ETV Bharat / state

ଆବର୍ଜନାର ସହର ପାଲଟିଛି ବଲାଙ୍ଗୀର - ବଲାଙ୍ଗୀରରେ ଆବର୍ଜନା

ବଲାଙ୍ଗୀର ସହର ବର୍ତ୍ତମାନ ଅଳିଆର ସହର ପାଲଟିଗଲାଣି । ରାସ୍ତାଘାଟ ଯେଉଁଠି ଦେଖିଲେ କୁଢକୁଢ ମଇଳା ଜମା ହୋଇ ରହୁଛି । ଏହାକୁ ନେଇ ଦେଖନ୍ତୁ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ...

_grabage problem in balangir district
ଆବର୍ଜନାର ସହର ବଲାଙ୍ଗୀର!
author img

By

Published : Feb 14, 2020, 1:26 AM IST

ବଲାଙ୍ଗୀର: ବଲାଙ୍ଗୀର ସହର ବର୍ତ୍ତମାନ ଅଳିଆର ସହର ପାଲଟିଗଲାଣି । ରାସ୍ତା ଘାଟ ଯେଉଁଠି ଦେଖିଲେ କୁଢକୁଢ ମଇଳା ଜମା ହୋଇ ରହୁଛି । ଏପରିକି ସହରର ମୁଖ୍ୟ ରାସ୍ତା ଓ ମୁଖ୍ୟ ବଜାର ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି ଥିବାବେଳେ ଗ୍ରାମ୍ୟାଞ୍ଚଳର ଚିତ୍ର ଏହାଠାରୁ ମଧ୍ୟ ଉତ୍କଟ ହୋଇଛି । ସବୁଠି ମଇଳା ଜମା ହୋଇ ରହୁଥିବାବେଳେ ନାକ ଫଟା ଦୁର୍ଗନ୍ଧ ଲୋକଙ୍କୁ ଅସୁବିଧାରେ ପକାଉଛି ।

ଆବର୍ଜନାର ସହର ବଲାଙ୍ଗୀର!

ଏପରିକି ଏଥିଯୋଗୁଁ ମଶା ମାଛିଙ୍କ ପ୍ରାଦୁର୍ଭାବ ବଢୁଥିବାର ଲୋକ ଅଭିଯୋଗ କରିଛନ୍ତି । ପରିସ୍ଥିତି ଏଭଳି ରହିଲେ ବିଭିନ୍ନ ପ୍ରକାରର ରୋଗ ବ୍ୟାପିବ ବୋଲି ଲୋକେ କହିଛନ୍ତି । ଏବଂ ଏସବୁ ପାଇଁ କେବଳ ବଲାଙ୍ଗୀର ପୌରପାଳିକାକୁ ଦାୟୀ କରିଛନ୍ତି ସାଧାରଣ ଜନତା । ସେପଟେ ଜିଲ୍ଲା ପରିମଳ ବ୍ୟବସ୍ଥାରେ ବିଫଳ ହୋଇଥିବା ପୌରପାଳିକା ପୂର୍ବରୁ ହିଁ ସହର ସଫେଇ କାମକୁ ଘରୋଇ କରଣ କରିଛି । ତେବେ ଏଥିରୁ ମଧ୍ୟ ଫଳ ଶୂନ ଥିବାବେଳେ ଏବେ ପୁଣି ନୂଆ ଯୋଜନା ହାତକୁ ନିଆଯାଇଛି । ଏଥିରେ 3 କୋଟି ଟଙ୍କା ବ୍ୟୟରେ ସହରର ବିଭିନ୍ନ ସ୍ଥାନରେ ଏବେ ମଇକ୍ରୋ କମ୍ପୋଜିଂ କେନ୍ଦ୍ର ଖୋଲିବାକୁ ଯାଉଛି ।

ଏହି କ୍ରମରେ ବଲାଙ୍ଗୀର ବିଜାଖମନ ଠାରେ ଗୋଟିଏ କେନ୍ଦ୍ର ସମ୍ପୂର୍ଣ୍ଣ ହେବାକୁ ଥିବା ବେଳେ ଫେବୃଆରୀ ଶେଷ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ବୋଲି ପୌରପାଳିକା କହିଛି । ଏହି କେନ୍ଦ୍ରମାନଙ୍କରେ ଜୈବିକ ଅଳିଆରୁ ଖତ ତିଆରି ହେବ ଓ ତାହା ପାର୍କ ଭଳି ଇତ୍ୟାଦି ସ୍ଥାନରେ ବ୍ୟବହାର ହେବ । ସେହିପରି ଏହି କେନ୍ଦ୍ରରେ ପୁନଃ ବିନିଯୋଗ ଭଳି ଆଳିଆକୁ ଅଲଗା କରାଯାଇ ତାକୁ ପୁଣି ରିସାଇକେଲିଂ ପାଇଁ ପଠାଯିବ ବୋଲି ପୌରପାଳିକା କହିଛି । ସେହିପରି ଏଥିଯୋଗୁଁ ଆଉ ଆଗକୁ ଏହି ଅଳିଆ ସମସ୍ୟା ରହିବ ନାହିଁ ବୋଲି ମଧ୍ୟ କୁହାଯାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.