ETV Bharat / state

ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା, ଜେଲ ୱାର୍ଡର ନିଲମ୍ବିତ

author img

By

Published : Dec 21, 2022, 10:21 AM IST

Updated : Dec 21, 2022, 10:37 AM IST

ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା । କାର୍ଯ୍ୟରେ ଅବହେଳା ନେଇ ଜେଲ ୱାର୍ଡରଙ୍କୁ ନିଲମ୍ବିତ କଲେ ଜେଲ ଡିଆଇଜି ଅନୁସୂୟା ଜେନା । ଅଧିକ ପଢ଼ନ୍ତୁ

govind sahu
ଗୋବିନ୍ଦ ସାହୁ
ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା

ବଲାଙ୍ଗୀର: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା ନେଇ ଜେଲ ବିଭାଗ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । ଜେଲରେ ତାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାର୍ଯ୍ୟରେ ଅବହେଳା କରାଯାଇଥିବା ଦର୍ଶାଇ ଜେଲ ୱାର୍ଡର ଅକ୍ଷୟ ଚନ୍ଦ୍ର ମହାନ୍ତିଙ୍କୁ ନିଲମ୍ବିତ କରାଯାଇଛି । ଜେଲ ଡିଆଇଜି ଅନୁସୂୟା ଜେନା ଉକ୍ତ ଜେଲ ୱାର୍ଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଚାକିରିରୁ ନିଲମ୍ବିତ କରିଛନ୍ତି । ଗତକାଲି (ମଙ୍ଗଳବାର) ବଲାଙ୍ଗୀର ସ୍ଥିତ କଣ୍ଚାବାଞ୍ଜି ଜେଲରେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିଲା ।

ମମିତା ମେହେର ହତ୍ୟା ମାମଲାର ଶୁଣାଣି କାଣ୍ଟାବାଞ୍ଜି ଜେଏମଏଫସି କୋର୍ଟରେ ଚାଲିଥିବାବେଳେ ଗୋବିନ୍ଦ ନିଜ ପକ୍ଷ ରଖିବା ପାଇଁ କୋର୍ଟରେ ହାଜର ହୋଇଥାନ୍ତେ । ଏହା ପୂର୍ବରୁ ଜେଲ ମଧ୍ୟରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ସୁରକ୍ଷାକର୍ମୀମାନେ ଗୋବିନ୍ଦକୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେଇଥିଲେ । ମାତ୍ର ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ଏହି ଘଟଣା ପୁଣି ଓଡ଼ିଶାରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଆରମ୍ଭ କରିଛି । ଘଟଣା ପରେ ଜେଲ ଡିଆଇଜି ଅନୁସୂୟା ଜେନା କଣ୍ଟାବାଞ୍ଜି ଜେଲ ଯାଇ ତଦନ୍ତ କରିଥିଲେ । ଏଥିରେ କାର୍ଯ୍ୟରେ ଅବହେଳା କରିବା ନେଇ ଜେଲ ୱାର୍ଡର ଅକ୍ଷୟ ଚନ୍ଦ୍ର ମହାନ୍ତିଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଗ୍ରାମାଞ୍ଚଳର ସାଢ଼େ ୯ ଲକ୍ଷ ପରିବାରକୁ ମିଳିବ PM ଆବାସ, ଜିଲ୍ଲାପାଳଙ୍କ ସହ କଥା ହେଲେ CS

ତେବେ ଜେଲରେ ମୋଟ 71 ଜଣ ଅନ୍ତେବାସୀ ଥିଲେ ଏବଂ ତାଙ୍କ ସହ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦା ସାହୁ ରହିଥିଲେ । ଘଟଣା ଦିନ ଗୋବିନ୍ଦ ସାହୁ ଜେଲ ମଧ୍ୟରେ ଥିବା ଡାଇନିଂ ହଲ ଝରକାରେ ଗାମୁଛା ଲଗାଇ ଜୀବନ ହାରିଥିଲେ । ସେପଟେ କିଛି ଗଛ ଏହି ଝରକାକୁ ଢାଙ୍କି ରଖିଥିବାରୁ ସେ କାହାରିକୁ ନଜରରେ ଆସିଲେ ନାହିଁ ବୋଲି ଜେଲ ଡିଆଇଜି ଅନୁସୂୟା ଜେନା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି," ଘଟଣାର ଅଧିକ ତଦନ୍ତ ଜାରି ରହିଛି । ମାମଲାର ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ।" ଅନ୍ୟପଟେ ଗୋବିନ୍ଦ ସାହୁ ମୃତ୍ୟୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ବିରୋଧୀ ଦଳ ଏନେଇ ସରକାର, ପୋଲିସ ବିଭାଗ ଏଂବ ଜେଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି ହୋଇଛି । ପୋଲିସ ଡିଜିପି ସୁନିଲ କୁମାର ବଂଶଲ ଗୋବିନ୍ଦ ଆତ୍ମହତ୍ୟା ଘଟଣାର ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି ।

ପ୍ରକାଶ ଥାଉକି, ଗତ ଅକ୍ଟୋବର ମାସ 8 2021 ତାରିଖରେ ବଲାଙ୍ଗୀର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଥିବା ପରିବାର ଲୋକେ ବଲାଙ୍ଗୀର ସିନ୍ଧେକେଲା ଥାନାରେ ଲିଖିତ ଅଭିଯୋଗ ଆଣିଥିଲେ । ମମିତା ମେହେର କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ଥିଲେ । ଏହି ସ୍କୁଲର ପରିଚାଳକ ଥିଲେ ଗୋବିନ୍ଦ ସାହୁ । ଗୋବିନ୍ଦ ସାହୁ ହିଁ ତାଙ୍କୁ ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା । ଯାହାପରେ ଗୋବିନ୍ଦ ସାହୁକୁ ଗତ 17 ଅକ୍ଟୋବର 2021ରେ ଗିରଫ କରିଥିଲା । ଗୋବିନ୍ଦ ସାହୁ ଟିଟିଲାଗଡ ଥାନାରେ ଥିବା ବେଳେ ସେଠୁ ଫେରାର ମାରିଥିଲା । ଦୁଇ ଦିନ ପରେ ଅର୍ଥାତ୍ ଅକ୍ଟୋବର 19 ତାରିଖରେ ସେ ପୁଣି ସିନ୍ଧେକେଲା ଅଞ୍ଚଳରୁ ଗିରଫ ହୋଇଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବରେ କଣ୍ଟାବାଞ୍ଜି ଜେଲ୍‌ରେ ବିଚାରଧୀନ କଏଦୀ ଭାବରେ ଥିଲା ଗୋବିନ୍ଦ ସାହୁ । କଣ୍ଟାବାଞ୍ଜି ଫାଷ୍ଟଟ୍ରାକ କୋର୍ଟ ନିକଟରେ ଏହି ମାମଲାର ସାକ୍ଷୀମାନଙ୍କ ଶୁଣାଣି ସାରିଥିଲା । ତେବେ ମଙ୍ଗଳବାର ସେ ଜେଲ୍‌ରେ ଆତ୍ମହତ୍ୟା କରିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Dec 21, 2022, 10:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.