ETV Bharat / state

ଅନ୍ଧବିଶ୍ବାସ: ମିଳିମିଳା ରୋଗରେ ଝିଅର ମୃତ୍ୟୁ ହେବାରୁ ଜଙ୍ଗଲରେ ମୃତଦେହ ଫିଙ୍ଗିଲେ ପରିବାର

author img

By

Published : Feb 16, 2023, 9:10 AM IST

Updated : Feb 16, 2023, 9:46 AM IST

ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ମଣିଷ । ମିଳିମିଳା ରୋଗରେ ଝିଅର ମୃତ୍ୟୁ ହେବାରୁ ଜଙ୍ଗଲରେ ମୃତଦେହ ଫିଙ୍ଗିଲେ ପରିବାର ଲୋକେ । ଅଧିକ ପଢନ୍ତୁ

ଝିଅର ମୃତଦେହକୁ ଜଙ୍ଗଲରେ ଫିଙ୍ଗିଲେ ପରିବାର
ଝିଅର ମୃତଦେହକୁ ଜଙ୍ଗଲରେ ଫିଙ୍ଗିଲେ ପରିବାର
ଝିଅର ମୃତଦେହକୁ ଜଙ୍ଗଲରେ ଫିଙ୍ଗିଲେ ପରିବାର

ବଲାଙ୍ଗୀର: ଯୁଗ ଯେତେ ଆଗେଇଲେ ମଧ୍ୟ ଅନ୍ଧବିଶ୍ୱାସର ଅନ୍ଧ ଗଳିରୁ ବାହାରି ପାରୁନି ମଣିଷ । ଝିଅକୁ ମିଳିମିଳା ରୋଗ ହେବାରୁ ପାଖ ମାଡିଲେନି ଗାଁ ଲୋକେ । ମୃତ୍ୟୁ ପରେ ବି କେହି ମୁହଁ ଚାହିଁଲେନି । ଗ୍ରାମର ପ୍ରଥା ଅନୁସାରେ, ମିଳିମିଳା ରୋଗରେ ଝିଅର ମୃତ୍ୟୁ ହୋଇଥିବାରୁ ମୃତଦେହକୁ ଜଙ୍ଗଲରେ ଫିଙ୍ଗିଦେଲେ ପରିବାର ଲୋକେ । ଅନ୍ଧବିଶ୍ବାସର ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସୋନପୁର ସୀମାନ୍ତ ତରଭା ବ୍ଲକର ବଡଯୋର ଗ୍ରାମରେ ।

ସୂଚନା ମୁତାବକ, ବଡଯୋର ଗ୍ରାମ ନିବାସୀ ରାଜେନ୍ଦ୍ର ଦୁଆରୀଙ୍କ ଝିଅ ସଂଯୁକ୍ତା ଦୁଆରୀ ଗତ ୩ ମାସ ହେବ ମିଳିମିଳା ରୋଗରେ ପୀଡିତ ଥିଲେ । ପରିବାର ଲୋକେ ପ୍ରଥମେ ଚିକିତ୍ସା ବଦଳରେ ରୋଗ ଦୂର କରିବା ପାଇଁ ଗ୍ରାମର ପରମ୍ପରା ଅନୁସାରେ ଗୁଣିଗାରେଡି କରିଥିଲେ । ପରେ ଯୁବତୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜରେ ଭର୍ତ୍ତି କରିଥିଲେ । ଅବସ୍ଥା ଆହୁରି ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ପରାମର୍ଶ ଦେଇଥିଲେ । ଯାହାପରେ ପରିବାର ଲୋକେ ଝିଅକୁ ବଲାଙ୍ଗୀରରେ ଘରୋଇ ନର୍ସିଂହୋମକୁ ନେଇଥିଲେ । ହେଲେ ସେଠାରେ ମଧ୍ୟ ତାଙ୍କୁ ଅନ୍ୟତ୍ର ନେବାକୁ ପରାମର୍ଶ ଦିଆଯିବା ପରେ ସେମାନେ ଝିଅକୁ ଘରକୁ ନେଇ ଫେରିଆସିଥିଲେ ।

ପରିବାର ଲୋକେ କଟକ ବଡ ମେଡିକାଲକୁ ନେବାକୁ ଯୋଜନା କରୁଥିବା ବେଳେ ମଙ୍ଗଳବାର ରାତିରେ ଝିଅର ମୃତ୍ୟୁ ହୋଇଥିଲା । ସେପଟେ ଯୁବତୀ ରୋଗରେ ପୀଡିତ ହୋଇ ପ୍ରାଣ ହରାଇଥିବାରୁ ଗ୍ରାମବାସୀ କିମ୍ବା କେହି ସମ୍ପର୍କୀୟ ତାଙ୍କ ପାଖ ମାଡିନଥିଲେ । ଶେଷରେ ଅସହାୟ ପରିବାର ଲୋକେ ଗ୍ରାମରେ ପ୍ରଚଳିତ ପ୍ରଥା ଅନୁସାରେ ମୃତଦେହକୁ ଗାଁ ମୁଣ୍ଡରେ ଥିବା ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ଏହି ଅଭାବନୀୟ ଘଟଣା ସମ୍ପର୍କରେ ବଲାଙ୍ଗୀର ସ୍ବେଚ୍ଛାସେବୀ ସଂଗଠନ ଖବର ପାଇବା ପରେ ଏହାର କର୍ମକର୍ତ୍ତାମାନେ ସମ୍ପୃକ୍ତ ଗାଁ ଜଙ୍ଗଲକୁ ଯାଇ ଯୁବତୀର ମୃତଦେହକୁ ଉଦ୍ଧାର କରିଥିଲେ ଏବଂ ବିଭୂତିପଡା ଶ୍ମଶାନରେ ମୃତଦେହ ସତ୍କାର କରିଥିଲେ ।

ଏନେଇ ମୃତକଙ୍କ ବାପା ରାଜେନ୍ଦ୍ର ଦୁଆରୀ କହିଛନ୍ତି, ''ଝିଅ ତିନି ମାସ ହେଲା ପ୍ରଥମେ ଜ୍ବରରେ ପୀଡିତ ଥିଲେ । ପରେ ତାକୁ ମିଳିମିଳା ହୋଇଥିବାର ଜଣାପଡିଥିଲା । ଏହାପରେ ଗୁଣିଗାରେଡି କରି ରୋଗ ଭଲ କରିବାକୁ ଚେଷ୍ଟା କରିଥିଲୁ । ହେଲେ ଗୁରୁତର ହେବାରୁ ବଲାଙ୍ଗୀର ଡାକ୍ତରଖାନାରେ ଭର୍ତ୍ତି କରିଥିଲୁ । ସେଠାରୁ ଏକ ଘରୋଇ ନର୍ସିଂହୋମ ଏବଂ ଏହାପରେ ଘରକୁ ଆଣିବା ପରେ ଝିଅର ମୃତ୍ୟୁ ହୋଇଥିଲା । ଗ୍ରାମରେ ଚାଲିଆସୁଥିବା ପ୍ରଥା ଅନୁସାରେ ମୃତଦେହକୁ ସତ୍କାର ନକରି ଜଙ୍ଗଲରେ ଫିଙ୍ଗିଥିଲୁ ।''

ଏହାକୁ ନେଇ ଗ୍ରାମବାସୀ କବିନ୍ଦ୍ର ଦଳ ବେହେରା କହିଛନ୍ତି ଯେ, ମିଳିମିଳା ରୋଗରେ କେହି ପୀଡିତ ହେଲେ ଓ ମୃତ୍ୟୁ ପରେ ତାଙ୍କ ପାଖକୁ କୌଣସି ଲୋକ ନଯିବାର ଗ୍ରାମରେ ପ୍ରଥା ରହିଛି । ସେ ରୋଗୀଙ୍କ କେହି ଦେଖିନଥାନ୍ତି ମଧ୍ୟ । ପ୍ରଚଳିତ ପ୍ରଥା ଅନୁସାରେ ମିଳିମିଳା ରୋଗୀର ମୃତଦେହକୁ ଫିଙ୍ଗି ଦିଆଯାଇଥାଏ । ଏଭଳି ଅନ୍ଧବିଶ୍ୱାସ ଓ ପ୍ରଥାକୁ ସ୍ଥାନୀୟ ସ୍ବେଚ୍ଛାସେବୀ ରାଜୁ ବରିହା ନିନ୍ଦା କରିଛନ୍ତି । ସେ ଏ ସମ୍ପର୍କରେ ଖବର ପାଇବା ପରେ ନିଜେ ବଲାଙ୍ଗୀର ସ୍ବେଚ୍ଛାସେବୀ ସଙ୍ଗଠନକୁ ଜଣାଇ ମୃତଦେହ ଉଦ୍ଧାର କରି ଅନ୍ତିମ ସଂସ୍କାର କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Feb 16, 2023, 9:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.