ETV Bharat / state

ଦିବ୍ୟାଙ୍ଗ ଭାଇକୁ ଦୁଇ ଭାଇଙ୍କ ଆକ୍ରମଣ - balangir handicraft attacked

ବଲାଙ୍ଗୀର ଜିଲ୍ଲା କଟାପାଲି ଗାଁରେ ଜମିବାଡି କଳହକୁ ନେଇ ଦିବ୍ୟାଙ୍ଗ ଭାଇକୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁଇ ଭାଇ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ...

ଦିବ୍ୟାଙ୍ଗ ଭାଇକୁ ଦୁଇ ଭାଇଙ୍କ ଆକ୍ରମଣ
ଦିବ୍ୟାଙ୍ଗ ଭାଇକୁ ଦୁଇ ଭାଇଙ୍କ ଆକ୍ରମଣ
author img

By

Published : May 3, 2021, 4:43 PM IST

ବଲାଙ୍ଗୀର : ଦୁର୍ବଳ ଉପରେ ସବଳର ଅତ୍ୟାଚାର । ଦିବ୍ୟାଙ୍ଗ ଭାଇକୁ ମରଣାନ୍ତକ ଆକ୍ରମଣ କଲେ ଦୁଇ ଭାଇ । ଜମି ବିବାଦକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ଜଣା ପଡିଛି । ଗୁରୁତର ଦୁଇ ଭାଇ ଭୀମ ଭୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।

ଦିବ୍ୟାଙ୍ଗ ଭାଇକୁ ଦୁଇ ଭାଇଙ୍କ ଆକ୍ରମଣ

ଘଟଣାଟି ଘଟିଛି ବଲାଙ୍ଗୀର ଜିଲ୍ଲା କଟାପାଲି ଗାଁରେ । ଆଜି କଟାପାଲି ଗାଁର ମାଧବ ହାତୀକୁ ଜମିବାଡ଼ି ବିବାଦକୁ ନେଇ ଦୁଇ ଭାଇ ନିତ୍ୟା ହାତୀ ଓ ସାରଙ୍ଗ ହାତୀ ସାବଳରେ ଆକ୍ରମଣ କରିଥିଲେ । ଏଥିରେ ମାଧବ ଗୁରୁତର ଆହତ ହୋଇଛନ୍ତି । ଅନ୍ୟପଟେ ଘଟଣାରେ ନିତ୍ୟା ମଧ୍ୟ ଆହତ ହୋଇଥିବା ଜଣାପଡିଛି ।

ଉଭୟଙ୍କୁ ଗୁରୁତର ଭାବେ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ଜମି ବିବାଦକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା କୁହାଯାଉଥିବା ବେଳେ ଘଟଣାର ପ୍ରକୃତ କାରଣ ଜଣାପଡି ନାହିଁ । ସେପଟେ ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.