି । ହେଲେ ଏବେ କେଭି ସିଂହଦେଓଙ୍କ ଏହି ବୟାନ ଏବେ ଅନ୍ୟ ମୋଡ଼ ନେବ ବୋଲି କୁହାଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.