ETV Bharat / state

ମା’ ସମଲେଇ-ପାଟନେଶ୍ବରୀଙ୍କ ନବଦିନାତ୍ମକ ପୂଜା ଆରମ୍ଭ

author img

By

Published : Oct 17, 2020, 10:14 PM IST

ବଲାଙ୍ଗୀରର ସବୁ ଦେବୀପୀଠ ମାନଙ୍କରେ ଆଜିଠୁଁ ନବରାତ୍ର ପୂଜା ଆରମ୍ଭ ହୋଇଛି। ଯେଉଁଥିରେ ବଲାଙ୍ଗୀର ମା ସମଲେଇ ଓ ମା ପାଟନେଶ୍ୱରୀଙ୍କ ନବ ଦିନାତ୍ମକ ପୂଜା ଚାଲିଛି।

ବଲାଙ୍ଗିରରେ କୋଭିଡ ନିୟମ ମାନି ଆରମ୍ଭ ହେଲା ମା ଦୁର୍ଗାଙ୍କ ନବରାତ୍ର ପୂଜା

ବଲାଙ୍ଗୀର: ଆଜିଠୁ ନବରାତ୍ରୀ ଆରମ୍ଭ ଏବଂ ସମାନ ଭାବରେ ବଲାଙ୍ଗୀରରେ ମଧ୍ୟ ମା ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି। ବିଶେଷ କରି ସବୁ ଦେବୀପୀଠ ମାନଙ୍କରେ ଆଜି ଠୁଁ ନବରାତ୍ର ପୂଜା ଆରମ୍ଭ ହୋଇଛି। ଯେଉଁଥିରେ ମା ସମଲେଇ ଓ ମା ପାଟନେଶ୍ୱରୀଙ୍କ ନବ ଦିନାତ୍ମକ ପୂଜା ଚାଲିଛି।

ତେବେ ଆଣି ମା ସମଲେଇ ଶୈଳେଶ୍ୱରୀ ବେଶ ଦର୍ଶନ ଦେଉଥିବା ବେଳେ ଆସନ୍ତା 9 ଦିନ ପର୍ଯ୍ୟନ୍ତ ବିଭିନ୍ନ ରୂପରେ ଦର୍ଶନ ଦେବେ। ତେବେ ବନ୍ଦ ମନ୍ଦିର ମଧ୍ୟରେ ଦେବୀ ମାନଙ୍କର ରୀତି ନୀତି ଅନୁସାରେ ପୂଜା ହେଉଛି ଏବଂ ଏଥର ବିନା ଭକ୍ତରେ ଦେବୀ ମାନଙ୍କର ନୀତି କାନ୍ତି ଜାରି ରହିଛି । ସେହିପରି ସବୁ ମନ୍ଦିର ସରକାର ଓ ପ୍ରଶାସନ ଜାରି କରିଥିବା କୋଭିଡ ନିୟମକୁ ସମ୍ମାନ ସହ ପାଳନ କରୁଛନ୍ତି ।

ବଲାଙ୍ଗିରର ଦେବୀ ପୀଠକୁ ଛାଡି ବିଭିନ୍ନ ଦୁର୍ଗା ମଣ୍ଡପରେ ମଧ୍ୟ ମା ଦୁର୍ଗାଙ୍କ ନବରାତ୍ର ପୂଜା ଅନୁଷ୍ଠିତ ହେଉଛି । ଯେଉଁଥିରେ ରୁଗୁଡି ପଡା, ଦୁର୍ଗା ମନ୍ଦିର, ପ୍ୟାଲେସ ଲାଇନ ଇତ୍ୟାଦି ମଣ୍ଡପରେ ଦୁର୍ଗାଙ୍କ ନବରାତ୍ର ନୀତି କାନ୍ତି ପୂଜା ଚାଲିଛି । ସବୁ ମଣ୍ଡପ ମଧ୍ୟ ସରକାରଙ୍କ ସବୁ ନିୟମ ମଧ୍ୟରେ ବିନା ଭକ୍ତରେ ଏହି ନବରାତ୍ର ପୂଜା ଅନୁଷ୍ଠିତ କରିଛନ୍ତି । ସେପଟେ ଦର୍ଶନ ଓ ପୂଜା ପାଇଁ ଭକ୍ତଙ୍କୁ ବାରଣ ଥିବା ବେଲେ କିଛି ମଣ୍ଡପ ପୂଜାର ଅନଲାଇନ ପ୍ରସାରଣ କରୁଛନ୍ତି । ହେଲେ ଭକ୍ତ ମା ଙ୍କ ଦର୍ଶନ ରୁ ବଞ୍ଚିତ ଥିବାରୁ ମନରେ କୋହ ଦେଖିବାକୁ ମିଳିଛି ।

ବଲାଙ୍ଗୀରରରୁ ଏସକେ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.