ETV Bharat / state

ବଦଳିକୁ ବିରୋଧ କରି ସ୍ବାସ୍ଥ୍ୟକର୍ମୀଙ୍କ ବିକ୍ଷୋଭ

author img

By

Published : Jul 13, 2021, 10:39 PM IST

ଅନ୍ୟତ୍ର ବଦଳି ପ୍ରତିବାଦରେ CDMOଙ୍କ କାର୍ଯ୍ୟାଳୟ ଘେରିଲେ ବଲାଙ୍ଗୀର ଜିଲ୍ଲାର ଶତାଧିକ ସ୍ବାସ୍ଥ୍ୟକର୍ମୀ । ଅଧିକ ପଢନ୍ତୁ...

ବଦଳିକୁ ବିରୋଧ କରି ସ୍ବାସ୍ଥ୍ୟକର୍ମୀଙ୍କ ବିକ୍ଷୋଭ
ବଦଳିକୁ ବିରୋଧ କରି ସ୍ବାସ୍ଥ୍ୟକର୍ମୀଙ୍କ ବିକ୍ଷୋଭ

ବଲାଙ୍ଗୀର: ବଦଳିକୁ ବିରୋଧ କରି CDMO କାର୍ଯ୍ୟାଳୟ ଘେରିଲେ ସ୍ବାସ୍ଥ୍ୟକର୍ମୀ । ବଲାଙ୍ଗୀର ଜିଲ୍ଲାର ଶତାଧିକ ମହିଳା ସ୍ବାସ୍ଥ୍ୟକର୍ମୀ ଆଜି(ମଙ୍ଗଳବାର) ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ବଦଳି ନିଷ୍ପତ୍ତି ପ୍ରତ୍ୟାହାର ନ କଲେ କାର୍ଯ୍ୟବନ୍ଦ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ସ୍ବାସ୍ଥ୍ୟକର୍ମୀ ।

ସୂଚନାଯୋଗ୍ୟ, ବଲାଙ୍ଗୀର ସହରର ବିଭିନ୍ନ ମେଡିକାଲରେ କାର୍ଯ୍ୟରତ ପ୍ରାୟ 61 ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଜିଲ୍ଲାର ଅନ୍ୟ ସ୍ଥାନକୁ ବଦଳି କରାଯାଇଛି । ଯାହାକୁ ଏମାନେ ତୀବ୍ର ବିରୋଧ କରିଛନ୍ତି । ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର ଦାବିରେ ଏମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ବଦଳି ନିଷ୍ପତ୍ତି ପ୍ରତ୍ୟାହାର କରାନାଗଲେ ଆଗକୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ସ୍ବାସ୍ଥ୍ୟକର୍ମୀ ଚେତାବନୀ ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.