ETV Bharat / state

ପୂର୍ବତନ ଯୋଗାଣ ସହାୟକଙ୍କ ହତ୍ୟା ଘଟଣା, ନ୍ୟାୟ ଦାବିରେ ଏପସି କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ - ଏପସି କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ବଲାଙ୍ଗୀରର ପୂର୍ବତନ ଯୋଗାଣ ସହାୟକଙ୍କୁ ପ୍ରଥମେ ଅପହରଣ ଓ ପରେ ହତ୍ୟା ଅଭିଯୋଗ ଘଟଣା । 17 ଦିନ ବିତିଥିଲେ ବି ପୋଲିସର ହାତ ଖାଲି । ନ୍ୟାୟ ଦାବିରେ ଏସ୍‌ପି କାର୍ଯ୍ୟାଳୟ ଆଗରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢ଼ନ୍ତୁ

former supply assistant murder case
ପୂର୍ବତନ ଯୋଗାଣ ସହାୟକଙ୍କୁ ହତ୍ୟା
author img

By

Published : Jul 12, 2023, 6:52 AM IST

ପୂର୍ବତନ ଯୋଗାଣ ସହାୟକଙ୍କୁ ହତ୍ୟା

ବଲାଙ୍ଗୀର: ପୂର୍ବତନ ଯୋଗାଣ ସହାୟକଙ୍କୁ ପ୍ରଥମେ ଅପହରଣ ଓ ପରେ ହତ୍ୟା ଅଭିଯୋଗ ଘଟଣାକୁ 17 ଦିନ ବିତିଥିଲେ ସୁଦ୍ଧା ଜିଆରପିର ହାତ ଖାଲି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ପର୍ଦ୍ଦାଫାସ କରିପାରିନି ପୋଲିସ । ଏହି ଘଟଣାକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ପୋଲିସ କାହାକୁ ଗିରଫ କରିନାହିଁ । ଯାହାକୁ ନେଇ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ନ୍ୟାୟ ଦାବିରେ ପରିବାର ଲୋକଙ୍କ ସହିତ ଗ୍ରାମବାସୀ ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଗତ ଜୁନ୍‌ 24 ତାରିଖରେ ବଲାଙ୍ଗୀର ଜିଲ୍ଲା ଅଇଁଲା ଚୁଆ ଗ୍ରାମର ପୂର୍ବତନ ଯୋଗାଣ ସହାୟକ ରଜତ କୁମାର ସାହୁଙ୍କୁ ପ୍ରଥମେ ଅପହରଣ ଓ ପରେ ହତ୍ୟା ଅଭିଯୋଗ ଆସିଥିଲା । ପୁଅର ଅପହରଣ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବାର ଗୋଟିଏ ଦିନ ପରେ ଖୁଜେନପାଲି ଜଙ୍ଗଲରୁ ରକ୍ତାକ୍ତ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା । ପରିବାର ଲୋକଙ୍କ ଆଖି ସାମ୍ନାରେ କିଛି ଦୁର୍ବୃତ୍ତ ତାଙ୍କୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ଅପହରଣ କରିନେଇଥିଲେ ବୋଲି ଅଭିଯୋଗ କରିଥିଲେ । ଏପରିକି ଏମାନେ ସେହି ଗାଡ଼ିର ପିଛା କରିଥିଲେ ମଧ୍ୟ ଦ୍ରୁତ ଗତିରେ ସେଠାରୁ ଖସି ପଳାଇଥିଲେ ସକ୍ଷମ ହୋଇଥିଲେ ଦୁର୍ବୃତ୍ତ । ଯାହାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ମୃତ ରଜତ ନିଜ ଘରୁ ବାହାରିବାର କିଛି ସମୟ ପରେ ଏକ ପିକ୍‌ଅପ୍‌ ଭ୍ୟାନରେ ତାଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରି ନେଉଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ: ପୂର୍ବତନ ଯୋଗାଣ ସହାୟକଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ

ଅନ୍ୟପଟେ ଏହା ଏକ ପ୍ରେମ ଜନିତ ହତ୍ୟା ବୋଲି ରଜତଙ୍କ ବାପା କହିଛନ୍ତି । ତାଙ୍କ କହିବା ଅନୁଯାୟୀ, ପୁଅର ପ୍ରେମ ସମ୍ପର୍କକୁ ନେଇ କିଛି ଲୋକ ପୂର୍ବରୁ ଧମକ ଦେଇଥିଲେ । ଏହି କାରଣରୁ ତାଙ୍କୁ ଅପହରଣ ଓ ପରେ ହତ୍ୟା କରାଯାଇଛି । ଘଟଣାକୁ 17 ଦିନ ବିତି ଯାଇଥିଲେ ସୁଦ୍ଧା ଜିଆରପି ପୋଲିସ କାହାରିକୁ ଗିରଫ କରି ପାରିନାହିଁ । ସମ୍ପୃକ୍ତ ଗାଡ଼ିକୁ ପଚରାଉଚରା ପରେ ଛାଡ଼ି ଦେଇଛନ୍ତି । ତେଣୁ ରଜତଙ୍କୁ ନ୍ୟାୟ ଦାବିରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକାଠି ହୋଇ ବଲାଙ୍ଗୀର ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ହତ୍ୟା ଘଟଣାର ତୁରନ୍ତ ତଦନ୍ତ କରି ଏଥିରେ ସମ୍ପୃକ୍ତ ଥିବା ଦୋଷୀଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ସେପଟେ ଏହି ମାମଲା ଜିଆରପି ପୋଲିସ ପାଖରେ ଥିବା ବେଳେ ଜିଲ୍ଲା ପୋଲିସ ଏହା ଉପରେ କୌଣସି ତଦନ୍ତ କରିନାହିଁ । ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ଏହାର ତଦନ୍ତ କରିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଇଟିିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.