ETV Bharat / state

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର 'ହରିଶଙ୍କର', ଆଜି ବି ଅବହେଳିତ

କଳା ଓ ସଂସ୍କୃତି ସମ୍ପନ୍ନ ରାଜ୍ୟ, ଓଡିଶା । ଯେଉଁଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଦେଖିବାକୁ ମିଳେ କିମ୍ବଦନ୍ତୀର ଅକୁହା କଥା । ଏହାର ଏକ ଜ୍ୱଳନ୍ତ ନିଦର୍ଶନ ହେଉଛି ବଲାଙ୍ଗୀର ଜିଲ୍ଲାରେ ଥିବା ହର ଓ ଶଙ୍କରଙ୍କ ମିଳନସ୍ଥଳୀ, ହରିଶଙ୍କର ପୀଠ ।

author img

By

Published : Jul 2, 2019, 11:30 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: କଳା ଓ ସଂସ୍କୃତି ସମ୍ପନ୍ନ ରାଜ୍ୟ, ଓଡିଶା । ଯେଉଁଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଦେଖିବାକୁ ମିଳେ କିମ୍ବଦନ୍ତୀର ଅକୁହା କଥା । ଏହାର ଏକ ଜ୍ୱଳନ୍ତ ନିଦର୍ଶନ ହେଉଛି ବଲାଙ୍ଗୀର ଜିଲ୍ଲାରେ ଥିବା ହର ଓ ଶଙ୍କରଙ୍କ ମିଳନସ୍ଥଳୀ, ହରିଶଙ୍କର ପୀଠ । ନିଜର ଐତିହାସିକ, ପୌରାଣିକ କିମ୍ବଦନ୍ତୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଓଡିଶାର ମୁଖ୍ୟ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଏହି ପୀଠ ନିଜକୁ ସାମିଲ କରିପାରିଛି । ଯାହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ବର୍ଷତମାମ ଜମେ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ସମାଗମ ।

ଏହି ପୀଠକୁ ନେଇ କିମ୍ବଦନ୍ତୀରେ ରହିଛି ଅନେକ କଥା । ସେଥିମଧ୍ୟରୁ ଗୋଟିଏ ହେଉଛି ଏହାର ଉତ୍ପତ୍ତିର ଇତିହାସ । କିମ୍ବଦନ୍ତୀ କହେ ଯେ ଲକ୍ଷ୍ମଣଙ୍କୁ ଶକ୍ତିଭେଦ ହେବା ସମୟରେ ହନୁମାନ କାନ୍ଧରେ ଟେକି ନେଉଥିବା ଗନ୍ଧମାର୍ଦ୍ଦନ ପର୍ବତର କିଛି ଅଂଶ ଏହି ଭୂମିରେ ପଡିଯାଇଥିଲା । ଯାହା ପରବର୍ତ୍ତୀ ସମୟରେ ଗନ୍ଧମାର୍ଦ୍ଦନ ପର୍ବତ ଶୃଙ୍ଖଳା ଭାବେ ଜଣାଗଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ତେବେ ଆଜି ବି ଏଠାରେ ଅନେକ ମୂଲ୍ୟବାନ ଚେରମୂଳି ଓ ଔଷଧୀୟ ଗଛ ରହିଥିବାର ପ୍ରମାଣ ରହିଛି । ସେହିପରି ମହାଭାରତ ଯୁଗରେ ଏହି ପର୍ବତକୁ ପଞ୍ଚୁ ପାଣ୍ଡବ ଆସିଥିବା ସମୟରେ ଶୋଷ ମେଣ୍ଟାଇବାକୁ ଯାଇ ଅର୍ଜୁନଙ୍କ ତୀର ଭେଦରେ ପର୍ବତରୁ ଝରି ଆସିଥିଲା ପାଣି । ଯାହା ଏବେ ଏକ ସୁନ୍ଦର ଝରଣାରେ ପରିଣତ ହେବା ସହ ବର୍ତ୍ତମାନ ପୀଠର ଅନ୍ୟ ଏକ ମୁଖ୍ୟ ଆକର୍ଷଣ ପାଲଟିଛି ।

ପର୍ବତମାଳା, ଝରଣା, ହରିଣ ପାର୍କ, ଶିବ ଓ ହରଙ୍କ ମନ୍ଦିର ସହ ଏଠାରେ ଥିବା ବୋଟାନିକାଲ ଗାର୍ଡେନ ବର୍ଷତମାମ ପର୍ଯ୍ୟଟକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ । ହେଲେ ଏସବୁର ସୁରକ୍ଷା ତଥା ରକ୍ଷଣାବେକ୍ଷଣା ପାଇଁ ମିଳୁନାହିଁ ଆବଶ୍ୟକୀୟ ସରକାରୀ ପ୍ରୋତ୍ସାହନ। ରାଜ୍ୟ ସରକାର କେବଳ କାଗଜ କଲମରେ ଏହାର ସୁରକ୍ଷା ପାଇଁ ପଦକ୍ଷେପ ନେଉଥିବାବେଳେ ବାସ୍ତବତାରେ ଏହା ପାଲଟିଛି ଅବହେଳାର ଶିକାର ।

ତେଣେ ବର୍ଜ୍ୟବସ୍ତୁର ସଠିକ୍‌ ପରିଚାଳନା ହୋଇପାରି ନଥିବାରୁ ପୀଠର ସୌନ୍ଦର୍ଯ୍ୟରେ ଲାଗିଛି କୁଢ କୁଢ ଅଳିଆର କଳଙ୍କ । ଅନ୍ୟପଟେ ଏହି ପୀଠକୁ ଆଜି ଯାଏଁ ମିଳିପାରି ନାହଁ କେନ୍ଦ୍ର ପର୍ଯ୍ୟଟନସ୍ଥଳୀର ମାନ୍ୟତା । ତେବେ ଏଥିପାଇଁ ରାଜ୍ୟ ସରକାର କୌଣସି ଆବେଦନ କରିନଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର ।

ନିଜର ସୌନ୍ଦର୍ଯ୍ୟ ପାଇଁ ରାଜ୍ୟରେ ଖ୍ୟାତି ଅର୍ଜନ କରିଥିବା ପୀଠକୁ ଏବେ ଗ୍ରାସ କରିଛି ଅବହେଳାର ଦୁଃଖ । ତେଣେ କେନ୍ଦ୍ର ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଁ ଚାଲିଛି ପ୍ରୟାସ । ଦେଖିବାକୁ ବାକି ରହିଲା କେବେ ମିଳୁଛି ମାନ୍ୟତା, କେବେ ମିଳୁଛି ସହାୟତା ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:Body:

For testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.