ETV Bharat / state

କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ ଘଟଣା: ସ୍ତ୍ରୀଙ୍କ ଅଭିଯୋଗ, ଯନ୍ତ୍ରୀ ଉଦ୍ଧାର - rescue

ପାଟଣାଗଡରେ ବିଧାୟକ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ କରାଇବା ଘଟଣାରେ ଟ୍ବିଷ୍ଟ । ଅପହରଣ ଅଭିଯୋଗ ଆଣିଲେ ଯନ୍ତ୍ରୀଙ୍କ ପତ୍ନୀ । ଆଜି(ଶୁକ୍ରବାର) ସକାଳୁ ଛାନଭିନ୍‌ ପରେ ଉଦ୍ଧାର କଲା ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Jun 7, 2019, 12:34 PM IST

ବଲାଙ୍ଗୀର: ପାଟଣାଗଡରେ ଗତକାଲି ବିଧାୟକଙ୍କ ଦବଙ୍ଗଗିରି ସାମନାକୁ ଆସିବା ପରେ ତାକୁ ନେଇ ତୁମ୍ବି ତୋଫାନ ହୋଇଛି । ବିଶେଷ କରି ଆଦିବାସୀ ସଂଘ ଆଗକୁ ଆସି ବିଧାୟକଙ୍କ ଏହି ବ୍ୟବହାର ଓ ଆଚରଣକୁ ଘୋର ବିରୋଧ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ସେହିପରି ଏହାକୁ ନେଇ ଗୁରୁବାର ରାତିରେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କ ସ୍ତ୍ରୀ ପ୍ରବୀଣା ରାଜହଂସ ପାଟଣାଗଡ ଥାନାରେ ବିଧାୟକ ସରୋଜ ମେହେରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅପହରଣ ଅଭିଯୋଗ ପାଇବା ପରେ ପୋଲିସ ଖାନତଲାସୀ କରି କନିଷ୍ଠ ଯନ୍ତ୍ରୀଙ୍କୁ ଆଜି (ଶୁକ୍ରବାର) ସକାଳୁ ଖରିଆରରୁ ଉଦ୍ଧାର କରିଛି ।

ତେବେ ଉଦ୍ଧାର ପାଇବା ପରେ ତାଙ୍କୁ ଗମ୍ଭାରୀ ଗ୍ରାମରେ ସର୍ବସମ୍ମୁଖରେ ୧୦୦ ଥର ଉଠବସ କରାଇବା ସହ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା କହିଛନ୍ତି କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବର । ସେହିପରି ଜାତିଆଣ ଗାଲିଗୁଲଜ ମଧ୍ୟ ବିଧାୟକ କରିଥିବା ସେ ଅଭିଯୋଗ କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

ସ୍ଲଗ - ପାଟଣାଗଡ ବିଧାୟକଙ୍କ ଦବଙ୍ଗଗିରିକୁ ନେଇ ଥାନାରେ ମାମଲା, ପିଡିତଙ୍କ ସ୍ତ୍ରୀ କଲେ ଲିଖିତ ଅଭିଯୋଗ 
ରିପୋର୍ଟର ନାମ- ଶେଖ ମହମ୍ମଦ ୱାହିଦ
ସ୍ଥାନ - ବଲାଙ୍ଗିର 
ତାରିଖ -୦୭-୦୬-୧୯
ଫରମାଟ -ଏଭିଓ ବାଇଟ
ଏଙ୍କର-
ବଲାଗିଂର ଜିଲ୍ଲା ପାଟଣାଗଡରେ ଗତକାଲି ବିଧାୟକଙ୍କ ଦବଙ୍ଗଗିରି ସାମନାକୁ ଆସିବା ପରେ ତାକୁ ନେଇ ତୁମ୍ବି ତୁଫାନ ହୋଇଥିଲା । ବିଶେଷ କରି ଆଦିବାସୀ ସଂଘ ଆଗକୁ ଆସି ବିଧାୟକଙ୍କ ଏହି ବ୍ୟବହାର ଓ ଆଚରଣକୁ ଘୋର ବିରୋଧ କରାଯାଇଥିଲା । ସେହିପରି ଏହାକୁ ନେଇ ଗତ ରାତିରେ ପିଡିତ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ସବରଙ୍କ ସ୍ତ୍ରୀ ପ୍ରବୀଣା ରାଜହଂସ ପାଟଣାଗଡ ଥାନାରେ ବିଧାୟକ ସରୋଜ ମେହେରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ତାଙ୍କୁ ବିଧାୟକ ସରୋଜ ମେହେର ଘରୁ ଜୋର ଜବର ଉଠାଇ ତଥା  ଅପହରଣ କରି ନେଇ  ମଣ୍ଡଳ ଅର୍ନ୍ତଗତ ଗମ୍ଭାରୀ ଗ୍ରାମରେ ସର୍ବ ସମ୍ମୁଖରେ ୧୦୦ ଥର ଉଠବସ କରାଇବା ସହ ମାନସିକ ଓ ଶାରିରିକ ନିର୍ଯ୍ୟାତନା ଦେଇଛନ୍ତି । ସେହିପରି ଜାତିଆଣ ଗାଲିଗୁଲଜ ମଧ୍ୟ କରିଥିବାର ସେ ଉଲ୍ଲେଖ କରିଛନ୍ତି ।  ଏବଂ ବିଧାୟକଙ୍କ ଗିରଫ ଦାବୀ ସହ ଉଚିତ ଦଣ୍ଡ ବିଧାନ ସେ ଦାବୀ କରିଛନ୍ତି । ତେବେ ତାଙ୍କ ସହ ଆଦିବାସୀ ସଂଘ ମଧ୍ୟ ସମାନ ଦାବୀ କରିବା ସହ ନ୍ୟାୟ ନ ମିଲିଲେ ଆଗକୁ ତିବ୍ର ଆନ୍ଦୋଲନ କରିବେ ବୋଲି ଆଦିବାସୀ ସଂଘ ଚେତାବନୀ ଦେଇଛି । ଅନ୍ୟପଟେ ଅପହରଣ ଅଭିଯୋଗ ପାଇବା ପରେ ପୋଲିସ ଖାନ ତଲାସୀ ଜାରି ରଖି ପିଡିତ କନିଷ୍ଠ ଯନ୍ତ୍ରୀଙ୍କୁ ଆଜି ସକାଲୁ ଖରିଆରରୁ ଉଦ୍ଧାର କରିଛି । ଏବଂ ଉଦ୍ଧାର ହେବା ପରେ କନିଷ୍ଠ ଯନ୍ତ୍ରୀ ନିଜର ପ୍ରତିକ୍ରୀୟା ରଖିବା ସହ ସବୁ ଆପ ବିତି ଆମକୁ ଶୁଣାଇଛନ୍ତି । 
ବାଇଟ- ପ୍ରବିଣା ରାଜହଂସ -କନିଷ୍ଠ ଯନ୍ତ୍ରୀଙ୍କ ସ୍ତ୍ରୀ  
ବାଇଟ- ଜୟକାନ୍ତ ସବର- ପିଡିତ ଯନ୍ତ୍ରୀ
visual by ftp
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.