ETV Bharat / state

ଲାଞ୍ଚ ନେଇ ଧରାପଡିଥିଲେ ପୂର୍ବତନ ମହିଳା ଜିଆରଏସ, 2ବର୍ଷ ଜେଲ ସହ ଚାକିରିରୁ ବହିଷ୍କୃତ

author img

By

Published : Aug 1, 2023, 9:38 AM IST

ବଲାଙ୍ଗୀର ଖପ୍ରାଖୋଲ ବ୍ଲକ ଓଡ଼ିଆପାଲିର ପୂର୍ବତନ ମହିଳା ଜିଆରଏସ ଲକ୍ଷ୍ମୀ ଭୋଇଙ୍କୁ ଲାଞ୍ଚ ନେବା ମାମଲାରେ ଜେଲ ଦଣ୍ଡାଦେଶ । 2ବର୍ଷ ଜେଲ ସହ 10 ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ଅଧିକ ପଢନ୍ତୁ

Former GRS Laxmi Bhoi
Former GRS Laxmi Bhoi

ବଲାଙ୍ଗୀର : ଲାଞ୍ଚ ନେବା ମାମଲାରେ ପୂର୍ବତନ ମହିଳା ଜିଆରଏସଙ୍କୁ ଜେଲ ଦଣ୍ଡାଦେଶ । ବଲାଙ୍ଗୀର ଖପ୍ରାଖୋଲ ବ୍ଲକ ଓଡ଼ିଆପାଲିର ପୂର୍ବତନ ମହିଳା ଜିଆରଏସ ଲକ୍ଷ୍ମୀ ଭୋଇଙ୍କୁ 2ବର୍ଷ ଜେଲ ସହ 10 ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ।

ତେବେ ଗତ 15 ମାର୍ଚ୍ଚ 2017ରେ ପୂର୍ବତନ ମହିଳା ଜିଆର୍‌ଏସ୍‌ ଲକ୍ଷ୍ମୀ ଭୋଇ ଜଣେ ହିତାଧିକାରୀଙ୍କଠାରୁ ମନରେଗା ଯୋଜନାରେ ଇନ୍ଦିରା ଆବାସ ବିଲ୍‌ ପାଇଁ ଟଙ୍କା ଦାବି କରିଥିବା ନେଇ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଭିଜିଲାନ୍ସ ତାଙ୍କୁ ଲାଞ୍ଚ ନେବା ବେଳେ ଧରିବା ସହ ସମ୍ବଲପୁର ଭିଜିଲାନ୍ସ କେଶ ନମ୍ବର 11ରେ ଏକ ମାମଲା ରୁଜୁ କରିଥିଲା ।

ସେହିପରି ଭାର ଶୁଣାଣି ବଲାଙ୍ଗୀର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ କରିଥିବା ବେଳେ ଗତକାଲି କୋର୍ଟରେ ତାଙ୍କର ରାୟ ପ୍ରକାଶ କରିଛନ୍ତି । ଯେଉଁଥିରେ ପୂର୍ବତନ ଜିଆର୍‌ଏସ୍‌ ଲକ୍ଷ୍ମୀ ଭୋଇଙ୍କୁ ଦୋଷୀ ପାଇବା ସହ ତାଙ୍କୁ ଦୁଇ ବର୍ଷର କାରାଦଣ୍ଡ ଶୁଣାଇଛନ୍ତି । ସେହିପରି ତାଙ୍କ ଉପରେ ଦଶ ହଜାର ଟଙ୍କା ଆର୍ଥିକ ଜରିମାନା ଲଗାଇଛନ୍ତି । ତେବେ ଏହି ଅର୍ଥ ଅନାଦେୟ ହେଲେ ଆହୁରି ଦୁଇ ମାସ କାରାଦଣ୍ଡର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ନିର୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଲାଞ୍ଚ ନେଇ ଧରାପଡ଼ିଥିଲେ ସରକାରୀ ବାବୁ, ୧୦ ବର୍ଷ ପରେ ଜେଲଦଣ୍ଡ ଶୁଣାଇଲେ ଭିଜିଲାନ୍ସ କୋର୍ଟ

ପ୍ରକାଶ ଥାଉକି, 2017ରେ ଜିଆର୍‌ଏସ୍‌ ଲକ୍ଷ୍ମୀ ଭୋଇଙ୍କ ବିରୋଧରେ ଲାଞ୍ଚ ନେବା ଅଭିଯୋଗ ଆସିବା ପରେ ସେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ । ସେ ସମୟରେ ତାଙ୍କୁ ଚକିରିରୁ ଅବ୍ୟାହତି ଦେଇଥିଲେ ସରକାର । ତେବେ ଏହି ମାମଲାର ତଦନ୍ତ ଭିଜିଲାନ୍ସ ପୂର୍ବତନ ଇନ୍ସପେକ୍ଟର ତଥା ବର୍ତ୍ତମାନ କୋରାପୁଟ ଭିଜିଲାନ୍ସ ଡିଭିଜନ ଡିଏସ୍‌ପି ଏସ୍‌ ପାଣି କରୁଥିଲେ । ସେହିପରି ବଲାଙ୍ଗୀର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ପିପି ଜେକେ ସାହୁ ଏହାର ପରିଚାଳନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ଲାଞ୍ଚୁଆ ପୋଲିସ ବାବୁଙ୍କୁ ୪ବର୍ଷ ଜେଲ୍‌, ମାମଲାର ରଫାଦଫା ପାଇଁ ମାଗିଥିଲେ ଟଙ୍କା

ପ୍ରକାଶ ଥାଉକି, ଗତ ୩୦ ତାରିଖରେ ଏକ ଜବତ ହୋଇଥିବା ବାଲି ବୋଝେଇ ଟ୍ରକକୁ ଛାଡ଼ିଦେବାକୁ ୩ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ସରକାରୀ ବାବୁଙ୍କୁ ଦଣ୍ଡାଦେଶ ଶୁଣାଇଥିଲେ ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ବୀରମିତ୍ରପୁର ତହସିଲର ଅବସରପ୍ରାପ୍ତ ପରିଦର୍ଶକ ପର୍ଶୁରାମ ପାନ ଓ ରମେଶଚନ୍ଦ୍ର ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ । ପର୍ଶୁରାମ ପାନଙ୍କୁ ୨ ବର୍ଷ ଜେଲ ଓ ୨ ହଜାର ଟଙ୍କା ଜରିମାନା ଆଦେଶ ହୋଇଥିବା ବେଳେ ରମେଶ ଚନ୍ଦ୍ର ମଲ୍ଲିକଙ୍କୁ ୧ ବର୍ଷ ଜେଲ ଓ ୧ ହଜାର ଟଙ୍କା ଜରିମାନା ଦଣ୍ଡ ଶୁଣାଇଥିଲେ କୋର୍ଟ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.