ବଲାଙ୍ଗୀର:ବୀମା ଟଙ୍କା ନପାଇବାରୁ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ଚାଷୀ । ବଲାଙ୍ଗୀରର କୁଟୁମ୍ବଡୋଲା ଗ୍ରାମର ଏହି ଚାଷୀମାନେ ଗତ 2019- 20 ବର୍ଷର ବିମା ଟଙ୍କା ପାଇନଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଥିବା ଜଣାପଡିଛି । ଗତ ବର୍ଷ ଚାଷୀମାନେ ବୀମା କରିଥିଲେ ସୁଦ୍ଧା କେଉଁ କାରଣରୁ ସେମାନଙ୍କୁ ଏପର୍ଯ୍ୟନ୍ତ ବୀମା ଟଙ୍କା ପ୍ରଦାନ କରାଗଲା ନାହିଁ ତାକୁ ନେଇ ଏବେ ଚାଷୀଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ଜିଲ୍ଲାପାଳଙ୍କୁ ଏ ବାବଦରେ ଜଣାଇଥିଲେ ସୁଦ୍ଧା ସେ ଏବାବଦରେ କିଛି ଜାଣି ନଥିବା ସେ କହିଛନ୍ତି । ତେବେ ଖୁବଶୀଘ୍ର ବୀମା ଟଙ୍କା ପ୍ରଦାନ ନକରାଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।
ବଲାଙ୍ଗୀରରୁ ଏସ କେ ସହମ୍ମଦ ସାହିଦ, ଇଟିଭି ଭାରତ