ETV Bharat / state

ଆକ୍ସନ ମୁଡରେ ଅବକାରୀ ବିଭାଗ, ସାବାଡ ହେବେ ମଦ ମାଫିଆ - ବଲାଙ୍ଗୀର

ବଲାଙ୍ଗୀର ଜିଲ୍ଲାରେ ଥିବା ସରକାରୀ ମଦ ଦୋକାନ ଓ ସରକାରୀ ଦେଶୀ ମଦ ଭାଟି ଛଡା ସବୁ ଗାଁ ଗଣ୍ଡାରେ ବେଆଇନ କୁଚିଆ ମଦ କାରବାର ଖୁଲମ୍ ଖୁଲା ଚାଲିଛି । ଯାହାଫଳରେ ଗାଁ ଠୁଁ ସହର ସବୁଠି ଅପରାଧ ବଢିବା ସାଙ୍ଗକୁ ସୁସ୍ଥ ସମାଜ ଉପରେକୁ ପ୍ରଭାବ ପଡିଛି । ଅଧିକ ପଢନ୍ତୁ

ଆକ୍ସନ ମୁଡରେ ଅବକାରୀ ବିଭାଗ, ସାବାଡ ହେବେ ମଦ ମାଫିଆ

author img

By

Published : Aug 23, 2022, 9:34 AM IST

ବଲାଙ୍ଗୀର: ଆଗକୁ ଆସୁଛି ପାର୍ବଣ ଋତୁ । ଏହି ସମୟରେ ବଲାଙ୍ଗୀରରେ ବେଆଇନ ଓ ନକଲି ମଦ କାରବାର ବଢ଼ାଇଛି ଚିନ୍ତା । ଜିଲ୍ଲାରେ ବେଧଡକ ଚାଲିଛି ବେଆଇନ ମଦ କାରବାର । ଜିଲ୍ଲାରେ ଥିବା ସରକାରୀ ମଦ ଦୋକାନ ଓ ସରକାରୀ ଦେଶୀ ମଦ ଭାଟି ଛଡା ସବୁ ଗାଁ ଗଣ୍ଡାରେ ବେଆଇନ କୁଚିଆ ମଦ କାରବାର ଖୁଲମ୍ ଖୁଲା ଚାଲିଛି । ଯାହାଫଳରେ ଗାଁ ଠୁଁ ସହର ସବୁଠି ଅପରାଧ ବଢିବା ସାଙ୍ଗକୁ ସୁସ୍ଥ ସମାଜ ଉପରେକୁ ପ୍ରଭାବ ପଡିଛି । ଏହାଛଡା ଜିଲ୍ଲାରେ ପ୍ରତ୍ୟେକ ଜଙ୍ଗଲ ଓ ବିଭିନ୍ନ ଗ୍ରାମରେ ବେଆଇନ ଭାବରେ ଦେଶୀ ମଦ ତିଆରି କରି ବିକ୍ରି କରି ମାଲେମାଲ ହେଉଛନ୍ତି ମଦ ମାଫିଆ । ଏ ସମସ୍ତ କାରବାର ଉପରେ ରୋକ ଲଗାଇବାକୁ ଅଣ୍ଟା ଭିଡିଛି ଜିଲ୍ଲା ଅବକାରୀ ବିଭାଗ ।

ଆକ୍ସନ ମୁଡରେ ଅବକାରୀ ବିଭାଗ, ସାବାଡ ହେବେ ମଦ ମାଫିଆ

ବିଦେଶୀ ମଦ ନାଆରେ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ନକଲି ମଦ ମଧ୍ୟ ତିଆରି କରି ଲୋକଙ୍କୁ ବିକ୍ରି କରାଯାଉଛି । ଯାହାଦ୍ବାରା ଲୋକଙ୍କ ଜୀବନ ଉପରେ ବିପଦ ସୃଷ୍ଟି ହେବା ସମ୍ଭାବନା ଦେଖାଦେଇଛି । ଜିଲ୍ଲାରେ ଏହି ବେଆଇନ ମଦ କାରବାର ଚରମ ସୀମାରେ ଥିବାବେଳେ, ସାଧାରଣରେ ଲୋକେ ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ବଲାଙ୍ଗୀର ଜିଲ୍ଲାରେ ଗଣ ପର୍ବ ନୂଆଖାଇ ଠାରୁ ପାର୍ବଣ ଋତୁ ଆରମ୍ଭ ହୋଇ ଯାଇଥାଏ ।

ଏହି ପାର୍ବଣ ଋତୁରେ ମଦ ମାଫିଆ କୋଟି କୋଟି ଟଙ୍କାର କାରବାର କରିବା ପାଇଁ ଗାଁ ଠୁଁ ସହର ସବୁଠି ସକ୍ରିୟ ହୋଇଥାନ୍ତି । ମାଫିଆଙ୍କ ଏ ଯୋଜନା ପଣ୍ଡ କରିବାକୁ ଅବକାରୀ ବିଭାଗ ତତ୍ପରତା ଦେଖାଇଛି । ଅବକାରୀ ବିଭାଗ ପକ୍ଷରୁ ପାର୍ବଣ ଋତୁରେ ଏହି କାରବାରକୁ ରୋକିବା ପାଇଁ ପଦକ୍ଷେପ ନିଆଯାଉଛି ।

ଏହା ବି ପଢନ୍ତୁ...ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର

ଦୁଇ ମାସ ମଧ୍ୟରେ 147ଟି ବେଆଇନ ମଦ ମାମଲା ରୁଜୁ କରିବା ସହ 40 ଲକ୍ଷ୍ୟ ଟଙ୍କାର ନକଲି ଓ ବେଆଇନ ମଦ ଜବତ କରିଥିବାର କହିଛି । ସେହିପରି ଜିଲ୍ଲାର ସୀମା ସହ ଗାଁ ଗଣ୍ଡା ସବୁଠି ଚଢାଉ ଜୋର୍ କରିଥିବା ବିଭାଗ କହିଛି । ପାର୍ବଣ ସମୟ ପାଇଁ ଏକ ସ୍ବତନ୍ତ୍ର ସ୍କ୍ବାଡ ଗଠନ ଓ ଏକ କଣ୍ଟ୍ରୋଲ ରୁମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିବା ପାଇଁ ଅବକାରୀ ଅଧୀକ୍ଷକ ଅଧିକାରୀ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.