ETV Bharat / state

ଜମି ବିବାଦକୁ କେନ୍ଦ୍ରକରି ରକ୍ତାକ୍ତ ସଂଘର୍ଷ, ଜଣେ ମୃତ 6 ଆହତ

author img

By

Published : Jun 20, 2021, 4:33 PM IST

ବଲାଙ୍ଗୀରରେ ଜମି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 6 ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

group clash for land dispute in bolangir one death
ଜମି ବିବାଦକୁ କେନ୍ଦ୍ରକରି ରକ୍ତାକ୍ତ ସଂଘର୍ଷ,ଜଣେ ମୃତ 6 ଆହତ

ବଲାଙ୍ଗୀର: ଜମି ବିବାଦକୁ ନେଇ ହତ୍ୟାକାଣ୍ଡ, ଜଣେ ମୃତ ଛଅ ଆହତ । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା କୁଟୁରାପାଲି ଗାଁରେ । ସେମାନଙ୍କ ମଧ୍ୟରୁ ୨ ଗୁରୁତର ଆହତଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନାଅନୁଯାୟୀ ଜମି ବିବାଦକୁ ନେଇ ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ କୁଟୁରାପାଲି ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି । ଆଜି ସକାଳେ କୁଟୁରାପାଲିରେ ବିବାଦୀୟ ଜମିରେ ମକରଧ୍ବଜ ଓ ତାଙ୍କ ଗୋଷ୍ଠୀ ଧାନ ବୁଣିବାକୁ ଯାଇଥିଲେ। ହେଲେ ଏହାକୁ ଅନ୍ୟଏକ ଗୋଷ୍ଠୀ ପ୍ରସନ୍ନ ବାଗ ଓ ତାଙ୍କ ଭାଇ ମାନେ ବିରୋଧ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ମକରଧ୍ବଜଙ୍କ ଗୋଷ୍ଠୀ ପ୍ରସନ୍ନଙ୍କ ଗୋଷ୍ଠୀ ଉପରେ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଉଭୟ ପକ୍ଷରୁ ଆକ୍ରମଣ ପ୍ରତିଆକ୍ରମଣ ହୋଇଥିଲା। ଘଟଣାସ୍ଥଳରେ ପ୍ରସନ୍ନ ବାଗଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଭାଇ ଦଶରଥ ଓ କସରତ ବାଗ ଗୁରୁତର ଆହତ ହୋଇଛନ୍ତି। ଏଥିସହ ଘଟଣାରେ ଅନ୍ୟ ଗୋଷ୍ଠୀର ୪ ଜଣ ମଧ୍ୟ ଆହତ ହୋଇଛନ୍ତି।

ଘଟଣାସ୍ଥଳରେ ଲୋଇସିଂହା ଥାନା ପୋଲିସ ପହଞ୍ଚି ମୃତ ପ୍ରସନ୍ନ ବାଗଙ୍କ ମୃତଦେହ ଜବତ କରିବା ସହ ଆହତ ୬ ଜଣଙ୍କୁ ଲୋଇସିଂହା ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଛି। ସେପଟେ ଲୋଇସିଂହା ଥାନାରେ ହତ୍ୟା ମାମଲା ରୁଜୁ କରି ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.