ETV Bharat / state

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର - ବେହାଲ ବଲାଙ୍ଗୀର

ଜାରି ରହିଛି ଲଗାଣ ବର୍ଷା । ଅସ୍ତବ୍ୟସ୍ତ ଜନଜୀବନ । ଘରୁ ବାହାରିବା ଲୋକଙ୍କ ପାଇଁ ହୋଇପଡ଼ିଛି ମୁସ୍କିଲ । ବଲାଙ୍ଗାରର ସମ୍ପୂର୍ଣ୍ଣ ସହରକୁ ବେହାଲ କରିଦେଇଛି ଲଗାଣ ବର୍ଷା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Aug 7, 2019, 9:15 PM IST

ବଲାଙ୍ଗୀର: ଜିଲ୍ଲାରେ ମଙ୍ଗଳବାର ମଧ୍ୟରାତ୍ର ରୁ ଲାଗି ରହିଛି ଲଗାଣ ବର୍ଷା । ଫଳରେ ବେହାଲ ହୋଇପଡ଼ିଛି ବଲାଙ୍ଗୀର । ତଳିଆ ଅଞ୍ଚଳ ହୋଇଛି ଜଳମଗ୍ନ । ସହରରେ ସବୁ ତଳିଆ ଅଞ୍ଚଳରେ ପାଣି ଜମିଥିବା ବେଳେ ନାହିଁ ନ ଥିବା ଅବସ୍ଥାରେ ସାଧରାଣ ଲୋକେ ଫସି ରହିଛନ୍ତି । ସେପଟେ ସ୍ଥାନୀୟ ପ୍ରଶାସନ ସହରରୁ ପାଣି ନିଷ୍କାସନ କରିବା ପାଇଁ ଆରମ୍ଭ କରିଛି ପଦକ୍ଷେପ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀରରେ ବର୍ଷାକୁ ନେଇ ରେଡ଼ ଆଲର୍ଟ ଜାରି ହୋଇଥିବା ବେଳେ ଗତମଧ୍ୟ ରାତ୍ରରୁ ଲଗାଣ ବର୍ଷା ଜାରି ରହିଛି । ଗତକାଲି ଠାରୁ ବର୍ଷା ଲାଗି ରହିଥିବା ଫଳରେ ବଲାଙ୍ଗୀରର ମହାଦେବ ପଡା, ଶାନ୍ତି ପଡା ଓ ହତିସାଲ ପଡା ଭଳି ତଳିଆ ଅଂଚଳରେ ଜଳମଗ୍ନ ହୋଇପଡ଼ିଛି। କିଛି ଅଞ୍ଚଳରେ ଘରେ ଭିତରେ ପାଣି ପଶିଥିବା ପରିଲିକ୍ଷିତ ହୋଇଛି । ସହରର ମୁଖ୍ୟ ରାସ୍ତାରେ ମଧ୍ୟ ପାଣି ଜମିରହିଥିବାରୁ ଯାନବାହାନ ଚଳାଚଳରେ ବାଧା ଉପୁଜିଛି ।

ସମାନ ଭାବରେ ସହର ପୁରାତନ ଗୋପାଲଜୀ ମନ୍ଦିର ଓ ମହାଦେବ ମନ୍ଦିରରେ ମଧ୍ୟ ଆଣ୍ଠୁଏ ପାଣି ଜମିରହିଛି । ସେହିପରି ବଲାଙ୍ଗିରର ନିର୍ବାଚନ କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଚର୍ତୁପାର୍ଶ୍ବରେ ମଧ୍ୟ ସମାନ ସ୍ଥିତି ଉପୁଜିଛି । ତେବେ ବର୍ଷା ପୂର୍ବରୁ ପ୍ରଶାସନର ପ୍ରସ୍ତୁତି ଠିକ ନଥିବା ବେଳେ ଲୋକେ ଏହାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନେକ ସ୍ଥାନରେ ପାଣି ଘେରରେ ଲୋକେ ଥିବା ବେଳେ ଏହାକୁ ନେଇ ସ୍ଥାନୀୟ ନେତା ଓ ପ୍ରଶାସନକୁ ଦୋଷାରୋପ କରିଛନ୍ତି ଅଞ୍ଚଳବାସୀ ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

Intro:ବଲାଙ୍ଗୀରରେ ଗତ ମଧ୍ୟ ରାତ୍ର ରୁ ଲଗାଣ ବର୍ଷା ହେଉଥିବା ବେଳେ ଏଥିରେ ବେହାଲ ହୋଇଛି ବଲାଂଗୀର । ବଲାଂଗୀର ଶହରର ସବୁ ତଳିଆ ଅଂଚଳରେ ପାଣି ଜମିଥିବା ବେଳେ ନାହିଁ ନ ଅବସ୍ଥାରେ ସାଧରାଣ ଲୋକ ଅଛନ୍ତି । ସେପଟେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପାଣି ନିଷ୍କାସନ ପାଇଁ ବିଭିନ୍ନ ପଦକ୍ଷେପ ନିଆ ଯାଉଛି ।

Body:ବଲାଙ୍ଗୀରରେ ବର୍ଷକୁ ନେଇ ରେଡ଼ ଆଲର୍ଟ ଜାରି ହୋଇଥିବା ବେଳେ ଗତ ମଧ୍ୟ ରାତ୍ର ରୁ ଲଗାଣ ବର୍ଷା ହେଉଥିବା ବେଳେ ଏଥିରେ ବେହାଲ ହୋଇଛି ବଲାଂଗୀର । ବଲାଂଗୀର ଶହରର ସବୁ ତଳିଆ ଅଂଚଳରେ ପାଣି ଜମିଥିବା ବେଳେ ନାହିଁ ନ ଅବସ୍ଥାରେ ସାଧରାଣ ଲୋକ ଅଛନ୍ତି ।ଏଥିରେ ଆଜି ବଲାଙ୍ଗିରର ମହାଦେବ ପଡା, ଶାନ୍ତି ପଡା ଓ ହତିସାଲ ପଡା ଭଳି ତଳିଆ ଅଂଚଳରେ ପାଣି ଜମିଛି । ଲୋକଙ୍କ ଘରକୁ ପାଣି ପଶି ଥିବା ବେଳେ ମୁଖ୍ୟ ରାସ୍ତାରେ ମଧ୍ୟ ପାଣି ଜମିଥିବାର ଦେଖିବାକୁ ମିଳିଛି । ସମାନ ଭାବରେ ସହର ପୁରାତନ ମନ୍ଦିର ଗୋପାଲଜି ମନ୍ଦିର ଓ ମହାଦେବ ମନ୍ଦିରରେ ମଧ୍ୟ ଆଣ୍ଠୁଏ ପାଣି ଜମିଛି । ସେହିପରି ବଲାଙ୍ଗିରର ନିର୍ବାଚନ କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ କିଛି ପାର୍ଶ୍ୱରେ ମଧ୍ୟ ଆଣ୍ଠୁଏ ପାଣି ଜମିଛି । ତେବେ ବର୍ଷା ପୂର୍ବରୁ ପ୍ରଶାସନର ପ୍ରସ୍ତୁତି ଠିକ ନଥିବା ବେଳେ ଲୋକେ ଏହାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନେକ ସ୍ଥାନରେ ପାଣି ଗଘେରରେ ଲୋକେ ଥିବା ବେଳେ ଏହାକୁ ନେଇ ସ୍ଥାନୀୟ ନେତା ଓ ପ୍ରଶାସନ କୁ ସେମାନେ ଦୋଷ ଦେଇଛନ୍ତି । ପାଣି ନିଷ୍କାସନ ପାଇଁ ଜରୁରି ଥିବା ପଦକ୍ଷେପ ପ୍ରଶାସନ ନେଇଁଥିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଫୋନ ଯୋଗେ ଆମକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପାଣି ନିଷ୍କାସନ ପାଇଁ ବିଭିନ୍ନ ପଦକ୍ଷେପ ନିଆ ଯାଉଛି ।
ବାଇଟ ଅସରଫ ଅଲ୍ଲୀ ସ୍ଥାନୀୟ ବାସିନ୍ଦା
ବାଇଟ ମଞ୍ଜୁଳତା ମହାନ୍ତି ସ୍ଥାନୀୟ ବାସିନ୍ଦା

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.