ETV Bharat / state

ମିଛ ସତ୍ୟପାଠ ଦାଖଲ କରି ହେଲେ ସରପଞ୍ଚ, ଗଲା ପଦବୀ

author img

By ETV Bharat Odisha Team

Published : Dec 3, 2023, 4:40 PM IST

ସରପଞ୍ଚ ପଦବୀ ପାଇଁ ଚଞ୍ଚକତା । ସନ୍ତାନ ସଂଖ୍ୟାକୁ ନେଇ ମିଛ ସତ୍ୟପାଠ ଦାଖଲ । ସରପଞ୍ଚ ପାଇଁ ଅଯୋଗ୍ୟ ଘୋଷଣା କଲେ ପାଟଣା କୋର୍ଟ । ଅଧିକ ପଢନ୍ତୁ

ସରପଞ୍ଚ ପଦବୀ ପାଇଁ ଚଞ୍ଚକତା
ସରପଞ୍ଚ ପଦବୀ ପାଇଁ ଚଞ୍ଚକତା
ସରପଞ୍ଚ ପଦବୀ ପାଇଁ ଚଞ୍ଚକତା

ବଲାଙ୍ଗୀର: ୩ ସନ୍ତାନ ପାଇଁ ଗଲା ସରପଞ୍ଚ ପଦବୀ । ସନ୍ତାନ ସଂଖ୍ୟାକୁ ନେଇ ମିଛ ସତ୍ୟପାଠ ଦାଖଲ କରି ସରପଞ୍ଚ ହୋଇଥିଲେ ତାମିଆ ପଞ୍ଚାୟତର ତେହେରା ବିବି । ଏ ମାମଲାରେ ପାଟଣାଗଡ କୋର୍ଟରେ ଶୁଣାଣି କରାଯାଇଛି । ସମ୍ପୃକ୍ତ ମହିଳା ସରପଞ୍ଚଙ୍କ ପଦବୀ ରଦ୍ଦ କରିଛନ୍ତି କୋର୍ଟ । ସେପଟେ ନିର୍ବାଚନରେ ନିକଟତର ଥିବା ପ୍ରତିଦ୍ୱନ୍ଦୀ ସରପଞ୍ଚ ପଦବୀ ପାଇବା ପାଇଁ ଜିଲ୍ଲାପାଳଙ୍କ ଠାରେ ଆବେଦନ କରିଛନ୍ତି ।

ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ପଟଣାଗଡ ବ୍ଲକ ଅନ୍ତର୍ଗତ ତାମିଆ ପଞ୍ଚାୟତର ମହିଳା ସରପଞ୍ଚ ଚଳିତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥିନୀ ଭାବେ ଅଂଶଗ୍ରହଣ କରିଥିଲେ । ତେବେ ତାଙ୍କର ୩ଟି ସନ୍ତାନ ଥିବା ବେଳେ ତାଙ୍କର ୨ଟି ସନ୍ତାନ ଥିବା ନେଇ ମିଛ ସତ୍ୟପାଠ ଦାଖଲ କରି ନିର୍ବାଚନରେ ଭାଗ ନେଇଥିଲେ ଓ ବିଜୟୀ ହୋଇଥିଲେ । ତେବେ ପରବର୍ତ୍ତୀ ସମୟରେ ଏହାକୁ ନେଇ ତାଙ୍କ ନିକଟତର ପ୍ରତିଦ୍ବନ୍ଦୀ ସେବତୀ ଭୋଇ ପାଟଣାଗଡ ଏସଡ଼ିଜେଏମ କୋର୍ଟରେ ମାମଲା ରୁଜୁ କରିଥିଲେ । ତେବେ କୋର୍ଟ ଏଥିରେ ମୁଖ୍ୟ ନିର୍ବାଚନ କମିଶନ, ବଲାଙ୍ଗୀର ଜିଲ୍ଲାପାଳ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଓ ସ୍ଥାନୀୟ ଅଙ୍ଗନବାଡି କର୍ମୀଙ୍କୁ ପକ୍ଷଭୁକ୍ତ କରିଥିଲେ ।

ସରପଞ୍ଚ ଜଣକ ମିଛ ସତ୍ୟପାଠ ଦାଖଲ କରିଥିବା ପ୍ରମାଣ ହୋଇଥିଲା । ଏନେଇ ଶୁଣାଣି ବେଳେ ତେହେରା ବିବିଙ୍କୁ ଓଡିଶା ପଞ୍ଚାୟତ ଆଇନ 39 (1) ଅଯୋଗ୍ୟ ବୋଲି ଘୋଷଣା କରିଛନ୍ତି । ଏଥିସହ ତାଙ୍କ ସରପଞ୍ଚ ପଦବୀକୁ ମଧ୍ୟ ରଦ୍ଦ କରିଛନ୍ତି । ତେବେ ଜିଲ୍ଲା ପ୍ରଶାସନକୁ ଖାଲି ଥିବା ସରପଞ୍ଚ ପଦବୀ ପୂରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. Curb Proxy Sarpanch Menace: ମହିଳା ସରପଞ୍ଚଙ୍କ କାର୍ଯ୍ୟ ତୁଲାଉଛନ୍ତି ସ୍ବାମୀ, ରିପୋର୍ଟ ତଲବ କଲେ ହାଇକୋର୍ଟ

ସେପଟେ ତାଙ୍କ ନିକଟତର ପରାଜିତ ପ୍ରତିଦ୍ୱନ୍ଦୀ ସେବତୀ ଭୋଇ ସରପଞ୍ଚ ପଦବୀ ତାଙ୍କୁ ଦିଆଯିବା ନେଇ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଆବେଦନ କରିଛନ୍ତି । ଜିଲ୍ଲାପାଳ ତାଙ୍କୁ ନ୍ୟାୟ ଦେବେ ବୋଲି ସେ ଆଶାବାଦୀ ଅଛନ୍ତି ବୋଲି ସେ କହିଛନ୍ତି । ସେହିପରି ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀ କହିଛନ୍ତି,"ମିଥ୍ୟା ସତ୍ୟପାଠ ଦେଇଥିବାରୁ ତାଙ୍କ ପ୍ରତିଦ୍ୱନ୍ଦୀ ସେବତୀ ଭୋଇ କୋର୍ଟରେ ମାମଲା ରୁଜୁ କରିଥିଲେ । ଏବଂ କୋର୍ଟ ତାଙ୍କ ଅଭିଯୋଗ ଉପରେ ଶୁଣାଣି କରି ପ୍ରମାଣ ସାକ୍ଷ୍ୟ ଗ୍ରହଣ ପରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଏହି ପଦବୀ ଖାଲି ପଡିଥିବା ବେଳେ ଜିଲ୍ଲାପାଳ ନିୟମ ଅନୁସାରେ ପଦକ୍ଷେପ ନେବେ ।" ସେହିପରି ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ଏହି ପଦବୀ ଦିଆ ଯାଇପାରିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.