ETV Bharat / state

ମାତିଛନ୍ତି ଭଣ୍ଡ ବାବା; ବିଭୂତି ଲଗାଇ ଲୁଟିନେଲେ ଟଙ୍କା, ମୋବାଇଲ

author img

By

Published : Feb 25, 2021, 9:20 AM IST

ବଲାଙ୍ଗୀର ସଇଁତଳାରେ ମାତିଛନ୍ତି ଭଣ୍ଡ ବାବା । ଚେତାଶୂନ୍ୟ କରି ଲୁଟି ନେଉଛନ୍ତି ଟଙ୍କା, ମୋବାଇଲ । ଅଧିକ ପଢନ୍ତୁ...

ମାତିଛନ୍ତି ଭଣ୍ଡ ବାବା; ମଥାରେ ବିଭୂତି ଲଗାଇ ନେଇଗଲେ ଟଙ୍କା, ମୋବାଇଲ

ବଲାଙ୍ଗୀର: ମାତିଛନ୍ତି ଭଣ୍ଡ ବାବା । ବଶୀଭୂତ କରି ଲୁଟି ନେଉଛନ୍ତି । ଏହିଭଳି ଏକ ଅଭିଯୋଗ ଆସିଛି ବଲାଙ୍ଗୀର ସଇଁତଳାରୁ ।

ତେବେ ଏଠି ଥିବା ରମେଶ ମୋବାଇଲ ଦୋକାନକୁ ଦୁଇ ଜଣ ବାବା ପାଣି ପିଇବା ପାଇଁ ଆସିଥିଲେ। ଏବଂ ମାଲିକ ରମେଶଙ୍କ ମୁଣ୍ଡରେ ବିଭୂତି ଲଗାଇ ଥିଲେ । ଯାହାପରେ ରମେଶ ଚେତାଶୂନ୍ୟ ହୋଇ ଯାଇଥିବା ବେଳେ ଭଣ୍ଡ ବାବା ତାଙ୍କଠାରୁ ଟଙ୍କା ଓ ଗୋଟିଏ ମୋବାଇଲ ନେଇ ସେଠୁ ଚମ୍ପଟ ମାରିଥିଲେ।

ତେବେ ମୁହଁ ଧୋଇବା ପରେ ଦୋକାନ ମାଲିକର ଚେତା ଫେରିଥିଲା। ଏବଂ ସିସିଟିଭି ଫୁଟେଜ ଦେଖିବା ପରେ ସେ ଜାଣି ପାରି ସଇଁତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ପୋଲିସ ଏହାର ତଦନ୍ତ କରୁଥିବା ବେଳେ ଏହି ଭଳି ଠକଙ୍କ ପ୍ରତି ସାବଧାନ ରହିବାକୁ ପରାମର୍ଶ ଦେଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.