ETV Bharat / state

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗାଁ ସାଥୀଙ୍କ ଧାରଣା - ଗାଁ ସାଥୀଙ୍କ ଧାରଣା

ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଅଧିକ ପଢନ୍ତୁ...

gaonsathi protest in front of bolangir collector office
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗାଁ ସାଥୀଙ୍କ ଧାରଣା
author img

By

Published : Sep 1, 2021, 10:36 PM IST

ବଲାଙ୍ଗୀର: ଜିଲ୍ଲା ଗାଁ ସାଥୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଆନ୍ଦୋଳନ । ଶତାଧିକ ଗାଁ ସାଥୀ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣା ଦେଇଥିଲେ ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗାଁ ସାଥୀଙ୍କ ଧାରଣା

ଶତାଧିକ ଗାଁ ସାଥୀ ମାନେ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ତେବେ ଜିଲ୍ଲାରେ 1200 ଗାଁ ସାଥୀ ନିୟୋଜିତ ହୋଇଥିବାବେଳେ ସରକାର ସେମାନଙ୍କୁ ମାସିକ 25 ଶହ ଟଙ୍କା ଦରମା ଦେବା ବ୍ୟବସ୍ଥା କରିଥିଲେ। କିନ୍ତୁ ନିଯୁକ୍ତି ଦିନରୁ ଆଜି ଯାଏଁ ପ୍ରାପ୍ୟ ମିଳିନଥିବା ଅଭିଯୋଗ କରିଛନ୍ତି।

ସମାନ ଭାବରେ ଏଭଳି ପରିସ୍ଥିତିରେ ଏବେ ସରକାର ଏମାନଙ୍କୁ ବିତାଡିତ କରିବାର ଚକ୍ରାନ୍ତ କରୁଥିବା ଅଭିଯୋଗ କରିଛନ୍ତି । ଏହା ସହ ମାସିକ ଦରମା ଆଠ ହଜାର ଟଙ୍କା କରିବା ପାଇଁ ଦାବି କରିଛନ୍ତି । ତେବେ ଦାବି ପୂରଣ ନ ହେଲେ ତୀବ୍ର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.