ବଲାଙ୍ଗୀର: ସାର ଅଭାବ ନେଇ ତାତିଲେ ଚାଷୀ । ବଲାଙ୍ଗୀର ଜିଲ୍ଲାରେ ଏବର୍ଷ ଭଲ ବର୍ଷା ହୋଇଥିବା ବେଳେ ଚାଷ ଭଲ ହେବାର ଆଶା କରିଛନ୍ତି ଚାଷୀ। ହେଲେ ଏବେ ସାର ଅଭାବ ବଡ଼ ସମସ୍ୟା ହୋଇଥିବା ବେଳେ ଚାଷୀ ଏଥିପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ବିଶେଷ କରି ପୁଇନ୍ତଳା ବ୍ଲକରେ ୟୁରିଆ ସାରର ଘୋର ଅଭାବ ଦେଖା ଦେଇଥିବାବେଳେ ଚାଷୀ ଦୀର୍ଘ ସମୟ ଲାଇନ ଲାଗି ମାତ୍ର ଗୋଟିଏ ବସ୍ତା ସାର ପାଉଛନ୍ତି । ତେବେ ସାରର ଆବଶ୍ୟକତା ଅନୁଯାୟୀ ଯୋଗାଣ ଏମାନେ ଦାବି କରି ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ଏବଂ ଦାବି ପୂରଣ ନହେଲେ ଆଗକୁ ଏମାନେ ଆନ୍ଦୋଳନ କରିବେ ବୋଲି କହିଛନ୍ତି।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ , ଇଟିଭି ଭାରତ