ETV Bharat / state

BSKY card fail allegation: ରୋଗୀଙ୍କ ମୃତ୍ୟୁ ପରେ ଗ୍ରାମବାସୀଙ୍କ ରାସ୍ତାରୋକ - ଜରାସିଂହାରେ ରୋଗୀ ମୃତ୍ୟୁ ପରେ ଲୋକଙ୍କ ରାସ୍ତାରୋକ

ବଲାଙ୍ଗୀରରେ ଜଣେ ଗୁରୁତର ରୋଗୀଙ୍କ ଚିକିତ୍ସାରେ BSKY କାର୍ଡ କାମ ଦେଇନଥିବ ବେଳେ ରୋଗୀର ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

BSKY card fail allegation: ରୋଗୀଙ୍କ ମୃତ୍ୟୁ ପରେ ଗ୍ରାମବାସୀଙ୍କ ରାସ୍ତାରୋକ

author img

By

Published : Dec 31, 2021, 7:44 PM IST

ବଲାଙ୍ଗୀର: ବଲାଙ୍ଗୀରରେ ଜଣେ ଗୁରୁତର ରୋଗୀଙ୍କ ଚିକିତ୍ସାରେ BSKY କାର୍ଡ କାମ ଦେଇନଥିବ ବେଳେ ରୋଗୀର ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି । ଯାହାକୁ ନେଇ ସମ୍ପର୍କୀୟ ଲୋକେ ଓ ଗ୍ରାମବାସୀ ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ କରିଛନ୍ତି । ବଲାଙ୍ଗୀର ଦେଓଗାଁ ବ୍ଲକର ଜରସିଂହା ଗ୍ରାମର ଧନୁ ମଲ୍ଲିକଙ୍କୁ ଗତ 18 ତାରିଖରେ ଏକ ସ୍କୁଟି ଧକ୍କା ଦେଇଥିଲା । ଯାହାଫଳରେ ସେ ଗୁରୁତର ଆହତ ହୋଇଥିବା ବେଳେ ପ୍ରଥମେ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ୍ ଓ ପରେ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା ।

BSKY card fail allegation: ରୋଗୀଙ୍କ ମୃତ୍ୟୁ ପରେ ଗ୍ରାମବାସୀଙ୍କ ରାସ୍ତାରୋକ

ତେବେ ସେଠାରେ ତାଙ୍କର ଅଧିକ ଚିକିତ୍ସା ପାଇଁ ଟଙ୍କା ଦରକାର ପଡ଼ିଥିବା ବେଳେ ସରକାର ଦେଇଥିବା ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ସେମାନେ ଡାକ୍ତରଖାନାରେ ଦେଇଥିଲେ । ହେଲେ ତାହା କାମ କରୁନଥିବାର ଡାକ୍ତରଖାନା କର୍ତ୍ତୃପକ୍ଷ କହିଥିଲେ । ଫଳରେ ଗୁରୁତର ରୋଗୀ ଜଣକ ସଠିକ ସମୟରେ ଚିକିତ୍ସା ନପାଇ ମୃତ୍ୟୁବରଣ କରିଥିବାର ଲୋକେ ଅଭିଯୋଗ କରିଛନ୍ତି । ଆଜି(ଗୁରୁବାର) ସନ୍ଧ୍ୟାରେ ଗ୍ରାମବାସୀ ତାଙ୍କ ମୃତଦେହକୁ ଦେଓଗାଁ ନିକଟ 26 ନମ୍ବର ଜାତୀୟ ରାଜପଥରେ ରଖି ରାସ୍ତା ଅବରୋଧ କରିଛନ୍ତି । ତେବେ ମୃତକ ପରିବାରକୁ କ୍ଷତିପୂରଣ ଓ ଦୁର୍ଘଟଣା ଘଟାଇଥିବା ଲୋକଙ୍କୁ ଗିରଫ ଦାବି କରିଛନ୍ତି । ସେପଟେ ପୋଲିସ୍ ପ୍ରଶାସନ ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଜାରି ରଖିଥିବା ବେଳେ ଏଯାଏଁ ରାସ୍ତା ରୋକ ହଟିନାହିଁ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାଦିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.