ETV Bharat / state

ବଲାଙ୍ଗୀର ଗସ୍ତରେ ହାଇକୋର୍ଟ ମୁଖ୍ୟ ବିଚାରପତି - ବଲାଙ୍ଗୀର ଗସ୍ତରେ ହାଇକୋର୍ଟ ମୁଖ୍ୟ ବିଚାରପତି

ବଲାଙ୍ଗୀର ଗସ୍ତରେ ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର । ସିଭିଲ କୋର୍ଟ ପରିସରରେ ଦୁଇ ଦିନ ଧରି ଚାଲିବାକୁ ଥିବା ଇ ଫାଇଲିଂ ତାଲିମ ଶିବିରକୁ କଲେ ଉଦଘାଟନ । ଅଧିକ ପଢନ୍ତୁ...

ବଲାଙ୍ଗୀର ଗସ୍ତରେ ହାଇକୋର୍ଟ ମୁଖ୍ୟ ବିଚାରପତି
ବଲାଙ୍ଗୀର ଗସ୍ତରେ ହାଇକୋର୍ଟ ମୁଖ୍ୟ ବିଚାରପତି
author img

By

Published : Oct 9, 2021, 3:47 PM IST

ବଲାଙ୍ଗୀର: ଜିଲ୍ଲା ଗସ୍ତରେ ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର । ବଲାଙ୍ଗୀରରେ ପହଞ୍ଚି ସିଭିଲ କୋର୍ଟ ପରିସରରେ ଦୁଇ ଦିନ ଧରି ଚାଲିବାକୁ ଥିବା ଇ ଫାଇଲିଂ ତାଲିମ ଶିବିରକୁ ଉଦଘାଟନ କରିଥିଲେ । ଯେଉଁଥିରେ ସୁବର୍ଣ୍ଣପୁର ଜିଲ୍ଲାର 20 ଜଣ ଓକିଲ ଓ ବଲାଙ୍ଗୀର ଜିଲ୍ଲାର 20 ଜଣ ଓକିଲଙ୍କୁ ଇ ଫାଇଲିଂ ଉପରେ ଦୁଇ ଦିନ ଧରି ତାଲିମ ଦିଆଯିବା । ସେହିପରି ଏହି କାର୍ଯ୍ୟକ୍ରମ ପରେ ସେ ଜିଲ୍ଲା ଓକିଲ ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ବିଭିନ୍ନ ସମସ୍ୟା ଓ ଦାବି ମଧ୍ୟ ବୁଝିଥିଲେ।

ବଲାଙ୍ଗୀର ଗସ୍ତରେ ହାଇକୋର୍ଟ ମୁଖ୍ୟ ବିଚାରପତି

ଯେଉଁଥିରେ ବଲାଙ୍ଗୀର ଓକିଲ ସଂଘ ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି ଉପସ୍ଥାପିତ କରିଥିଲେ । ସମାନ ଭାବରେ ବଲାଙ୍ଗୀର ସିଭିଲ କୋର୍ଟ ପାଇଁ ନୂଆ ବିଲଡିଂର ମଧ୍ୟ ଦାବି କରିଥିଲେ । ସେପଟେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ ମୁରଲୀଧର ସବୁ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ତାଙ୍କର ଏହି ଗସ୍ତରେ ବଲାଙ୍ଗୀର ଓକିଲ ସଂଘ ର କର୍ମକର୍ତ୍ତା, ବଲାଙ୍ଗୀର ଜିଲ୍ଲା ଜଜ୍ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.