ETV Bharat / state

ବେଆଇନ କାଠ କାରବାର ଅଭିଯୋଗ: ଷ୍ଟେସନ ମାଷ୍ଟର ଗିରଫ

author img

By

Published : May 24, 2022, 7:49 PM IST

ବେଆଇନ କାଠ କାରବାର ଅଭିଯୋଗରେ ଗିରଫ ହେଲେ ଷ୍ଟେସନ ମାଷ୍ଟର । ପୂର୍ବରୁ ସରକାରୀ ବାସଭବନରୁ ବିପୁଳ ପରିମାଣର କାଠ ଜବତ ସହ ଦୁଇ କାଠ ମିସ୍ତ୍ରୀଙ୍କୁ ଗିରଫ କରିଥିଲା ବନ ବିଭାଗ । ଅଧିକ ପଢ଼ନ୍ତୁ

ବେଆଇନ କାଠ କାରବାର ଅଭିଯୋଗ: ଷ୍ଟେସନ ମାଷ୍ଟର ଗିରଫ
ବେଆଇନ କାଠ କାରବାର ଅଭିଯୋଗ: ଷ୍ଟେସନ ମାଷ୍ଟର ଗିରଫ

ବଲାଙ୍ଗୀର: ବେଆଇନ କାଠ କାରବାର ପଡ଼ିଲା ମହଙ୍ଗା । ଜେଲ୍ ଗଲେ ଷ୍ଟେସନ ମାଷ୍ଟର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝି ଜଙ୍କସନର ଷ୍ଟେସନ ମାଷ୍ଟର ଧର୍ମେନ୍ଦ୍ର କାଶ୍ୟପ ବେଆଇନ କାଠ କାରବାର ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଛନ୍ତି ।

ସୂଚନା ଅନୁସାରେ ଗତ ୧୩ ତାରିଖରେ ବେଆଇନ କାଠ ସାମଗ୍ରୀ ତିଆରି ଚାଲିଥିବା ଖବର ପାଇ ଧର୍ମେନ୍ଦ୍ରଙ୍କ ସରକାରୀ ବାସଭବନରେ କଣ୍ଟାବାଞ୍ଝି ବନ ବିଭାଗ ଚଢ଼ାଉ କରିଥିଲା । ସେଠାରୁ ବିପୁଳ ପରିମାଣର କାଠ ଜବତ ସହ ଦୁଇ କାଠ ମିସ୍ତ୍ରୀଙ୍କୁ ଗିରଫ କରିଥିଲା ବନ ବିଭାଗ ।

ଏହି ମାମଲାରେ ତଦନ୍ତ ଜାରି ରହିଥିବା ବେଳେ ଘର ମାଲିକ ଭାବରେ ଷ୍ଟେସନ ମାଷ୍ଟର ଧର୍ମେନ୍ଦ୍ର କାଶ୍ୟପଙ୍କୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି । ଆଜି କୋର୍ଟରେ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.