ETV Bharat / state

କୋଟି କୋଟି ଟଙ୍କା ଠକେଇ ଅଭିଯୋଗ, ସାମ୍ବାଦିକ ଗିରଫ

ନଜର ଆଢୁଆଳରେ ରାଜ୍ୟରେ ହୋଇଛି ଏକ ବଡ ଧରଣର ଜିଏସଟି ଠକେଇ । ତାହା ପୁଣି ଲକ୍ଷେ କି କୋଟିଏ ଟଙ୍କା ନୁହେଁ 12 କୋଟି 84 ଲକ୍ଷ ଟଙ୍କାର ହୋଇଥିବା ଜଣା ପଡିଛି ।

author img

By

Published : Aug 9, 2019, 4:30 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ନଜର ଆଢୁଆଳରେ ରାଜ୍ୟରେ ହୋଇଛି ଏକ ବଡ ଧରଣର ଜିଏସଟି ଠକେଇ । ତାହା ପୁଣି ଲକ୍ଷେ କି କୋଟିଏ ଟଙ୍କା ନୁହେଁ 12 କୋଟି 84 ଲକ୍ଷ ଟଙ୍କାର ହୋଇଥିବା ଜଣା ପଡିଛି । ସେ ପୁଣି ଜଣେ ସାମ୍ବାଦିକ କରିଥିବା ଜଣା ପଡିବା ପରେ ଗିରଫ ହୋଇଛନ୍ତି ଅଭିଯୁକ୍ତ ସାମ୍ବାଦିକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଏନେଇ ଗୁରୁବାର ରାଜ୍ୟର ବିଭିନ୍ନ ବାଣିଜ୍ୟକର ବିଭାଗର ଅଧିକାରୀ ଟିଟିଲାଗଡ ସହରର ବ୍ୟବସାୟୀ ତଥା ଗଣମାଧ୍ୟମ ପ୍ରତିନିଧି ତୀର୍ଥଙ୍କର ପଟେଲଙ୍କ ଘରେ ଚଢାଉ କରିଥିଲେ । ଚଢାଉ କରିବା ପରେ ଅଭିଯୁକ୍ତ ସମ୍ବାଦିକଙ୍କୁ ଗିରଫ କରିଛି ଜିଏସ୍‌ଟି ଏନଫୋର୍ସମେଣ୍ଟ ଡିପାର୍ଟମେଣ୍ଟ ।

23 ଜଣିଆ ଏହି ଟିମ ଗୁରୁବାର ଟିଟିଲାଗଡ ସହରସ୍ଥିତ ତୀର୍ଥଙ୍କର ପଟେଲକୁ ଗିରଫ କରିବା ସହ ପ୍ରଥମେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ପରଖିଥିଲେ । ସ୍ଥାନୀୟ ଟିଟିଲାଗଡ ଡାକ୍ତରଖାନାରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବା ପରେ ତାଙ୍କୁ ଟିଟିଲାଗଡ ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ଏସଡିଜେଏମ ସମ୍ପୃକ୍ତ ବ୍ୟବସାୟୀ ବା ଠକେଇ କରିଥିବା ସାମ୍ବାଦିକଙ୍କ ପକ୍ଷରୁ ଆବେଦନ କରାଯାଇଥିବା ବେଲ ପିଟିସନକୁ ଖାରଜ କରିଥିଲେ ।

ଫଳରେ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ଉପକାରାଗାରକୁ ପଠାଇ ଦିଆଯାଇଛି । ଜିଏସ୍‌ଟି ଏନଫୋର୍ସମେଣ୍ଟ ବିଭାଗର କହିବା ଅନୁଯାୟୀ ଗତ 2017 ମସିହାରୁ ସରକାରଙ୍କ ଟିକସ ଫାଙ୍କୁଥିବା ନେଇ ସନ୍ଦେହ କରାଯାଇଥିଲା । ଏନେଇ ଟିଟିଲାଗଡର ସାଇ ଇଣ୍ଟରନ୍ୟାସନାଲ ମାଇନ୍ସ ଆଣ୍ଡ ମିନେରାଲ୍ସ କମ୍ପାନୀ ଉପରେ ନଜର ରଖାଯାଇଥିଲା ।

ପରେ ଏହି କମ୍ପାନୀର କାର୍ଯ୍ୟକଳାପ ଉପରେ ତଦନ୍ତ କରାଯାଇ ଏହା ଏକ ଜାଲ କମ୍ପାନୀ ବୋଲି ସ୍ପଷ୍ଟ ହୋଇଥିଲା । ପରବର୍ତ୍ତୀ ସମୟରେ ଏହାସହ ସମ୍ପୃକ୍ତ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହି କମ୍ପାନୀ 84 କୋଟି 68 ଲକ୍ଷ ଟଙ୍କା ବିନିଯୋଗ କରିଥିବା ବେଳେ ଜିଏସ୍‌ଟି ବାବଦକୁ 12 କୋଟି 84 ଲକ୍ଷ ଫାଙ୍କିଥିବା ଜଣା ପଡିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ଏଙ୍କର-ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଦେଶର ଅନ୍ୟତମ ଶ୍ରେଷ୍ଠ ଥାନା ଭାବେ ପୁରଷ୍କୃତ ହେବାର ଗୌରବ ଅର୍ଜନ କରିଛି ।ବ୍ୟୁରୋ ଅଫ ପୋଲିସ ରିସର୍ଚ୍ଚ ଡେଭେଲପମେଣ୍ଟ ଓ କ୍ବାଲିଟି କାଉନସିଲ ଇଣ୍ଡିଆ ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ ତରଭା ଥାନ 10ଟି ଥାନା ଭିତରେ ଶ୍ରେଷ୍ଠ ଥାନା ଭାବେ ଗୌରବ ଲାଭ କରିଛି ।ଗୃହ ମନ୍ତ୍ରଣାଳୟ ପକ୍ଷରୁ ସର୍ଭେ ରିପୋର୍ଟ ମୁତାବକ ତରଭା ଥାନାକୁ ପୁରସ୍କୃତ କରାଯାଇଛି ।2018 ମସିହାରେ ହୋଇଥିବା ଏହି ସର୍ଭେରେ ଜନସାଧାରଣଙ୍କ ସହିତ ପୋଲିସ ଏକ ସୁ ସଂପର୍କ ସ୍ଥାପନ କରିବାରେ ସମର୍ଥ ହୋଇଥିଲା ।ଥାନା ପକ୍ଷରୁ ଆମ ପୋଲିସ ସମିତି ଗଠନ କରାଯାଇ ବିରିଷ୍ଠ ନାଗରିକ ,ବୁଦ୍ଧିଜିବୀ ,ଆଇନଜିବୀ ,ସାମ୍ବାଦିକ ମାନଙ୍କୁ ନେଇ ବିଭିନ୍ନ ସମୟରେ ବୈଠକ ଆୟୋଜିତ କରାଯାଇ ତରଭା ସହର ତଥା ଗାଁ ଗହଳିରେ ଲାଗି ରହିଥିବା ବାଦ ବିବାଦର ସମାଧାନ କରାଯାଇଥିଲା ।ଜନମୈତ୍ରୀ କାର୍ଯ୍ୟକ୍ରମ ମାଧ୍ୟମରେ ଥାନା ଅଧିନରେ ଥିବା ପ୍ରତ୍ୟେକ ଗାଁରେ ସ୍ବେଛାସେବୀ କମିଟୀ ଗଠନ କରାଯାଇ ଶତାଧିକ ବିବାଦ ସମାଧାନ କରାଯିବା ସହିତ ଥାନା ପରିସରରେ ବି ଅନେକ ସମସ୍ୟା ସମାଧାନ କରାଯାଇଥିଲା ।ତେବେ ଜନସାଧାରଣଙ୍କ ସହିତ ପୋଲିସ ସୁ ସଂପର୍କ ରକ୍ଷା କରି ଜନସାଧାରଣଙ୍କ କାର୍ଯ୍ୟ କରିବାରେ ସଫଳ ହୋଇଥିଲା ।ତରଭା ଆଇ ଆଇ ସି ତଥା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏହି ସଫଳତାର ଶ୍ରେୟ ଜନସାଧାରଣଙ୍କୁ ଦେଇଥିବା ବେଳେ ପୋଲିସ ସବୁ ସମୟରେ ଜନସାଧାରଣଙ୍କ ନିକଟତର ହୋଇ କାର୍ଯ୍ୟ କରିବ ବୋଲି କହିଛନ୍ତି ।ତରଭା ଥାନା ପୁରସ୍କୃତ ହୋଇଥିବାରୁ ପୋଲିସ ମହଳରେ ଉତ୍ସାହ ଦେଖିବାକୁ ମିଳିଛି ।Body:ବାଇଟ-1-ଡୋଳାମଣି ଭୋଇ , ଆଇ ଆଇ ସି ,ତରଭା , ସୁବର୍ଣ୍ଣପୁର ।
ବାଇଟ-2-ଦେବୀ ପ୍ରସାଦ ଦାସ ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ , ସୁବର୍ଣ୍ଣପୁର ।Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.