ବଲାଙ୍ଗିର: ସ୍ବାମୀର 2ୟ ବିବାହକୁ ଭଣ୍ଡୁର କଲା ପତ୍ନୀ । ପ୍ରଥମ ପତ୍ନୀଙ୍କୁ ଛାଡି 2ୟ ବିବାହା ପାଇଁ ପ୍ରୟାସ କରୁଥିଲା ସ୍ବାମୀ । ମାତ୍ର ସ୍ତ୍ରୀ ପାଖରେ ଏହି ଖବର ପହଞ୍ଚିବା ପରେ ସବୁ କିଛି ଭଣ୍ଡୁର ହୋଇଗଲା । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁଠାରେ ।
ଦେଓଗାଁର ଚାନ୍ଦିନୀ କୁଅଁରଙ୍କୁ କିଛି ବର୍ଷ ତଳେ ବିବାହ କରିଥିଲେ ସେହି ଗାଁର ଚକ୍ର କୁଅଁର। ତେବେ ଦୁହିଁଙ୍କ 5ଟି ସନ୍ତାନ ମଧ୍ୟ ରହିଛି । ମାତ୍ର ଅସନ୍ତୁଷ ଚକ୍ର ପୁଣି ଥରେ 2ୟ ବିବାହ କରିବାକୁ ଚଲାଇଥିଲେ ଯୋଜନା । କାଇଦା କରି ପତ୍ନୀଙ୍କୁ ତାଙ୍କ ବାପଘର ଟିଟଲାଡଠାରେ ଛାଡି ଆସି 2ୟ ବିବାହ ପାଇଁ ପ୍ରୟାସ ଆରମ୍ଭ କରିଥିଲା । ମାତ୍ର ଚକ୍ରର ଦୁର୍ଭାଗ୍ୟ ପରି ପତ୍ନୀ ପାଖରେ ପହଞ୍ଚି ଯାଇଥିଲା ଖବର । ଆଉ ଏହା ପରେ ଆରମ୍ଭ ହୋଇଥିଲା ଅସଲି ଲଢେଇ ।
ବଲଙ୍ଗିରର ଶାନ୍ତି ପଡାରେ ଅନୁଷ୍ଠିତ ହୋଇଥାନ୍ତା ଚକ୍ରଙ୍କର 2ୟ ବିବାହ । ହେଲେ ଫିଲ୍ମ କ୍ଲାଇମାକ୍ସ ପରି ପତ୍ନୀ ଚାନ୍ଦିନୀ, ତାଙ୍କର 5 ସନ୍ତାନ ଓ ଚାନ୍ଦିନୀଙ୍କ ବାପଘର ଲୋକେ ଆସି ପହଞ୍ଚି ଯାଇଥିଲେ ଘଟଣା ସ୍ଥଳରେ । ପରେ ଚକ୍ର ବିବାହ କରିବାକୁ ଥିବା 2ୟ କନ୍ୟାଙ୍କ ଘରକୁ ଯାଇ ଚକ୍ର ମୁଖା ଖୋଲିଥିଲେ ଚାନ୍ଦିନୀର ବାପଘର ଲୋକେ । ଶେଷରେ ଚକ୍ରର 2ୟ ବିବାହ ବନ୍ଦ ହୋଇଥିଲା ।
ସେପଟେ ଘଟଣାଟି ଜିଲ୍ଲାରେ ବେଶ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ପୋଲିସ ମଧ୍ୟ ଚକ୍ରକୁ ଅଟକ ରଖି ପଚରା ଉଚରା କରୁଥିବା ଜଣା ପଡିଛି ।
ବଲାଙ୍ଗିରରୁ ଏସକେ ମହମ୍ମଦ ୱାହିଦ୍, ଇଟିଭି ଭାରତ