ETV Bharat / state

ଲୋୟର ସୁକତେଲ ଡ୍ୟାମ୍‌ରେ ପଶୁଛି ବନ୍ୟାଜଳ: ବଢୁଛି ଜଳସ୍ଥର, ଗାଁ ଛାଡିବାକୁ ନାରାଜ ବିସ୍ଥାପିତ

author img

By

Published : Jul 26, 2023, 3:56 PM IST

ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପରେ ବଢୁଛି ଜଳସ୍ଥର । ବୁଡ଼ିଅଞ୍ଚଳ ଗ୍ରାମ ଜଳମଗ୍ନ ସତ୍ତ୍ୱେ ଜିଦରେ ଅଟଳ ବିସ୍ଥାପିତ । ଅଧିକ ପଢନ୍ତୁ

lower suktel dam water
lower suktel dam water
ସୁକତେଲ ପ୍ରକଳ୍ପରେ ବଢୁଛି ଜଳସ୍ଥର

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପରେ ବଢୁଛି ଜଳସ୍ତର । ବୁଡ଼ିଅଞ୍ଚଳ ଗ୍ରାମ ଜଳମଗ୍ନ ସତ୍ତ୍ୱେ ଜିଦରେ ଅଟଳ ବିସ୍ଥାପିତ । ବିସ୍ଥାପିତଙ୍କ ସହ ଆଲୋଚନା କରି କ୍ଷତିପୂରଣ ସମସ୍ୟା ସମାଧାନ ସହ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରୟାସ ଜାରି ରଖିଛି ପ୍ରଶାସନ । ସମ୍ପୂର୍ଣ୍ଣ କ୍ଷତିପୂରଣ ଦାବିରେ ଜଳମଗ୍ନ ହେବାକୁ ଥିବା ଗାଁ ଛାଡ଼ୁ ନାହାନ୍ତି ଲୋକେ ।

ବଲାଙ୍ଗୀରର ସପ୍ନର ପ୍ରକଳ୍ପ ଲୋୟର ସୁକତେଲ ଏବେ ପ୍ରାୟତଃ ସମ୍ପୂର୍ଣ୍ଣ ହୋଇଥିବା ବେଳେ ପ୍ରଥମ ବନ୍ୟା ପାଣି ପଶିବା ଆରମ୍ଭ କରିଛି । ସେହିପରି ଚଳିତ ବର୍ଷାରେ ଦିନକୁ 170 କ୍ୟୁସେକ ପାଣି ଡ୍ୟାମ ମଧ୍ୟକୁ ପଶିଥିବା ବେଳେ ଏବେ ପ୍ରାୟତଃ 100 କ୍ୟୁସେକ ପାଣି ନିତିଦିନ ପଶୁଛି । ସେହିପରି 31 ମିଟର ଉଚ୍ଚ ଏହି ଡ୍ୟାମ କୌଣସି ମୁହୂର୍ତ୍ତରେ ଜଳସ୍ତର ବଢିବାର ସମ୍ଭାବନା ଦେଖା ଦେଇଛି । ତେଣୁ ଏହାଦ୍ଵାରା ଆଖପାଖ ଗାଁମାନଙ୍କରେ ଡ୍ୟାମ୍‌ ପାଣି ମାଡ଼ିବା ଆରମ୍ଭ କରିଛି। ଯେଉଁଥିରେ ପୋଡମୁଡ, ଗଡଶଙ୍କର ଡୁଙ୍ଗୁରି ପାଲି, ବଞ୍ଛୋର ପାଲି, ଖଗାସା ବାହାଲ, ସାନତେଲେନପାଲି, ବଡ଼ତେଲେନପାଲିକୁ ଡ୍ୟାମ୍‌ ପାଣି ମାଡ଼ିଲାଣି । ଏହାରି ମଧ୍ୟରେ ଏଠିକାର ବିସ୍ଥାପିତଙ୍କ ଜିଦ୍‌ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି ।

ସମ୍ପୂର୍ଣ୍ଣ ଓ ଉଚିତ୍ କ୍ଷତିପୂରଣ ନପାଇବା ଯାଏଁ ଭିଟାମାଟି ଛାଡ଼ିବେ ନାହିଁ ବୋଲି ଜିଦ୍ କରିଛନ୍ତି ଅଞ୍ଚଳବାସୀ । ସେପଟେ ଗତକାଲି ଏନେଇ ଗଡଶଙ୍କର, ଡୁଙ୍ଗୁରିପାଲି ଗ୍ରାମବାସୀଙ୍କୁ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଭେଟିଛନ୍ତି । ଗାଁ କୌଣସି ମୁହୂର୍ତ୍ତରେ ବଡ଼ ବର୍ଷା ହେଲେ ବୁଡିଯିବ ଓ ପରିସ୍ଥିତି ଅସମ୍ଭାଳ ହେବ । ତେଣୁ ଏହା ପୂର୍ବରୁ ଲୋକଙ୍କୁ ଗାଁ ଛାଡ଼ିବାକୁ ସେ ନିବେଦନ କରିଛନ୍ତି । ସେହିପରି ଯାହା ଆଇନ ସମ୍ମତ ଦାବି ଅଛି ତାହା ନିଶ୍ଚୟ ପୁରଣ ହେବ ବୋଲି ସେ କହିଛନ୍ତି । ତେବେ ସେଠାର ବିସ୍ଥାପିତ ତାଙ୍କର ମୁଣ୍ଡା ପିଛା କ୍ଷତିପୂରଣ ସହ ନିଜ ଘର ତିଆରି କରିବାକୁ କିଛି ସମୟ ଦିଆଯାଉ ବୋଲି ଦାବି କରିଛନ୍ତି । ହେଲେ ପ୍ରଶାସନ ଏସବୁ ନଶୁଣି ଶୀଘ୍ର ଘର ଗାଁ ଛାଡ଼ିବା ପାଇଁ କହୁଥିବାର ଏମାନେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଭରିଲା ଲୋୟର ସୁକତେଲ ଡ୍ୟାମ, ଗାଁକୁ ଛୁଇଁଲା ବନ୍ୟାପାଣି

ଅନ୍ୟପଟେ ଗଡଶଙ୍କର ଡୁଙ୍ଗୁରିପାଲି ନିବାସୀ ପାଞ୍ଚାଳୀ ପ୍ରଧାନ, ମୀନକେତନ ଚାନ୍ଦ କହିଛନ୍ତି ଯେ, ତାଙ୍କୁ ଏଯାଏଁ ମୁଣ୍ଡପିଛା କ୍ଷତିପୂରଣ ପ୍ରଶାସନ ପ୍ରଦାନ କରିନାହିଁ । ସେହିପରି ସେମାନଙ୍କୁ ବିସ୍ଥାପିତ କରୁଥିବା ସ୍ଥାନରେ କୌଣସି ମୌଳିକ ସୁବିଧା କରାଯାଇ ନାହିଁ । ତେଣୁ ଏସବୁ ନହେବା ଯାଏଁ ଏମାନେ ବୁଡ଼ିବେ ପଛେ ଗାଁ ଛାଡ଼ିବେ ନାହିଁ ବୋଲି କହିଛନ୍ତି । ସମାନ ଭାବରେ ତାଙ୍କୁ ନୂଆଘର ତିଆରି କରିବା ପାଇଁ ସମୟ ଲାଗିବ ଓ ତାଙ୍କୁ କିଛି ସମୟ ଦିଆଯାଉ ବୋଲି ସେମାନେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.