ETV Bharat / state

ଆସନ୍ତା 16ରେ ପ୍ରସିଦ୍ଧ ସୁଲିଆ ଯାତ୍ରା, ବସିଲା ପ୍ରସ୍ତୁତି ବୈଠକ

author img

By ETV Bharat Odisha Team

Published : Jan 7, 2024, 9:06 AM IST

Balangir Sulia Jatra: ଆରମ୍ଭ ହେବାକୁ ଯାଉଛି ବଲାଙ୍ଗୀର ଆଦିବାସୀ ସମ୍ପ୍ରଦାୟଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା । ଆସନ୍ତା 16 ତାରିଖରେ ଏହି ଯାତ୍ରା ଅନୁଷ୍ଠିତ ହେବ । ଅଧିକ ପଢ଼ନ୍ତୁ

ସୁଲିଆ ଯାତ୍ରା
ସୁଲିଆ ଯାତ୍ରା
ସୁଲିଆ ଯାତ୍ରା

ବଲାଙ୍ଗୀର: ଆସନ୍ତା 16 ତାରିଖରେ ବଲାଙ୍ଗୀରରେ ଅନୁଷ୍ଠିତ ହେବ ଆଦିବାସୀ ସମ୍ପ୍ରଦାୟଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା । ପୂର୍ବପୁରୁଷ ସୁଲିଆ ବୁଢା ସହିତ 33 କୋଟି ଦେବାଦେବୀଙ୍କୁ ପୂଜା କରିବେ ଆଦିବାସୀ । ଯାତ୍ରାରେ ମାନସିକଧାରୀଙ୍କ ଜମିବ ଭିଡ଼ । ଏହାକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ଆଦିବାସୀ ତଥା ଯାତ୍ରା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶାନ୍ତି ଶୃଙ୍ଖଳାରେ ସୁଲିଆ ଯାତ୍ରା ପାଳନ ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବା ପାଇଁ ନିଷ୍ପତ୍ତି ହୋଇଛି ।

ବଲାଙ୍ଗୀର ଆଦିବାସୀ ସମ୍ପ୍ରଦାୟଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା ବର୍ଷର ପୌଷ ମାସ ଶୁକ୍ଳ ପକ୍ଷ ପ୍ରଥମ ମଙ୍ଗଳବାର ଦିନ ପାଳିତ ହୋଇଥାଏ । ଚଳିତ ବର୍ଷ ଏହି ତିଥି 16 ଜାନୁଆରୀରେ ପଡୁଥିବା ବେଳେ ଏହି ଦିନ ଆଦିବାସୀ ସମ୍ପ୍ରଦାୟ ସୁଲିଆ ଯାତ୍ରା ପାଳନ କରିବେ । ନିଜ ପୂର୍ବପୁରୁଷ ସୁଲିଆ ବୁଢା ଓ 33 କୋଟି ଦେବଦେବୀଙ୍କୁ ପୂଜା କରିବା ସହ ସୁଲିଆ ବୁଢା ପାଖରେ ମନାସିକ କରିବେ ଆଦିବାସୀ । ସେହିପରି ଯେଉଁ ଶ୍ରଦ୍ଧାଳୁଙ୍କ ମାନସିକ ପୂରଣ ହୋଇଥିବ ସେମାନେ ଧୂପ ନଡ଼ିଆ ଓ ପଶୁ ପକ୍ଷୀ ବଳି ସୁଲିଆ ବୁଢା ପାଖରେ ଅର୍ପଣ କରିବେ । ଏଥିରେ ଆଦିବାସୀଙ୍କ ଅତୁଟ ବିଶ୍ୱାସ ଥିବାବେଳେ ଜିଲ୍ଲା ଓ ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ମଧ୍ୟ ସମାବେଶ ହେବ ।

ଶହ ଶହ ଭକ୍ତ ସମାଗମ ହେବାକୁ ଦୃଷ୍ଟିରେ ରଖି ଯାତ୍ରା କମିଟିର ପ୍ରସ୍ତୁତି ଚୂଡ଼ାନ୍ତରେ ପହଞ୍ଚିଛି । ସେହିପରି ପ୍ରଶାସନ ମଧ୍ୟ ଏହି କମିଟି ଓ ଆଦିବାସୀ ନେତାଙ୍କ ସହ ବୈଠକ କରି ଯାତ୍ରାକୁ ସୂଚାର ରୂପେ କରିବା ପାଇଁ ଆଲୋଚନା କରିଛି । ସୁଲିଆ ଯାତ୍ରା ଉପଲକ୍ଷେ ବିଭିନ୍ନ ପ୍ରକାରର ପଦକ୍ଷେପ ନେବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି ।

ବଲାଙ୍ଗୀର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଉପଜିଲ୍ଲାପାଳ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଅନ୍ୟାନ୍ୟ କାର୍ଯ୍ୟାଳୟର ଅଧିକାରୀ ସହିତ ପୋଲିସ ବିଭାଗ, ଅଗ୍ନିଶମ ବିଭାଗ ଓ ଯାତ୍ରା କମିଟି ଉପସ୍ଥିତ ଥିଲେ । ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଦିବାସୀ ଏହି ସୁଲିଆ ଯାତ୍ରା ପାଳନ କରିଥାନ୍ତି । ବଲାଙ୍ଗୀର ତୁସୁରା ଥାନା ଅନ୍ତର୍ଗତ ଖାଇରଗୁଡା ମୁଖ୍ୟ ସୁଲିଆ ବୁଢା ପୀଠରେ ଏହାର ମୁଖ୍ୟ ପୂଜା ଓ ଯାତ୍ରା ଅନୁଷ୍ଠିତ ହେବ । ଯେଉଁଥିରେ ରାଜ୍ୟ ଓ ରାଜ୍ୟ ବାହାରର ଲକ୍ଷାଧିକ ଭକ୍ତ ସାମିଲ ହେବେ ।

ଏନେଇ ସୁଲିଆ ଯାତ୍ରା କମିଟି ସଭାପତି ମୟ ପ୍ରଧାନୀ କହିଛନ୍ତି, "ସବୁ ବର୍ଷ ପରି ଏଥର ମଧ୍ୟ ପୌଷ ମାସ ଶୁକ୍ଳ ପକ୍ଷ ମଙ୍ଗଳବାର ଦିନ ଅର୍ଥାତ ଜାନୁଆରୀ 16 ତାରିଖରେ ସୁଲିଆ ଯାତ୍ରା ପାଳନ ହେବ । ଏଥିରେ ଆଦିବାସୀ ତାଙ୍କ ରୀତିନୀତି ପରମ୍ପରା ଅନୁସାରେ ଯାତ୍ରା ପାଳନ କରିବେ । ଯାତ୍ରାରେ ପଶୁପକ୍ଷୀ ବଳି ମୁଖ୍ୟ ପରମ୍ପରା ହୋଇଥିବା ବେଳେ ଏଥର ମଧ୍ୟ ବଳି ପଡିବ ।"

ଏହା ମଧ୍ୟ ପଢ଼ନ୍ତୁ...ପ୍ରସିଦ୍ଧ ସୁଲିଆ ଯାତ୍ରା, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

କିଛି ବର୍ଷ ତଳେ ସୁଲିଆ ଯାତ୍ରାରେ ବଳି ପ୍ରଥାକୁ ବିରୋଧ କରାଯାଇଥିଲା । ପରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଆଦିବାସୀଙ୍କ ସପକ୍ଷରେ ଯାଇ ଆଦିବାସୀ ପରମ୍ପରା ଉପରେ ରୋକ ଲଗାଯାଇ ପାରିବ ନାହିଁ ବୋଲି ଆଦେଶ ଦେଇଥିଲେ । ଯାହାପରେ ଆଦିବାସୀ ତାଙ୍କର ରୀତିନୀତି ଅନୁସାରେ ବଳି ଦେବେ ବୋଲି ମୟ ପ୍ରଧାନୀ କହିଛନ୍ତି । ପ୍ରଶାସନକୁ ଯାତ୍ରା ସୂଚାର ରୂପେ କରିବାକୁ ସହଯୋଗ ପାଇଁ କହିଥିବା ସେ କହିଛନ୍ତି ।

ସେହିପରି ଆଦିବାସୀ ନେତା ସତ୍ୟ ଭୋଇ ମଧ୍ୟ ଆଦିବାସୀ ରୀତିନୀତି ଅନୁସାରେ ସୁଲିଆ ବୁଢା ତାଙ୍କ ମାନସିକ ପୂରଣ କରିଥାନ୍ତି । ତାଙ୍କ ଉପରେ ଲକ୍ଷାଧିକ ଭକ୍ତଙ୍କ ଅତୁଟ ବିଶ୍ୱାସ ରହିଛି । ଏଥର ମଧ୍ୟ ସୁଲିଆ ଯାତ୍ରା ଧୁମଧାମରେ ପାଳନ ହେବ ବୋଲି କହିଛନ୍ତି । ସୁଲିଆ ମୁଖ୍ୟ ପୀଠର ପୂଜକ ମଧ୍ୟ ସୁଲିଆ ବୁଢ଼ାଙ୍କୁ ବରଣ କରିବା ଓ ଦେବଦେବୀଙ୍କୁ ଏଥିରେ ପୂଜା କରାଯାଏ ବୋଲି କହିଛନ୍ତି । ଏହି ଯାତ୍ରା ସହ ଆଦିବାସୀ ଓ ସାଧାରଣ ଲୋକଙ୍କ ଅତୁଟ ବିଶ୍ବାସ ଜଡିତ । ସୁଲିଆ ଯାତ୍ରା ଉପଲକ୍ଷେ ଉପଜିଲ୍ଲାପାଳ ପ୍ରଭାଷ ଚନ୍ଦ୍ର ଦଣ୍ଡସେନା କହିଛନ୍ତି ଯେ, ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସବୁ ପଦକ୍ଷେପ ନିଆଯାଇଛି । ଯାତ୍ରା ଯେମିତି ସୁରୁଖୁରୁରେ ହେବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଉଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.